ନୂଆ ରୂପରେ ଝଲକିବ ଲିଙ୍ଗରାଜ ମନ୍ଦିର ଅଞ୍ଚଳ; ଶିବରାତ୍ରି ପୂର୍ବରୁ ସରିବ ଉନ୍ନତିମୂଳକ କାର୍ଯ୍ୟ

ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ପାଇଁ ୧୧୦ଟି ଜବରଦଖଲ ଉଚ୍ଛେଦ କରାଯିବାର ଥିଲା । ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ ଉଚ୍ଛେଦ ହୋଇସାରିଛି । ନଭେମ୍ବର ଶେଷ ସୁଦ୍ଧା ସବୁ ଉଚ୍ଛେଦ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ନୂଆ ରୂପରେ ଝଲକିବ ଲିଙ୍ଗରାଜ ମନ୍ଦିର ଅଞ୍ଚଳ; ଶିବରାତ୍ରି ପୂର୍ବରୁ ସରିବ ଉନ୍ନତିମୂଳକ କାର୍ଯ୍ୟ
ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଶେଷ ହୋଇଛି ଉନ୍ନୟନ ମୂଳକ କାର୍ଯ୍ୟ ।
  • News18 Odia
  • Last Updated: November 4, 2020, 11:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆସନ୍ତା ଶିବରାତ୍ରିରେ ଲିଙ୍ଗରାଜ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବ। ସ୍ଥାନୀୟ ଶ୍ରଦ୍ଧାଳୁ ଓ ବ୍ରତଧାରୀମାନେ ମହାଦେବଙ୍କ ପାଖରେ ଜାଗର ଜାଳିବେ। ଭକ୍ତଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ ଶିବରାତ୍ରି ପୂର୍ବରୁ ଶେଷ ହେବ ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ମନ୍ଦିର ଚତୁଃପାର୍ଶ୍ଵରୁ ୮୦ ପ୍ରତିଶତ ଜବରଦଖଲ ଉଚ୍ଛେଦ ଶେଷ ହୋଇଥିବା ବେଳେ ନଭେମ୍ବର ସୁଦ୍ଧା ଉଚ୍ଛେଦ କାମ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି ଫାଇଭ୍‌ ଟି (5T) ସଚିବ ଭି.କେ. ପାଣ୍ଡିଆନ୍‌ ।

ନିକଟରେ ପାଣ୍ଡିଆନ୍‌ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି ସେ । ଶିବରାତ୍ରି ପୂର୍ବରୁ ଏକାମ୍ର ପ୍ରକଳ୍ପ କାର୍ଯ୍ୟ – ରାସ୍ତା ପ୍ରଶସ୍ତିକରଣ, ଇଣ୍ଟରପ୍ରିଟେସନ ସେଣ୍ଟର, ବିନ୍ଦୁସାଗର ପୁନରୁଦ୍ଧାର, ଇ-ଯାନ ମାଧ୍ୟମରେ ମନ୍ଦିରକୁ ପ୍ରବେଶ ଭଳି ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ – ଶିବରାତ୍ରି ପୂର୍ବରୁ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍।

5T ସଚିବ ଏକାମ୍ର ପ୍ରକଳ୍ପର ଅନୁଧ୍ୟାନ କରୁଛନ୍ତି । ସାଙ୍ଗରେ ଅଛନ୍ତି ଉନ୍ନୟନ କମିଶନର ଓ ବିଏମସି କମିଶନର ।


ଏହା ବି ପଢ଼ନ୍ତୁ | ଅର୍ଣ୍ଣବ ଗୋସ୍ୱାମୀ ଗିରଫ ହେଲେ; ଇଣ୍ଟେରିୟର ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗ

ଶନିବାର ଭୋରରୁ ପ୍ରକଳ୍ପ ଅଞ୍ଚଳରେ ପହଞ୍ଚିଥିଲେ 5T ସଚିବ, ଉନ୍ନୟନ ସଚିବ ଓ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଭୋର ୪ଟାରୁ ୬ଟା ଯାଏଁ ମନ୍ଦିର ଚାରି ପାଖ ବୁଲି ସମସ୍ତ ପ୍ରକଳ୍ପ କାମର ଅନୁଧ୍ୟାନ କରିଥିଲେ ତିନିହେଁ । କେତେ କାମ ହୋଇଛି, କ’ଣ ଆଉ ବାକି ରହିଛି ଓ କେଉଁଠି କିଛି ସମସ୍ୟା ରହିଛି ସବୁ ପଚାରି ବୁଝିଥିଲେ ସେମାନେ ।

ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ପାଇଁ ୧୧୦ଟି ଜବରଦଖଲ ଉଚ୍ଛେଦ କରାଯିବାର ଥିଲା । ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ ଉଚ୍ଛେଦ ହୋଇସାରିଛି । ନଭେମ୍ବର ଶେଷ ସୁଦ୍ଧା ସବୁ ଜବରଦଖଲ ଉଚ୍ଛେଦ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

