କାଲି ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା; ମରିଚି କୁଣ୍ଡ ପାଣି ନିଲାମକୁ ଏ ଥର ବାତିଲ କରାଯାଇଛି

ରଥ ଯାତ୍ରା ପୂର୍ବର ମଧ୍ୟ ରାତିରେ ମରିଚି କୁଣ୍ଡର ପାଣିରେ ପ୍ରଥମେ ରଥ ପ୍ରତିଷ୍ଠା ହେବା ପରେ ଏଥିରେ ସ୍ନାନ କଲେ ନିଃସନ୍ତାନ ଦମ୍ପତ୍ତିମାନଙ୍କର ସନ୍ତାନ ହୁଏ ବୋଲି ବିଶ୍ୱାସ ରହିଛି ।

ରୁକୁଣା ରଥ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ରୁକୁଣା ରଥ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

  • Share this:
News18 Odia Digital

ଭୁବନେଶ୍ୱର: ଆସନ୍ତା କାଲି ଅର୍ଥାତ ୨୦ ତାରିଖ ଦିନ ଅଶୋକାଷ୍ଚମୀରେ ଦେବ ଦେବ ମହାଦେବ ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ ଯାତ୍ରା ସମ୍ପନ୍ନ ହେବ । ଏଥି ପାଇଁ ରଥ ନିର୍ମାଣ ସମେତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ହେଲେ ଚଳିତ ବର୍ଷ କୋଭିଡ କଟକଣାରେ ବିନା ଭକ୍ତରେ ହେବ ରଥ ଟଣା । କେବଳ ସେବାୟତ ଓ ପୋଲିସ କର୍ମଚାରୀମାନେ ଏଥିରେ ସାମିଲ ହେବେ । ସେଇଥି ପାଇଁ ସେମାନଙ୍କର ଆର୍‌.ଟି.ପି.ସି.ଆର୍‌. ଟେଷ୍ଟ କରାଯାଇଛି ।

ଭୁବନେଶ୍ୱରରେ ଲାଗୁ ହୋଇଥିବା ନାଇଟ୍‌ କର୍ଫ୍ୟୁ ହେତୁ ପ୍ରଭୁଙ୍କ ମରିଚି କୁଣ୍ଡ ପାଣି ନିଲାମକୁ ଏ ଥର ବାତିଲ କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରୀ ଲିଙ୍ଗରାଜ ମହୋତ୍ସବକୁ ମଧ୍ୟ ବନ୍ଦ କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଏହା ମୋଜୀବନର ସବୁଠାରୁ ଖୁସିର ଦିନ’: ନକ୍ସଲଙ୍କ କବଳରୁ ରାକେଶ୍ୱର ମୁକୁଳିବା ପରେ ପତ୍ନୀ କହିଲେ

ଗତ ବର୍ଷ କୋଭିଡ କଟକଣାରେ ଲିଙ୍ଗରାଜଙ୍କ ରଥ ଯାତ୍ର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ନିରାଡମ୍ବର ଭାବେ ବିନା ଭକ୍ତରେ ଏହା ଆୟୋଜିତ ହେବ । ଏଥି ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଚାଲିଛି ରଙ୍ଗ କାମ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିବାହିତ ପୁରୁଷଙ୍କ ସହ ପ୍ରେମ? ଅଭିନେତ୍ରୀ ରେଖା ଏହା ବିଷୟରେ କହିଲେ ଜାଣନ୍ତୁ - VIDEO

‘‘ଦୋଳ ପୂର୍ଣ୍ଣମୀ ପୂର୍ବରୁ ଆରମ୍ଭ ହୋଇଥିବା ରଥ କାର୍ଯ୍ୟ ଏବେ ଶେଷ ହୋଇ ଆସିଛି । ୧୯ ତାରିଖ ଅପରାହ୍ଣ ସୁଦ୍ଧା ମନ୍ଦିର ପ୍ରଶାସନକୁ ରଥ ହସ୍ତାନ୍ତର କରାଯିବ । ଏ ନେଇ ଜୋରସୋର କାମ ଚାଲିଛି,’’ କହିଛନ୍ତି ମହାରଣା ସେବାୟତ ସୋମନାଥ ମହାରଣା । ସେ କହିଛନ୍ତି ଯେ ଏ ଥର ବିନା ଭକ୍ତରେ ନିରାଡମ୍ବର ଭାବେ ରଥ ଟଣା ହେବ ।

ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର


କୋଭିଡ କଟକଣା ହେତୁ କେବଳ ସେବାୟତ ଓ ପୋଲିସ କର୍ମୀମାନଙ୍କ ଦ୍ବାରା ରଥ ଟଣା ହେବ । ସେଥି ଲାଗି ସେମାନଙ୍କର ଆର୍‌.ଟି.ପି.ସି.ଆର୍‌. ଟେଷ୍ଟ କରାଯାଇଛି । ‘‘କୋଭିଡ କଟକଣା ତଥା ନାଇଟ୍ କର୍ଫ୍ୟୁକୁ ଦୃଷ୍ଟିରେ ରଖି ପ୍ରଭୁଙ୍କ ମରିଚି କୁଣ୍ଡ ପାଣି ନିଲାମକୁ ବାତିଲ କରାଯାଇଛି । ପର ଦିନ ସକାଳେ ଶ୍ରଦ୍ଧାଳୁଙ୍କୁ ଏହା ଦିଆଯିବ । ରଥ ଯାତ୍ରା ପୂର୍ବର ମଧ୍ୟ ରାତିରେ ଏହି କୁଣ୍ଡର ପାଣିରେ ପ୍ରଥମେ ରଥ ପ୍ରତିଷ୍ଠା ହେବା ପରେ ଏଥିରେ ସ୍ନାନ କଲେ ନିଃସନ୍ତାନ ଦମ୍ପତ୍ତି ମାନଙ୍କର ସନ୍ତାନ ହୁଏ ବୋଲି ବିଶ୍ୱାସ ରହିଛି,’’ କହିଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ।

ଏହା ବି ପଢ଼ନ୍ତୁ | ହୋଲି ଖେଳୁ ଖେଳୁ ମଥାରେ ଲଗେଇଦେଲା ସିନ୍ଦୂର; ବାସ୍, ହୋଲି ପର ଦିନ ହୋଇଗଲା ବାହାଘର

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଶ୍ରୀ ଲିଙ୍ଗରାଜ ଭଜନ ମଣ୍ଡପରେ ପ୍ରତି ବର୍ଷ ଆୟୋଜିତ ଶ୍ରୀ ଲିଙ୍ଗରାଜ ମହୋତ୍ସବକୁ ମଧ୍ୟ ବନ୍ଦ କରାଯାଇଥିବା ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମୀଳନୀରେ ସୂଚନା ଦିଆଯାଇଛି । ‘‘ମହାପ୍ରଭୁଙ୍କ ରଥ ଯାତ୍ରା ଅବସରରେ ବେଶ୍ ଆଡମ୍ବର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲେ । ଅନେକ ନାମୀଦାମୀ କଣ୍ଠଶିଳ୍ପୀ ଭଜନ ସନ୍ଧ୍ୟାରେ ସାମିଲ ହୁଅନ୍ତି । କିନ୍ତୁ ଏଥର କୋଭିଡ ସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛୁ,’’ କହିଛନ୍ତି ଏକାମ୍ର ସାଂସ୍କୃତିକ ପ୍ରକାଶନୀ ସଭାପତି ସୁରେଶ କୁମାର ରାଉତରାୟ ।



ରଥ ଯାତ୍ରାକୁ କଟକଣା ଭିତରେ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ ପୂର୍ବରୁ ମନ୍ଦିର ପ୍ରଶାସନ ତଥା ଟ୍ରଷ୍ଟ ବୋର୍ଡ଼ ଏବଂ ସେବାୟତମାନଙ୍କ ମଧ୍ୟରେ ସମନ୍ବୟ ବୈଠକରେ ନୀତି ନିର୍ଘଣ୍ଟ ହୋଇଛି । ସୂଚନା ମୁତାବକ ଅପରାହ୍ଣ ୩ଟା ୩୦ରେ ରଥ ଟଣା ହେବା ସହ ଗୋଟିଏ ଦିନରେ ରଥକୁ ମାଉସୀ ମାଆଙ୍କ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ କୋଭିଡ ନେଗେଟିଭ୍‌ ରିପୋର୍ଟ ଥିଲେ ହିଁ ଏହି ଉତ୍ସବରେ ସାମିଲ ହେବାରକୁ ଅନୁମିତ ମିଳିବ ।
Published by:Anand S.T. Das
First published: