ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ; ବହୁ ବର୍ଷରୁ ବନ୍ଦ୍ ଥିବା ହାଣ୍ଡିଭଙ୍ଗା ଯାତ୍ରା ଏ ଥର ହେବ

ଧାଡି଼ ଦର୍ଶନ ପାଇଁ ଅନୁମତି ମିଳିଥିବା ବେଳେ କୋଟିତୀର୍ଥ ଲେନରୁ ଆରମ୍ଭ ହୋଇଛି ବ୍ୟାରିକେଡ଼ । ପାଦହରା ପୁଷ୍କରିଣୀ ବ୍ୟାରିକେଡ଼ ହୋଇ ସିଂହଦ୍ୱାରରେ ପ୍ରବେଶ କରିବେ ଭକ୍ତ । ବାହାରିବେ ଉତ୍ତର ଦ୍ୱାରରେ ।

ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ; ବହୁ ବର୍ଷରୁ ବନ୍ଦ୍ ଥିବା ହାଣ୍ଡିଭଙ୍ଗା ଯାତ୍ରା ଏ ଥର ହେବ
ପ୍ରତି ବର୍ଷ ଭଳି ଏ ବର୍ଷ ବି ଫୁଲରେ ଝଲସିଲାଣି ଲିଙ୍ଗରାଜ ମନ୍ଦିର ।
  • News18 Odia
  • Last Updated: March 10, 2021, 9:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମହାଶିବରାତ୍ରି ପୂର୍ବରୁ ହାଣ୍ଡିଭଙ୍ଗା ଯାତ୍ରାକୁ ନେଇ ଜାରି ଥିବା ବିବାଦର ଅନ୍ତ ହୋଇଛି । ବହୁ ଦିନରୁ ବନ୍ଦ ରହିଥିବା ଏହି ପାରମ୍ପରିକ ଯାତ୍ରା କରିବାକୁ ଅନୁମତି ମିଳିଛି । ଏ ଥର ସୁରୁଖୁରୁରେ ହେବ ଜାଗର ଯାତ୍ରା । ଗୁରୁବାର ଦିନ ଲିଙ୍ଗରାଜ ମନ୍ଦିରରେ ନିର୍ଘଣ୍ଟ ହୋଇଥିବା ସମୟରେ ଉଠିବ ମହାଦୀପ ।

ଜାଗର ଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର । ଶିବରାତ୍ରି ପାଇଁ ମନ୍ଦିରରେ ଚାଲିଛି ପ୍ରସ୍ତୁତି । ସାଜସଜ୍ଜା ସାଙ୍ଗକୁ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ପୂଜାର୍ଚ୍ଚନା କରିବାକୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗୁରୁବାର ଦିନ ଭୋର୍‌ ୩ଟାରେ ଦ୍ୱାରଫିଟା ନୀତି ପରେ ୩.୩୦ ସୁଦ୍ଧା ହେବ ମଙ୍ଗଳ ଆଳତି । ଭୋର୍‌ ୪ଟାରୁ ଆରମ୍ଭ ହେବ ସାହନମେଲା ଦର୍ଶନ ବା ସାଧାରଣ ଦର୍ଶନ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବୟସ ୨୮ ବର୍ଷ, ଉଚ୍ଚତା ଫୁଟ ଇଞ୍ଚ: ଇଏ ସଞ୍ଜନା ଗଣେଶନ୍, ଯାହାଙ୍କୁ ଜସପ୍ରୀତ ବୁମରା ବାହା ହେବେ

ଏ ଥର କରୋନା କଟକଣାକୁ ନେଇ ଜାରି ହୋଇଥିବା ଏସ୍‌.ଓ.ପି. ଅନୁଯାୟୀ ପାଳନ ହେବ ଶିବରାତ୍ରୀ । ଧାଡି଼ ଦର୍ଶନ ପାଇଁ ଅନୁମତି ମିଳିଥିବା ବେଳେ କୋଟିତୀର୍ଥ ଲେନରୁ ଆରମ୍ଭ ହୋଇଛି ବ୍ୟାରିକେଡ଼ । ପାଦହରା ପୁଷ୍କରିଣୀ ବ୍ୟାରିକେଡ଼ ହୋଇ ସିଂହଦ୍ୱାରରେ ପ୍ରବେଶ କରିବେ ଭକ୍ତ । ବାହାରିବେ ଉତ୍ତର ଦ୍ୱାରରେ । ପ୍ରବେଶ ପଥରେ ସାନିଟାଇଜେସନ, ଥର୍ମାଲ ସ୍କ୍ରିନିଂ ଓ ମାସ୍କ କଡ଼ାକଡି଼ କରାଯାଇଛି ।

