News18 Odia Digital
ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ମଙ୍ଗଳବାର ଦିନ ମନ୍ଦିରରୁ ବାହାରି ଅଧା ବାଟରେ ଅଟକି ରହିଛି । ପୁରୁଣା ଭୁବନେଶ୍ୱରର ଗୋସାରେଶ୍ଵରୀ ଓ ତିନିମୁଣ୍ଡିଆ ଛକ ମଝିରେ ଅଟକି ରହିଛି ଏହି ରଥ । ସନ୍ଧ୍ୟା ହୋଇଯିବା କାରଣରୁ ଓ କରୋନା ସଂକ୍ରମଣ ଜନିତ ନୀତି ନିୟମ କାରଣରୁ ରଥ ଟଣା ବନ୍ଦ ରଖାଯାଇଛି । ଭୋଇ ସେବାୟତମାନେ ମଧ୍ୟ ସନ୍ଧ୍ୟା ପରେ ରଥ ଟାଣିବା ନେଇ ଅନାଗ୍ରହୀ ହେବାରୁ ରଥ ଟଣା ବନ୍ଦ ରହିଛି ବୋଲି କୁହାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁସନ୍ଧ୍ୟା ହୋଇଯିବା ସତ୍ତ୍ୱେ ରଥ ଟଣା ଜାରି ରଖିବା ସପକ୍ଷରେ କିଛି ସେବାୟତ ଯୁକ୍ତି ବାଢି଼ବା କାରଣରୁ କିଛି ସମୟ ପାଇଁ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା । ଏ ବିଷୟରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ‘‘ସାଧାରଣ ଭାବେ ନିୟମ ଓ ପରମ୍ପରା ଅନୁସାରେ ସୂର୍ଯ୍ୟାସ୍ତ ପରେ ରୁକୁଣା ରଥ ଟଣା ବନ୍ଦ ରହେ । ବର୍ଷ ବର୍ଷ ଧରି ଲିଙ୍ଗରାଜଙ୍କ କ୍ଷେତ୍ରରେ ଏହି ପରମ୍ପରା ଅନୁସୃତ ହୋଇଆସୁଛି । ଆଜି ମଧ୍ୟ ନିର୍ଘଣ୍ଟ ହୋଇଥିଲା ସନ୍ଧ୍ୟା ପୂର୍ବରୁ ରଥ ପହଞ୍ଚିବା ପାଇଁ । କିନ୍ତୁ ବିଳମ୍ବ ହେବାରୁ ରଥ ଅଟକାଇବା ପାଇଁ ଆମେ ବାଧ୍ୟ ହେଉଛୁ । ଆବଶ୍ୟକତା ଅନୁସାରେ ରଥ ଆସନ୍ତାକାଲି ଟାଣିବା ପାଇଁ ନିଷ୍ପତ୍ତି ନିଆଯିବ । ବୁଧବାର ସନ୍ଧ୍ୟା ସୁଦ୍ଧା ଏ ପ୍ରକ୍ରିୟା ସରିବ । ବ୍ରାହ୍ମଣ ନିଯୋଗ ସମିତି ମଧ୍ୟ ଏ ନେଇ ସହମତି ପ୍ରକାଶ କରିଛି ।’’
ଏହା ବି ପଢ଼ନ୍ତୁ | ମେ ୧ ତାରିଖରୁ ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ନେଇପାରିବେ କରୋନା ଭ୍ୟାକ୍ସିନ୍‘‘ପ୍ରଶାସନ ଓ ସେବାୟତ ମିଳିତଭାବେ ପ୍ରୟାସ କରିଥିଲେ ଯେ ଅନ୍ତତଃ ସନ୍ଧ୍ୟା ୭ଟା ପୂର୍ବରୁ ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିବ । ସେହି ଅନୁସାରେ ନୀତି ମଧ୍ୟ ଧାର୍ଯ୍ୟ ହୋଇଥିଲା । ହେଲେ ବିଭିନ୍ନ କାରଣରୁ ନୀତିକାନ୍ତିରେ ସାମାନ୍ୟ ବିଳମ୍ବ କାରଣରୁ ଏ ଭଳି ସ୍ଥିତି ଉପୁଜିଥିଲା । କିଛି ଭୋଇ ସେବକ ନିୟମ ଅନୁସାରେ ରାତିରେ ରଥ ଟାଣିବା ପାଇଁ ଆଗ୍ରାହୀ ନ ହେବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଗଲା,’’ କହିଛନ୍ତି ବ୍ରାହ୍ମଣ ନିଯୋଗ ସମିତିର ସମ୍ପାଦକ ବିରଞ୍ଚି ନାରାୟଣ ପତି ।
ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା
ନିର୍ଦ୍ଧାରିତ ସମୟର ପ୍ରାୟ ୪୫ ମିନିଟ ପରେ ଆରମ୍ଭ ହୋଇଥିଲା ରୁକୁଣା ରଥ ଟଣା।
ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଓ ବିନା ଭକ୍ତରେ ସୁରୁଖୁରୁରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାର ଆୟୋଜନ ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା । କୋଭିଡ଼ କଟକଣା କାରଣରୁ ଗତ ବର୍ଷ ରୁକୁଣା ରଥ ଯାତ୍ରାକୁ ବନ୍ଦ ରଖାଯାଇଥିଲା । କିନ୍ତୁ ଚଳିତ ବର୍ଷ ଏହି ପବିତ୍ର ରଥ ଟଣା କାର୍ଯ୍ୟକ୍ରମ ଆୟୋଜନ ପାଇଁ ନୀତିଗତ ନିଷ୍ପତ୍ତି ନିଆଯିବା ସହିତ ଏହାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କୁକୁର ଛୁଆମାନେ ମାଲିକାଣିଙ୍କ ସହ ମିଶି ଯୋଗ କଲେ; VIDEO ଭାଇରାଲ୍ ହେଉଛି; ଦେଖନ୍ତୁମଙ୍ଗଳବାର ସକାଳୁ ନିର୍ଦ୍ଧାରିତ ରୀତିନୀତି ଓ ସମୟ ନିର୍ଘଣ୍ଟ ଅନୁସାରେ ଆରମ୍ଭ ହୋଇଥିଲା ରୁକୁଣା ରଥ ଯାତ୍ରା ପାଇଁ ପାରମ୍ପରିକ ପୂଜା ଉତ୍ସବ । ଭୋର୍ ୫ଟାରେ ଆରମ୍ଭ ହୋଇଥିଲା ମଙ୍ଗଳ ଆଳତୀ ଓ ଅବକାଶ ପୂଜା । ପୂର୍ବାହ୍ନ ୧୦ଟା ପରେ ସୁର୍ଯ୍ୟ ପୂଜା ଓ ଦ୍ୱାରପାଳ ପୂଜା ଆଦି ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ ପ୍ରଭୁ ଲିଙ୍ଗରାଜଙ୍କ ପହଣ୍ଡି ବିଜେ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଲିଙ୍ଗରାଜଙ୍କ ସହିତ ହରି, ରୁକ୍ମିଣୀ ଓ ଦୋଳଗୋବିନ୍ଦଙ୍କ ପହଣ୍ଡି ଏକ ସଙ୍ଗେ ସମ୍ପନ୍ନ ହୋଇଥିଲା । ରୁକୁଣା ରଥ ନିକଟରେ ପହଞ୍ଚିବା ପରେ ବେଢ଼ା ପରିକ୍ରମା ହୋଇଥିଲା । ପରେ ସବୁ ଦେବଦେବୀ ରଥାରୂଢ଼ ହୋଇଥିଲେ।
ଏହା ବି ପଢ଼ନ୍ତୁ | ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’କୋଭିଡ କଟକଣା ଭିତରେ କମ୍ ସଂଖ୍ୟାରେ ସେବାୟତଙ୍କ ଦ୍ଵାରା ଏହି ପହଣ୍ଡି ବିଜେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସବୁ ଦେବାଦେବୀ ରଥାରୂଢ଼ ହେବା ପରେ ରଥ ଉପରେ ଦୁଇ ଘଣ୍ଟାର ପୂଜାର୍ଚ୍ଚନା କରାଯାଇଥିଲା । ଅପରାହ୍ଣ ସାଢ଼େ ୩ଟାରେ ରୁକୁଣା ରଥ ଟଣା କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ପ୍ରାୟ ୪୫ ମିନିଟ ବ୍ୟବଧାନରେ ଆରମ୍ଭ ହୋଇଥିଲା ରଥ ଟଣା।
ଲିଙ୍ଗରାଜଙ୍କ ଏହି ଅଣଲେଉଟା ରଥ ପୁଣି ଆସନ୍ତା ୨୪ ତାରିଖରେ ଫେରିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳକୁ ବିଶୋଧନ କରାଯିବା ସହ ୧୪୪ ଧାରା ଜାରି କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।