ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବଦଳିବ ଗୋପାଳପୁର ବିଚ୍‌ର ରୂପରେଖ; ଗୋଆ ଭଳି ଗୋପାଳପୁର ବିଚ୍‌ରେ ହେବ ବିଚ୍‌ ସେକ୍

ବଦଳିବ ଗୋପାଳପୁର ବିଚ୍‌ର ରୂପରେଖ; ଗୋଆ ଭଳି ଗୋପାଳପୁର ବିଚ୍‌ରେ ହେବ ବିଚ୍‌ ସେକ୍

ଗୋପାଳପୁରରେ ସମୁଦ୍ର ବେଳାଭୂମିକୁ ଆହୁରି ଆକର୍ଷଣ କରିବା ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ଗୋପାଳପୁର ସମୁଦ୍ର ବେଳାଭୂମିରେ ଆରମ୍ଭ ହେବ ବିଚ୍ ସେକ୍ । କିନ୍ତୁ ଏହାକୁ କେତେକ ସଙ୍ଗଠନ ଓ ସ୍ଥାନୀୟ ବାସିନ୍ଦା ବିରୋଧ କରୁଛନ୍ତି ।

ବଦଳିବ ଗୋପାଳପୁର ବିଚ୍‌ର ରୂପରେଖ; ଗୋଆ ଭଳି ଗୋପାଳପୁର ବିଚ୍‌ରେ ହେବ ବିଚ୍‌ ସେକ୍
ଗୋପାଳପୁରରେ ହେବାକୁ ଥିବା ବିଚ୍‌ ସେକ୍‌କୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 1, 2021, 7:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଗୋପାଳପୁରରେ ସମୁଦ୍ର ବେଳାଭୂମିକୁ ଆହୁରି ଆକର୍ଷଣ କରିବା ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ଗୋପାଳପୁର ସମୁଦ୍ର ବେଳାଭୂମିରେ ଆରମ୍ଭ ହେବ ବିଚ୍‌ ସେକ୍‌ । ଏଥି ନିମନ୍ତେ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନରର ଅଧିକାରୀ ମାନେ ସ୍ଥାନ ନିରୂପଣ କରି ସାରିଛନ୍ତି ।

ଗୋପାଳପୁରରେ ହେବ ବିଚ୍ ସେକ୍‌ । ଏଥିନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚାଲିଛି ଯୋଜନା ପ୍ରସ୍ତୁତି ହେଉଛି। ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ଗୋପାଳପୁରକୁ ଆସି ବିଚ୍ ସେକ୍‌ ନିମନ୍ତେ ସ୍ଥାନ ନିରୂପଣ ସହିତ କିଭଳି ରୂପରେଖ ହେବ ସେ ନେଇ ଖସଡ଼ା ପ୍ରସ୍ତୁତ କରିଛନ୍ତି । ଗୋପାଳପୁର ବେଳାଭୂମିର କେଉଁ ସ୍ଥାନରେ ବିଚ୍ ସେକ୍‌ କରାଗଲେ ଠିକ୍‌ ରହିବ ସେ ନେଇ ଜାଗା ଚିହ୍ନଟ ହେବା ସହିତ ମାପ କାର୍ଯ୍ୟ ମଧ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଶେଷ ହୋଇଛି । ଗୋପାଳପୁର ସମେତ ଛଅଟି ବେଳାଭୂମିରେ ବିଚ୍ ସେକ୍ ଖୋଲିବା ନିମନ୍ତେ ନିଷ୍ପତ୍ତି ହୋଇଛି ।

‘‘ବିଚ୍ ସେକ୍‌ କରିବା ଦ୍ବାରା ବିଦେଶୀ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ହୋଇପାରିବ । ପର୍ଯ୍ୟଟନ ବିଭାଗର କାର୍ଯ୍ୟ ପ୍ରଥମ ପର୍ଯ୍ୟାୟରେ ଚାଲୁ ରହିଛି । ବର୍ତ୍ତମାନ କିଛି ସ୍ବେଚ୍ଛାସେବୀ ସଙ୍ଗଠନ ଓ ଗୋପାଳପୁର ବାସିନ୍ଦା ମାନେ ଏହାକୁ ବିରୋଧ କରୁଥିବା ବେଳେ ସେମାନଙ୍କ କଥାକୁ ଗୁରୁତ୍ବ ଦିଆଯିବା ସହିତ କିଭଳି ଜନବସତି ଅଞ୍ଚଳରେ ଏହାକୁ କରାନଯିବ ସେ ନେଇ ଦୃଷ୍ଟି ଦିଆଯାଇଛି । ସେହିପରି ସ୍ଥାନୀୟ ଲୋକଙ୍କ ସହିତ ପର୍ଯ୍ୟଟକ ମାନଙ୍କର କୌଣସି ଅସୁବିଧା ନ ହେବ ସେ ନେଇ ମଧ୍ୟ ଦୃଷ୍ଟି ଦିଆଯିବ,‘‘ କହିଛନ୍ତି ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ।