ମନ୍ଦିରର ପ୍ରବେଶ ପଥରେ ସାନିଟାଇଜେସନ, ଥର୍ମାଲ ସ୍କ୍ରିନିଂ ଓ ମାସ୍କ କଡ଼ାକଡି଼ କରାଯାଇଛି ।


୬୦ ବର୍ଷରୁ ଉର୍ଦ୍ଧ୍ବ ଓ ୧୨ ବର୍ଷରୁ କମ୍‌ ବୟସ୍କଙ୍କୁ ଦର୍ଶନ କରିବାକୁ ମନ୍ଦିର ନିକଟକୁ ଛଡ଼ାଯିବ ନାହିଁ । ଗର୍ଭଗୃହକୁ ସମସ୍ତଙ୍କ ପ୍ରବେଶ ମନା ହୋଇଥିବା ବେଳେ ଆଡ଼କାଠରୁ ହେବ ଦେବ ଦର୍ଶନ । ଏପରିକି ମନ୍ଦିର ଭିତରେ ଭୋଗରାଗ କରିବା ମନା ହୋଇଛି । ଠିକ୍‌ ରାତି ୧୦ଟାରେ ଉଠିବ ମହାଦୀପ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Bathroom Pic: ଏହି ଯୁବତୀ ଫେସ୍ବୁକ୍ରେ ଟୟଲେଟ୍ରେ ଥିବା ବେଳର ଫଟୋ କାହିଁକି ପୋଷ୍ଟ୍କଲେ?

‘‘ମୁଁ ମନ୍ଦିର ନିଜେ ବୁଲି ଦେଖିଛି । କୋଉଁଠି କୌଣସି ଅସୁବିଧା ନାହିଁ । ମନ୍ଦିରର ସେବାୟତ ମାନଙ୍କ ସହ ଆଲୋଚନା ବି ସରିଛି । ଯାହା ନିର୍ଦ୍ଧାରିତ ହୋଇଥିଲା ସେଇ ଆଧାରରେ ଜାଗର ସମ୍ପନ୍ନ ହେବ,’’ କହିଛନ୍ତି ଜିଲ୍ଲାପାଳ ସନତ ମହାନ୍ତି ।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ଆହୁରି ଖସିଲା; ୧୨,୦୦୦ ଟଙ୍କା ଶସ୍ତା ହେଲା ସୁନା; କିଣିବାର ଭଲ ସମୟ

ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ଲାଗି ରହିଥିବା ସମସ୍ୟାକୁ ନେଇ ବୁଧବାର ସକାଳେ କିଛି ସମୟ ପାଇଁ ଦେବନୀତି ବନ୍ଦ ରହିଥିଲା । ଦୀର୍ଘ ଦିନରୁ ବନ୍ଦ ରହିଥିବା ହାଣ୍ଡିଭଙ୍ଗା ଯାତ୍ରା ଚଳିତ ବର୍ଷ ଠାରୁ ସୁରୁଖୁସୁରେ ହେବାକୁ ନିଷ୍ପତ୍ତି ପରେ ସ୍ଥିତି ସ୍ୱାଭାବିକ ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏହି ମହିଳା ନିଜ କାଖରୁ କ୍ଷୀର ବାହାର କରି ସ୍ତନ୍ୟପାନ କରାଇପାରୁଛନ୍ତି! VIDEO ଶେୟାର୍ କଲେ

ଗୁରୁବାର ଦିନ ଶିବରାତ୍ରିର ସମସ୍ତ ନୀତିକାନ୍ତି ସଠିକ୍‌ ସମୟରେ କରିବାକୁ ତିନି ନିଯୋଗ ସହମତି ପ୍ରଦାନ କରିଛନ୍ତି। ଏହା ସହ ମନ୍ଦିର ଭିତରେ ସାମାଜିକ ଦୂରତା ରକ୍ଷା କରି ଭକ୍ତମାନେ ଦୀପ ଜାଳିପାରିବେ ବୋଲି କୁହାଯାଇଛି ।

ଏହା ବି ପଢ଼ନ୍ତୁ | ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କଲା ପୋଲିସ

‘‘ହାଇ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ କାମ ହେବ । ହାଣ୍ଡିଭଙ୍ଗା ଯାତ୍ରା ହେବ । ସେଥି ପାଇଁ ମଲ୍ଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କ ସହ କଥାବାର୍ତ୍ତା ହେବାକୁ ୧୦ ଦିନ ସମୟ ମାଗିଛୁ । ଶିବରାତ୍ରୀରେ କୌଣସି ବାଧା ଉପୁଜିବ ନାହିଁ,’’ କହିଛନ୍ତି ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ର ।



ପ୍ରତି ବର୍ଷ ଭଳି ଏ ବର୍ଷ ବି ଫୁଲରେ ଝଲସିବ ଲିଙ୍ଗରାଜ ମନ୍ଦିର । ଓଡି଼ଶା ଫ୍ଲୋରିଷ୍ଟ ଆସୋସିଏସନ ପକ୍ଷରୁ ପ୍ରାୟ ୭୦ ହଜାର ଟଙ୍କାର ଫୁଲ ଲାଗିଛି ମନ୍ଦିର ସଜାରେ । ପ୍ରତି ବର୍ଷ ୫ରୁ ୬ ଲକ୍ଷ ଟଙ୍କାର ଫୁଲ ଲାଗୁଥିବା ବେଳେ ଏ ବର୍ଷ କରୋନା ସଂକ୍ରମଣ କାରଣରୁ କମିଛି ଫୁଲ । ରନ୍ଧା ଖାଦ୍ୟ ବଣ୍ଟନ ଉପରେ ବି ଲାଗିଛି କଟକଣା ।
Published by: Anand Shankar Thankur Das
First published: March 10, 2021, 9:41 PM IST