News18 Odia Digital
ଓଡ଼ିଶା : ବଦଳିଲା ପାଗର ମିଜାଜ । ତାତିରେ ଲାଗିଲା ବ୍ରେକ୍ । ଅସହ୍ୟ ଗରମ ଓ ଗୁଳିଗୁଳିରୁ ଆଶ୍ବସ୍ତି ମିଳିଛି । କାଳ ବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଫଳରେ ଦିନର ତାପାମାତ୍ର ସାମାନ୍ୟ ହ୍ରାସ ପାଇଛି । ଆଗାମୀ ଦୁଇ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଜାରି ହୋଇଥିବା ହିଟ୍ ୱେଭ ୱାର୍ଣ୍ଣିଂକୁ ହଟାଇ ଦେଇଛି ପାଣିପାଗ ବିଭାଗ । ଗତକାଲି ପର୍ଯ୍ୟନ୍ତ ୪୦ ଡିଗ୍ରୀ ଉପରେ ରହୁଥିବା ସହରଗୁଡ଼ିକରେ ଆଜି ଯଥେଷ୍ଟ ଖସିଛି ପାରଦ। ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ ବାଲେଶ୍ବରର ସର୍ବୋଚ୍ଚ ତାପମାତ୍ରା ରହିଛି ୩୬ ଡିଗ୍ରୀ । ସେହିପରି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଅପରାହ୍ଣ ୫ଟା ୧୫ ସୁଦ୍ଧା ୧୫ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା । ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ମଧ୍ୟ ରହିଛି ।
ସେହିପରି ଗତକାଲି ଠାରୁ ପ୍ରାୟ ୭ ଡିଗ୍ରୀ କମିଛି ରାଜଧାନୀ ଭୁବନେଶ୍ବରର ତାପମାତ୍ରା । ଭୁବନେଶ୍ବରର ତାପମାତ୍ରା ୩୩.୨ ଡିଗ୍ରୀ ରେକର୍ଡ଼ କରାଯାଇଛି । ଅନ୍ୟପକ୍ଷରେ ପୁରୀ ୩୩.୪, ଝାରସୁଗୁଡ଼ା ଓ ପାରାଦୀପ ୩୨.୬, ଚାନ୍ଦବାଲି ୩୨, , ଗୋପାଳପୁର ୩୧, କେନ୍ଦୁଝର ୨୮, ସମ୍ବଲପୁର ୩୦ ଏବଂ ହୀରାକୁଦର ତାପମାତ୍ରା ୨୯.୨ ଡିଗ୍ରୀ ରେକର୍ଡ଼ କରାଯାଇଛି । ଆଜି ମଧ୍ୟ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ରହିପାରେ ।
ସେହି ପରି କାଲି ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ାର ପାରଦ ୪୨.୮ ରହିଥିବା ବେଳେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ କରାଯାଇ ଥିଲା । ସମ୍ବଲପୁର, ବାରିପଦା, କେନ୍ଦୁଝର, ଚାନ୍ଦବାଲି ସମେତ ଅନେକ ସ୍ଥାନରେ ତାତିକୁ ନେଇ ଭୀଷଣ ସ୍ଥିତି ରହିଥିଲା । ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଥିଲା, ତାତିରେ ଆହୁରି ୩୬ ଘଣ୍ଟା ଜଳିବ ରାଜ୍ୟ । ଏପରିକି ଦିନର ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିବ ବୋଲି ସୂଚନା ଦେଇଥିଲା ।
ପଢନ୍ତୁ ଏହି ଖବର :
Railway Knowledge : ଆପଣ ଜାଣିଛନ୍ତି କି କାହିଁକି ରେଳ ଷ୍ଟେସନ୍ର ନାମ ନିକଟତମ ରୋଡ଼ ଅନୁସାରେ ହୋଇଥାଏ ?ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।