News18 Odia Digital
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରେ ଚାପ ଖେଳିବେ ମହାପ୍ରଭୁ ଲିଙ୍ଗରାଜ । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆୟୋଜନ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍.ସି.) ଶୁକ୍ରବାର ଦିନ ଅନୁମତି ଦେଇଛି । କୋଭିଡ କଟକଣା ଭିତରେ ବିନା ଭକ୍ତରେ ଚାପ ଖେଳ ଆୟୋଜିତ କରିବାକୁ ଗାଇଡ଼ଲାଇନ ଜାରି କରିଛି ବି.ଏମ୍.ସି. । ଏଥି ପାଇଁ ୧୪ଟି ନିୟମ କରାଯାଇଛି ଓ ସେଗୁଡ଼ିକର କଡ଼ାକଡ଼ି ପାଳନ କରାଯିବା ପାଇଁ ନିର୍ଦ୍ଦେଶ ରହିଛି ।
ଆସନ୍ତା ୧୫ ତାରିଖ ଅକ୍ଷୟ ତୃତୀୟାରୁ ଚାପ ଖେଳ ବା ଚନ୍ଦନ ଯାତ୍ରା ଆରମ୍ଭ ହେବ । ୨୨ ଦିନ ଧରି ଚାଲିବ ଏହି ଯାତ୍ରା । କରୋନା କଟକଣା ଲାଗୁ ହୋଇଥିବାରୁ ଏ ଥର ଚାପ ଖେଳରେ କୌଣସି ଭକ୍ତ ଅଂଶ ଗ୍ରହଣ କରିପାରିବେ ନାହିଁ କି ଦର୍ଶନ କରିପାରିବେ ନାହିଁ । ଲିଙ୍ଗରାଜ ମନ୍ଦିରର ୧୫ ଜଣ ସେବାୟତଙ୍କ ନେଇ ଚାଲିବ ଚାପ ଖେଳ । ମନ୍ଦିର ପ୍ରଶାସନ ପକ୍ଷରୁ ଏହି ୧୫ ଜଣ ସେବାୟତଙ୍କ ନାଁ ବି.ଏମ୍.ସି.କୁ ଦିଆଯିବ। ବି.ଏମ୍.ସି. ପାଖରେ ସେମାନଙ୍କର ଆର୍.ଟି.ପି.ସି.ଆର୍. ଟେଷ୍ଟରେ ନେଗେଟିଭ ରିପୋର୍ଟ ପହଞ୍ଚିବା ପରେ ସେମାନଙ୍କୁ ଚାପ ଖେଳ ପାଇଁ ଅନୁମତି ମିଳିବ ।
ଏହା ବି ପଢ଼ନ୍ତୁ | Bengal Polls: ରାହୁଳ ଗାନ୍ଧି ଯେଉଁ ଯେଉଁ ଆସନ ପାଇଁ ପ୍ରଚାର କରିଥିଲେ ସେଠି କଂଗ୍ରେସ ଜମାନତ ହରାଇଛିଚାପ ଖେଳ ପାଇଁ ବ୍ୟବହାର ହେବାକୁ ଥିବା ଡଙ୍ଗାକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯିବ। ଏ ନେଇ ମନ୍ଦିର ପ୍ରଶାସନ ବି.ଏମ୍.ସି. ସହ ଯୋଗାଯୋଗ କରି କିଭଳି ସାନିଟାଇଜ୍ କରିବେ ସେ ବ୍ୟବସ୍ଥା କରିବ । ପୂଜା ଓ ଯାତ୍ରା ସମୟରେ ନୀତିକାନ୍ତିରେ ନିୟୋଜିତ ସେବାୟତ ସର୍ବଦା ମାସ୍କ ପିନ୍ଧିବେ। ଏହା ସହ ୬ ଫୁଟ ଦୂରତା ମଧ୍ୟ ଯଥା ସମ୍ଭବ ବଜାୟ ରଖିବେ। ପାନ ଓ ଗୁଟକା ଖାଇବା ଓ ଛେପ ପକାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିବ ।
ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ
ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର
ଏହା ବି ପଢ଼ନ୍ତୁ | ତାମିଲ ନାଡ଼ୁରେ ଥିବା ମନ୍ଦିରଗୁଡ଼ିକର ବାହ୍ୟ ଅଡ଼ିଟ୍ ଦାବି କରି ମାଡ୍ରାସ୍ HCରେ PIL କଲେ ସଦଗୁରୁଥର୍ମାଲ ସ୍କ୍ରିନିଂ ସାଙ୍ଗକୁ ହାତ ଧୋଇବା ଓ ସାନିଟାଇଜ କରିବା ଉପରେ ଗୁରୁତ୍ୱ ଦେବେ ସେବାୟତମାନେ । ଥଣ୍ଡା, ଜ୍ୱର ବା କାଶ ଲକ୍ଷଣ ଥିଲେ କୌଣସି ସେବାୟତ ପୂଜା କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ । ସମଗ୍ର ଯାତ୍ରା ସମୟରେ ବାଣ ଓ ପାଣି ପାଉଚ୍ ବ୍ୟବହାର ବି ସମ୍ପୂର୍ଣ୍ଣ ବାରଣ ହୋଇଛି । କେବେଳ ନୀତିକାନ୍ତି ବ୍ୟତୀତ କୌଣସି ପ୍ରକାର ମେଳା, ମହୋତ୍ସବ ବା ମେଳଣ ଲାଗିବ ନାହିଁ । ଏଥି ପ୍ରତି ମନ୍ଦିର ପ୍ରଶାସନ ବିଶେଷ ଧ୍ୟାନ ଦେବେ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Bengal Results: ‘ଦିଦି… ଓ ଦିଦି…’ ଦୋହରାଇ ଟ୍ୱିଟରରେ ଲୋକେ BJPକୁ ଖୁବ୍ ପରିହାସ କରୁଛନ୍ତି‘‘ଆମର ଚାପ ଖେଳ ପାଇଁ ବି.ଏମ୍.ସି. ଅନୁମତି ଦେଇଛି । ଗାଇଡ଼ଲାଇନ୍ ଅନୁଯାୟୀ ଆମେ ମଧ୍ୟ ନୀତିକାନ୍ତି କରିବାକୁ ପ୍ରସ୍ତୁତ ଅଛୁ । ମନ୍ଦିର ପକ୍ଷରୁ ଏ ନେଇ ବି.ଏମ୍.ସି.କୁ ପୂର୍ବରୁ କୁହାଯାଇଥିଲା । ବୈଠକ ପରେ ଆମକୁ ଅନୁମତି ମିଳିଛି । ତେବେ କୋଭିଡ୍ କଟକଣା କିପରି ଫେଲ୍ ନ ମାରେ ସେଥି ପ୍ରତି ଆମର ବିଶେଷ ଧ୍ୟାନ ରହିବ। କିଛି ଦିନ ତଳେ ରୁକୁଣା ରଥ ଯାତ୍ରା ସଫଳ ଭାବେ ଆୟୋଜନ କଲୁ । ଚନ୍ଦନ ଯାତ୍ରା ବି କରିବୁ,’’ କହିଛନ୍ତି ବୋଲି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ ।
ଅକ୍ଷୟ ତୃତୀୟାରୁ ଆରମ୍ଭ ହୁଏ ଚାପ ଖେଳ । ଅସହ୍ୟ ଗରମ ଓ ଗୁଳୁଗୁଳିରୁ ନିସ୍ତାର ପାଇଁ ଚନ୍ଦନ ଲାଗି ହୋଇ ପାଣିରେ ଚାପ ଖେଳନ୍ତି ପ୍ରଭୁ । ଗତ ବର୍ଷ କୋଭିଡ କାରଣରୁ ଚନ୍ଦନ ଯାତ୍ରା ବନ୍ଦ ଥିବା ବେଳେ ଏ ଥର ନୀତିକାନ୍ତି କରିବାକୁ ଅନୁମତି ମିଳିଛି । କିଛି ଦିନ ତଳେ ବିନା ଭକ୍ତରେ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।