ଶିବରାତ୍ରୀ: ଲିଙ୍ଗରାଜ ମନ୍ଦିରରେ ଏକାଠି ଦୀପ ଜାଳିବା ମନା; ରାତି ୧୦ଟାରେ ଉଠିବ ମହାଦୀପ

କୋଭିଡ ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯେମିତି ଲିଙ୍ଗରାଜ ମନ୍ଦିରରେ ଗହଳି ନ ଲାଗିବ ସେଥି ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ମନ୍ଦିର ବାହାରେ ଓ ଭିତରେ ବ୍ୟାପକ ପୋଲିସ ବଳ ମୁତୟନ ହେବେ ।

ଶିବରାତ୍ରୀ: ଲିଙ୍ଗରାଜ ମନ୍ଦିରରେ ଏକାଠି ଦୀପ ଜାଳିବା ମନା; ରାତି ୧୦ଟାରେ ଉଠିବ ମହାଦୀପ
ଭକ୍ତମାନେ ବ୍ୟାରିକେଡରେ ଦୂରତା ରଖି ଆଡ଼କାଠରୁ ଦର୍ଶନ କରିବେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ପଡ଼ୁଥିବା ମହାଶିବରାତ୍ରିରେ ଏ ଥର ଲିଙ୍ଗରାଜ ମନ୍ଦିରରେ ଲାଗିପାରିବନି ଗହଳି । ଏକାଠି ବସି ଦୀପ ଜାଳିପାରିବେନି ଭକ୍ତମାନେ । ଠେଲାପେଲା କି ଏକା ରହି ଗହଳି ହୋଇ କରି ହେବନି ଦର୍ଶନ। ସେଥି ପାଇଁ ପୋଲିସ ପ୍ରଶାସନ ରହିବ ସମ୍ପୂର୍ଣ୍ଣ ସଜାଗ । ମନ୍ଦିର ବାହାରେ ବି ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ବଳ ମୁତୟନ ହେବ। ଏନେଇ ଆଜି ଏକ ସ୍ୱତନ୍ତ୍ର ବୈଠକରେ ଆଲୋଚନା ହୋଇଛି । ରାତି ୧୦ଟାରେ ମହାଦୀପ ଉଠାଇବା ସହ ସଠିକ୍‌ ସମୟରେ ନୀତିକାନ୍ତି କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ମହାଶିବରାତ୍ରିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ । କୋଭିଡ ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯେମିତି ଗହଳି ନ ଲାଗିବ ସେଥି ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ମନ୍ଦିର ବାହାରେ କି ଭିତରେ ଏକତ୍ରିତ ହୋଇପାରିବେନି କେହି । ଜାଗର ଜାଳିବା ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ନିରୂପଣ ହେବ । ଏକାଠି ବସି କେହି ଜାଳିପାରିବେନି ଜାଗର । ବ୍ୟାରିକେଡରେ ଦୂରତା ରଖି ଆଡ଼କାଠରୁ କରିବେ ଦର୍ଶନ ।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ଆହୁରି ଖସିଲା; ୧୨,୦୦୦ ଟଙ୍କା ଶସ୍ତା ହେଲା ସୁନା; କିଣିବାର ଭଲ ସମୟ

ରାତି ୧୦ଟାରେ ମହାଦୀପ ଉଠିବା ପରେ ଭିଡ଼ କରି ଭକ୍ତ ନା ମନ୍ଦିରରୁ ବାହାରିବେ ନା ପ୍ରବେଶ କରିବେ ଭିତରକୁ । ସେଥି ପାଇଁ ମନ୍ଦିର ବାହାରେ ଓ ଭିତରେ ବ୍ୟାପକ ପୋଲିସ ବଳ ମୁତୟନ ହେବେ । ସେମାନେ ଭିଡ଼ ନିୟନ୍ତ୍ରଣ କରିବେ । କୌଣସି ପ୍ରକାର ଖାଦ୍ୟ ବଣ୍ଟନ ଉପରେ ମଧ୍ୟ ରୋକ ଲଗାଯାଇଛି । କେବଳ ପାଣି ଓ ଓ.ଆର୍‌ଏସ୍‌. ବଣ୍ଟାଯିବ ।

ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର


‘‘ଏ ଥର ମହାଶିବରାତ୍ରିରେ ସବୁ କିଛି କୋଭିଡ କଟକଣାକୁ ଦୃଷ୍ଟିରେ ରଖି କରାଯିବ । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବେ ଯେମିତି ଗହଳି କୌଣସି ସ୍ଥାନରେ ନ ହୁଏ । ଏନ୍‌.ଜି.ଓ. ମାନଙ୍କ ତରଫରୁ ରନ୍ଧା ଖାଦ୍ୟ ବାଣ୍ଟିବା ଉପରେ ବି ରୋକ ଲଗାଯାଇଛି । ସେମାନେ କେବଳ ପାଣି ବାଣ୍ଟିପାରିବେ,’’ କହିଛନ୍ତି ଭୁବନେଶ୍ବର ଡିସିପି ଉମା ଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ | ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କଲା ପୋଲିସ

ମନ୍ଦିର ସେବାୟତମାନେ ବି ପ୍ରସ୍ତୁତ ଅଛନ୍ତି କଟକଣା ଭିତରେ ଜାଗର ଯାତ୍ରା ପାଇଁ । ପୂର୍ବରୁ ବି.ଏମ୍.ସି. କମିଶନର ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇଟି ବୈଠକ ସରିବା ପରେ ଆଜି ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ମନ୍ଦିରର ତିନି ନିଯୋଗ ସମ୍ପାଦକଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ବୈଠକ । ବିଶେଷ କରି କୋଭିଡ କଟକଣାକୁ ମାନି ଜାଗର ସମ୍ପନ୍ନ କରିବା ପାଇଁ ଯୋଜନାର ଆଲୋଚନା ଥିଲା ବୈଠକ ମୁଖ୍ୟ ଉଦ୍ଦେଶ୍ୟ । ପୋଲିସ ମୁତୟନ ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥା ଉପରେ ଆଜିର ବୈଠକରେ ଦିଆଯାଇଥିଲା ଗୁରୁତ୍ୱ ।

ଏହା ବି ପଢ଼ନ୍ତୁ | କରୋନା ଯୋଗୁଁ ପୁରୁଷମାନଙ୍କ ଯୌନ ହରମୋନ୍ କମ୍ ହେଉଛି, ଯୌନ କ୍ଷମତା ବି କମୁଛି

୬୦ ବର୍ଷରୁ ଅଧିକ ଓ ୧୨ ବୟସରୁ କମ୍‌ ବୟସ୍କଙ୍କ ପାଇଁ ମନ୍ଦିର ମନା ହୋଇଥିବାବେଳେ ସାନିଟାଇଜେସନ, ଥର୍ମାଲ ସ୍କ୍ରିନିଂ ଓ ମାସ୍କ ପିନ୍ଧିବା ଉପରେ ସଭିଙ୍କୁ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି ।



‘‘ତିନି ପର୍ଯ୍ୟାୟ ବୈଠକ ୟା ଭିତରେ ସାରିଲାଣି । କୋଭିଡ କଟକଣା ମାନି ଯେମିତି ଏଥରର ଜାଗର ହେବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି,’’ କହିଛନ୍ତି ଲିଙ୍ଗରାଜ ମନ୍ଦିର ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ।
Published by: Anand Shankar Thankur Das
First published: March 6, 2021, 7:30 PM IST