ବିଚ୍‌ ସେକ୍‌ ପାଇଁ ସ୍ଥାନ ନିରୂପଣ ହେଉଛି (ପ୍ରତୀକାତ୍ମକ ଛବି)


ଗୋପାଳପୁର ବେଳାଭୂମିରେ ୨୪୦୦ ବର୍ଗ ମିଟର ଅଞ୍ଚଳରେ ୫ଟି ଉଠା ମଦ ଦୋକାନ କରାଯିବା ନେଇ ଯୋଜନା କରିଛି ପର୍ଯ୍ୟଟନ ବିଭାଗ । ଏହାକୁ ନେଇ ବର୍ତ୍ତମାନ କିଛି ସ୍ବେଚ୍ଛାସେବୀ ସଙ୍ଗଠନ ଓ ଗୋପାଳପୁର ବାସିନ୍ଦା ମାନେ ଏହାକୁ ବିରୋଧ କରୁଛନ୍ତି । ଗୋଆ ବୋଳାଭୂମିରେ ହୋଇଥିବା ବିଚ୍ ସେକ୍‌ ଭଳି ଗୋପାଳପୁରରେ ମଧ୍ୟ ବିଚ୍‌ ସେକ୍‌ କରାଯିବା ନେଇ ଯୋଜନା କରାଯାଇଛି ।

‘‘ଗୋପାଳପୁର ଏକ ଶାନ୍ତ ବେଳାଭୂମି ହୋଇଥିବା ଯୋଗୁଁ ଏଠାରେ ବିଚ୍ ସେକ୍‌ ନ କରିବା ଅନୁଚିତ୍‌ । କାରଣ ବିଚ୍ ସେକ୍‌ କରିବା ଦ୍ବାରା ସ୍ଥାନୀୟ ଅଞ୍ଚଳବାସୀ ନିଜକୁ ସୁରକ୍ଷିତ ମନେ କରିବେ ନାହିଁ । ବିଚ୍‌ ସେକ୍‌ ହେବା ଦ୍ବାରା ଅସାମାଜିକ ବ୍ୟକ୍ତି ମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ମହିଳା ପର୍ଯ୍ୟଟକ ଓ ସ୍ଥାନୀୟ ମହିଳା ମାନେ ରାତି ତ ଦୂରର କଥା ସନ୍ଧ୍ୟା ସମୟରେ ବି ବେଳାଭୂମିରେ ନିଜକୁ ସୁରକ୍ଷିତ ମନେ କରିପାରିବେ ନାହିଁ,‘‘ କହିଛନ୍ତି ଗୋପାଳପୁର ବାସିନ୍ଦା ପଞ୍ଚୁ ବେହେରା।

‘‘ଗୋପାଳପୁର ସମୁଦ୍ରକୁ ବୁଲିବା ନିମନ୍ତେ କେବଳ ଯେ ଓଡ଼ିଶା ନୁହେଁ ବରଂ ରାଜ୍ୟ ବାହାରୁ ଓ ଦେଶ ବାହାରରୁ ପର୍ଯ୍ୟଟକମାନେ ଆସିଥାନ୍ତି । ଗୋପାଳପୁର ସମୁଦ୍ର ବେଳାଭୂମି ନିଜର ଶାନ୍ତି ଓ ସୁନ୍ଦର ପରିବେଶ ନିମନ୍ତେ ପ୍ରସିଦ୍ଧି ଲାଭ କରିଛି । ତେଣୁ ବିଚ୍ ସେକ୍‌ ନ କରିବା ନିମନ୍ତେ ଗୋପାଳପୁର ବାସିନ୍ଦା ଓ କିଛି ସ୍ବେଚ୍ଛାସେବୀ ସଙ୍ଗଠନ ମାନେ ଏହାକୁ ବିରୋଧ କରିବା ସହିତ ଆଗାମୀ ଶୁକ୍ରବାର ଦିନ ଆରଡ଼ିସି କାର୍ଯ୍ୟାଳୟ ଘେରାଓ କରାଯିବ,‘‘ କହିଛନ୍ତି ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ।
Published by: Soumya Das
First published: September 1, 2021, 7:43 PM IST