‘‘ସରକାରଙ୍କ ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରକଳ୍ପ କାମ ଚାଲିଛି । ସବୁ କିଛି ସୁରୁଖୁରୁରେ ଚାଲିଛି। ଆଉ ମାତ୍ର ୨୦ ପ୍ରତିଶତ ଜବରଦଖଲ ଉଚ୍ଛେଦ ବାକି ରହିଛି । ନଭେମ୍ବର ଶେଷ ସୁଦ୍ଧା ଉଚ୍ଛେଦ କାମ ଶେଷ କରିବୁ,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ମାସେ ତଳେ ହୋଇଥିଲା ଉଚ୍ଛେଦ କାର୍ଯ୍ୟ, ହେଲେ ଏ ଯାଏଁ ଥଇଥାନ କାର୍ଯ୍ୟ ହୋଇନି ।


ଏହା ବି ପଢ଼ନ୍ତୁ | Bihar Polls: ତେଜସ୍ ଯାଦବ ଭିଡ଼ରେ ଜଣେ ଯୁବକକୁ ଜୋରରେ ଠେଲିଦେଲେ; ଦେଖନ୍ତୁ ଭାଇରାଲ୍‌ Video

ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଭୁବନେଶ୍ୱର ବାସିନ୍ଦାମାନେ । ‘‘ପାରିପାର୍ଶ୍ବିକ ଉନ୍ନତି ଦ୍ୱାରା ଏକ ଭିନ୍ନ ଅନୁଭୂତି ମିଳିବ। ଏକ ସୁସ୍ଥ ବାତାବରଣ ଭିତରେ ଶ୍ରଦ୍ଧାଳୁମାନେ ମନ୍ଦିର ଦର୍ଶନ କରିପାରିବେ। ଜବରଦଖଲକାରୀଙ୍କ ଆଢୁଆଳରେ ଅନେକ ଐତିହ୍ୟ ଲୁଚି ଯାଉଥିଲା । ସେସବୁର ପୁନରୁଦ୍ଧାର କରାଯାଉଛି,’’ କହିଛନ୍ତି ଶୈଳଶ୍ରୀ ବିହାର ବାସିନ୍ଦା ଅଶୋକ ।

ଭକ୍ତ ମୀରା ରାଉତ କହିଛନ୍ତି, ‘‘ଆଗରୁ ମନ୍ଦିର ଆସିଲେ ଭିଡ଼ ଭିତରେ ଆସୁଥିଲୁ । ଉଠା ଦୋକାନୀ ଓ ଗାଡ଼ି ପାର୍କିଙ୍ଗ ଭିତରେ ମନ୍ଦିର ବାହାରକୁ ଦେଖା ଯାଏନି । ଏବେ କିନ୍ତୁ ବହୁ ଦୂରରେ ଥାଇ ବି ମନ୍ଦିର ଦେଖିପାରୁଛୁ । ଯଥା ଶୀଘ୍ର କାମ ସରିଲେ ଭଲ ।’’

ଏହା ବି ପଢ଼ନ୍ତୁବିହାର ନିର୍ବାଚନ ପ୍ରଚାରରୁ ଫେରି ଅଭିନେତ୍ରୀ ଅମିଶା ପଟେଲ କହିଲେ, ‘‘ସେଠି ମୋର ରେପ୍ ହୋଇଯାଇଥାନ୍ତା’’

‘‘ସରକାରଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ । ବହୁତ ଆଗରୁ ଏଭଳି ଉନ୍ନୟନମୂଳକ କାର୍ଯ୍ୟ ହେବାର ଥିଲା । ବିଳମ୍ବରେ ହେଉ ପଛେ, କାମ ହୋଇଛି ଭଲ । କିନ୍ତୁ କାମ ଭିତରେ ସରକାର ବିସ୍ଥାପିତଙ୍କ କଥା ଭୁଲି ଯାଉଛନ୍ତି । ତେଣୁ ସେମାନଙ୍କ ଥଇଥାନ ପାଇଁ ସରକାର ଗୁରୁତ୍ୱ ଦେବା ଜରୁରୀ,’’ କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ।



ବିଶ୍ୱ ପର୍ଯ୍ୟଟନରେ ଏକାମ୍ର କ୍ଷେତ୍ରର ରହିଛି ଏକ ସ୍ୱତନ୍ତ୍ର ପରିଚୟ । ତେଣୁ ଏହାର ଉନ୍ନତି ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଏକାମ୍ର ପ୍ରକଳ୍ପର ପରମ ଲକ୍ଷ୍ୟ ।
Published by: Anand Shankar Thankur Das
First published: November 4, 2020, 11:48 PM IST
corona virus btn
corona virus btn
Loading