ଚାଷୀ ଭାଇମାନଙ୍କ ପାଇଁ ଖୁସି ଖବର: ଆସିଗଲା କ୍ଷତିକାରକ କୀଟମାନଙ୍କୁ ଧରିବା ପାଇଁ ଅଟୋମ୍ୟାଟିକ୍ ଯନ୍ତା

ମେଘୁଆ ପାଗରେ ବି କାମ କରୁଥିବା ଏହି ସ୍ୱୟଂଚାଳିତ ଆଲୋକ ଯନ୍ତା ଉପକାରୀ ଓ ଅପକାରୀ ପୋକଙ୍କୁ ଅଲଗା ଅଲଗା କରି ରଖେ । ଏହି ଯନ୍ତା ବ୍ୟବହାର କରୁଥିବା ଚାଷୀମାନଙ୍କୁ ଆଉ କ୍ଷତିକାରକ ରାସାୟନିକ ପ୍ରୟୋଗ କରିବାକୁ ପଡ଼ିବ ନାହିଁ ।

ଚାଷୀ ଭାଇମାନଙ୍କ ପାଇଁ ଖୁସି ଖବର: ଆସିଗଲା କ୍ଷତିକାରକ କୀଟମାନଙ୍କୁ ଧରିବା ପାଇଁ ଅଟୋମ୍ୟାଟିକ୍ ଯନ୍ତା
ଆଲୋକ ଯନ୍ତା; (ଡାହାଣ) ଏହାର ଉଦ୍ଭାବକ ଡକ୍ଟର ଶ୍ୟାମାରଞ୍ଜନ ମହାପାତ୍ର
  • News18 Odia
  • Last Updated: February 9, 2021, 8:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏଣିକି ଫସଲ ନଷ୍ଟ କରୁଥିବା ପୋକ ବା କୀଟମାନଙ୍କୁ ମାରିବା ପାଇଁ ଚାଷୀମାନଙ୍କୁ ଆଉ କ୍ଷତିକାରକ ରାସାୟନିକ ପ୍ରୟୋଗ କରିବାକୁ ପଡ଼ିବ ନାହିଁ । କ୍ଷତିକାରକ କୀଟମାନଙ୍କୁ ଧରିବା ପାଇଁ ଉଦ୍ଭାବନ ହୋଇଛି ଏମିତି ଏକ ଯନ୍ତା, ଯାହାକି ପରିବେଶ ଅନୁକୁଳ । ଏହି ଯନ୍ତା ଉଦ୍ଭାବନ କରିଛନ୍ତି କଟକରେ ଥିବା ଜାତୀୟ ଧାନ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଜଣେ ଓଡ଼ିଆ ବୈଜ୍ଞାନିକ ।

“ଅଲଟରନେଟ୍ ଏନର୍ଜି ଲାଇଟ୍‌ ଟ୍ରାପ୍” ବା ଆଲୋକ ଯନ୍ତା ନାମ ଥିବା ଏହି ଯନ୍ତାକୁ ସୋମବାର ଦିନ ନିଜ ନାମରେ ପେଟେଣ୍ଟ କରିଛି ଏନ.ଆର.ଆର.ଆଇ । ସାଧାରଣତଃ ପୋକ ମାରିବା ପାଇଁ ଜମିରେ ବ୍ୟବହାର ହେଉଥିବା କୀଟନାଶକର ପ୍ରଭାବରେ ଉପକାରୀ ପୋକଗୁଡ଼ିକ ବି ମରି ଯାଇଥାନ୍ତି । କିନ୍ତୁ ଏହି ଜନ୍ତା ଦ୍ବାରା ଉପକାରୀ ପୋକଗୁଡ଼ିକୁ ଅଲଗା କରାଯାଇ ପୁଣି ଥରେ ଛଡ଼ା ଯାଇ ପାରୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କଦଳୀର ସାଇଜ୍ ଦେଖି ଚମକି ଗଲେ ମହିଳା; ସୋସିଆଲ୍ ମିଡି଼ଆରେ ଫଟୋ ଭାଇରାଲ୍ ହେଲା

ପୋକମାନେ ସାଧାରଣତଃ ଆଲୋକ ପ୍ରତି ଆକର୍ଷିତ ହୋଇଥାନ୍ତି । ସେମାନଙ୍କ ଏହି ପ୍ରବୃତ୍ତିକୁ ଆଧାର କରି ଏହି ଯନ୍ତାର ଉଦ୍ଭାବନ ହୋଇଛି । ଏହି ଜନ୍ତାଟି ସମ୍ପୂର୍ଣ୍ଣ ଭାବେ ସୌରଚାଳିତ ଓ ସହଜରେ ଯେକୌଣସି ସ୍ଥାନରେ ରଖାଯାଇ ପାରିବ ଓ ଏଠାରୁ ସେଠାକୁ ନିଆଯାଇ ପାରିବ । ତିଟୋନି ଭାଗରେ ବିଭକ୍ତ ଏହି ଯନ୍ତାରେ ଏଲ୍‌.ଇ.ଡି. ବଲ୍ବ ଲଗାଯାଇଛି । ଏହି ବଲ୍ବଟିକୁ ଏକ ବ୍ୟାଟେରି ଓ ବ୍ୟାଟେରିକୁ ସେଲାର ପ୍ୟାନେଲ୍‌ ସହିତ ସଂଯୋଗ କରାଯାଇଛି । ଏହି ଯନ୍ତାରେ ଏକ ଟାଇମର୍ ବି ଲଗାଯାଇଛି ।

କଟକରେ ଥିବା ଜାତୀୟ ଧାନ ଗବେଷଣା କେନ୍ଦ୍ର (NRRI)


ଏହି ସ୍ବୟଂଚାଳିତ ଯନ୍ତାରେ ପୋକମାନଙ୍କ ପାଇଁ ଦୁଇଟି ଚାମ୍ବର ଅଛି । ଏହାକୁ ଫସଲ କିଆରି ନିକଟରେ ରଖିଦେଲେ ଏହା ନିଜ କାମ ଆରମ୍ଭ କରିଦିଏ । ସୂର୍ଯ୍ୟାସ୍ତ ପରେ ଟାଇମରଟି ବଲବକୁ ଠିକ୍‌ ଚାରି ଘଣ୍ଟା ପର୍ଯ୍ୟନ୍ତ ଜଳାଇ ରଖିଥାଏ । ଚାରି ଘଣ୍ଟା ପରେ ଏହି ଯନ୍ତା ସ୍ବୟଂ ବନ୍ଦ ହୋଇଯାଏ । ଆଲେକ ପ୍ରତି ଆକର୍ଷିତ ହୋଇ ପୋକଗୁଡ଼ିକ ଏହି ଯନ୍ତା ମଧ୍ୟରେ ଫସି ଯିବା ପରେ ଆଉ ବହାରକୁ ବାହାରି ପାରନ୍ତି ନାହିଁ ।

ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଜଣ ରେପ୍ କରିଥିଲେ; ଜଣ ନାବାଳକ ଥିଲେ; Video ବିକିବା ବେଳେ ଧରା ପଡ଼ିଲେ

ବଡ଼ କଥା ଏହା ଯେ ଏହି ଯନ୍ତା ଉପକାରୀ ଓ ଅପକାରୀ ପୋକଙ୍କୁ ଅଲଗା ଅଲଗା କରି ରଖେ । ସାଧାରଣତଃ ଉପକାରୀ ପୋକଗୁଡ଼ିକର ଆକାର ଛୋଟ ହୋଇଥିବାରୁ ସେମାନେ ତଳେ ଥିବା ଦ୍ବିତୀୟ ଚାମ୍ବରକୁ ଚାଲି ଯାଇଥାନ୍ତି । କିନ୍ତୁ ବଡ଼ ପୋକଗୁଡ଼ିକ ଉପର ଚାମ୍ବରରେ ରହି ଯାଆନ୍ତି । ପୋକଗୁଡ଼ିକ ଯନ୍ତାରେ ଫସିବା ପରେ ପ୍ରଥମ ଚାମ୍ବରରେ ଥିବା କ୍ଷତିକାରକ ପୋକଗୁଡ଼ିକୁ ନଷ୍ଟ କରିହେବ ଓ ଉପକାରୀ ପୋକଗୁଡ଼ିକୁ ପୁଣି ଫସଲରେ ଛଡ଼ାଯାଇ ପାରିବ ।

ବୈଜ୍ଞାନିକ ଡକ୍ଟର ଶ୍ୟାମାରଞ୍ଜନ ମହାପାତ୍ର


“ସାଧାରଣତଃ ଫସଲ ନଷ୍ଟ କରୁଥିବା କୀଟମାନଙ୍କୁ ମାରିବା ପାଇଁ ଚାଷୀମାନେ ବିଭିନ୍ନ ପ୍ରକାର ଔଷଧ ପ୍ରଯୋଗ କରିଥାନ୍ତି । ଏହି ସବୁ ଔଷଧ ପରିବେଶ ପାଇଁ କ୍ଷତିକାରକ ହେବା ସହ ଚାଷୀମାନଙ୍କ ଉପରେ ଆର୍ଥିକ ବୋଝ ବି ବଢ଼ାଇଥାଏ । ଏହା ବ୍ୟତୀତ ଔଷଧ ପ୍ରୟୋଗ ଦ୍ବାରା ଏହାର ପ୍ରଭାରେ ଅନେକ ଉପକାରୀ ପୋକ ବି ମରି ଯାଇଥାନ୍ତି । ତେଣୁ ଆମେ ଏମିତି ଏକ ପଦ୍ଧତି ବାହାର କରିବା ପାଇଁ ଚାହିଁଲୁ ଯେଉଁଥିରେ କେବଳ କ୍ଷତିକାରକ ପୋକଙ୍କୁ ଧରାଯାଇ ପାରିବ ଓ ଯନ୍ତାଟି ଶସ୍ତା ହେବା ସହ ସବୁ ସମୟରେ ବ୍ୟବହାର କରାଯାଇ ପାରୁଥିବ,’’ କହିଛନ୍ତି ଜାତୀୟ ଧାନ ଗବେଷଣା କେନ୍ଦ୍ରର କrଟ ରୋଗ ବିଭାଗର ପ୍ରଧାନ ବୈଜ୍ଞାନିକ ତଥା ଏହି ଯନ୍ତା ଉଦ୍ଭାବନ କରିଥିବା ଟିମର ପ୍ରମୁଖ ସଦସ୍ୟ ଡକ୍ଟର ଶ୍ୟାମାରଞ୍ଜନ ମହାପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କଳା ବିକିନି ପିନ୍ଧି ସୌନ୍ଦର୍ୟା ଶର୍ମା ବୋଲ୍ଡ ପୋଜ୍ ଦେଲେ; ତାଙ୍କ ଫ୍ୟାନମାନଙ୍କ ଖୁସିର ସୀମା ନାହିଁ

ଅନେକ ଗବେଷଣା କରିବା ପରେ ଡଃ ମହାପାତ୍ର ଆଲୋକ ଯନ୍ତାକୁ ଉଦ୍ଭାବନ କରିଛନ୍ତି । ଏହି ଯନ୍ତା ମେଘୁଆ ପାଗରେ ବି ଚାରି ଘଣ୍ଟା ପର୍ଯ୍ୟନ୍ତ କାମ କରିପାରିବ ବୋଲି ସେ କହିଛନ୍ତି । କେବଳ ଏହି ଗୋଟିଏ ଯନ୍ତା ନୁହେଁ, ବରଂ କିଛି ପୋକ ରଙ୍ଗ ପ୍ରତି ଅଧିକ ଆକୃଷ୍ଟ ହେଉଥିବାରୁ ସେମାନଙ୍କୁ ଧରିବା ପାଇଁ ୨୪ ଘଣ୍ଟା କାମ କରୁଥିବା ଦୁଇଟି ଛୋଟ ଯନ୍ତା ବି ଉଦ୍ଭବାନ କରିଛନ୍ତି ଏନ.ଆର.ଆର.ଆଇ.ର ବୈଜ୍ଞାନିକମାନେ ।



ଏନ.ଆର.ଆର.ଆଇ. ଆଲୋକ ଯନ୍ତାକୁ ନିଜ ନାମରେ ପେଟେଣ୍ଟ କରିବା ପରେ ଏହାର ତିଆରି ଓ ବିକ୍ରି ପାଇଁ ଏକ କମ୍ପାନୀକୁ ଅନୁମତି ଦେଇଛି । ଏହାର ଦାମ ମାତ୍ର ୭ ହଜାର ଟଙ୍କା ରଖାଯାଇଛି । ଧାନ ସହିତ ପନିପରିବା ଓ ଡାଲି ଜାତୀୟ ଫସଲକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ । ୮୦୦ ମିଟରରୁ ଏକ କିଲୋମିଟର ଦୂରରେ ଥିବା ପୋକ ମଧ୍ୟ ଏହି ଯନ୍ତା ପ୍ରତି ଆକୃଷ୍ଟ ହୋଇ ଏଥିରେ ଫସି ଯାଆନ୍ତି ।
Published by: Anand Shankar Thankur Das
First published: February 9, 2021, 8:57 PM IST