ଓଏସଏଲ ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ପ୍ରତିଷ୍ଠିତ ‘ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୩’

ଦକ୍ଷ ଶିଳ୍ପପତି ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସଏଲ)ର ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ସମ୍ମାନଜନକ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୩ ପ୍ରଦାନ କରାଯାଇଛି ।

ଓଏସଏଲ ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ପ୍ରତିଷ୍ଠିତ ‘ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୩’

ଓଏସଏଲ ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ପ୍ରତିଷ୍ଠିତ ‘ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୩’

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଭାରତୀୟ ସିପିଂ ଓ ସାମୁଦ୍ରିକ ଶିଳ୍ପ ଏବଂ ଓଡ଼ିଶା ରାଜ୍ୟର ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦକ୍ଷ ଶିଳ୍ପପତି (industrialist) ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସଏଲ)ର (ocl) ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ସମ୍ମାନଜନକ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୩ (lifetime achivement award 2023) ପ୍ରଦାନ କରାଯାଇଛି । କୋଲକାତାର ଏକଜିମ ଇଣ୍ଡିଆ ସିପିଂ ଟାଇମ୍ସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହିମାନନ୍ଦଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଆୟୋଜିତ ଇଷ୍ଟର୍ଣ୍ଣ ଷ୍ଟାର ଆୱାର୍ଡସ ୨୦୨୩ ଅବସରରେ ଅନୁଷ୍ଠିତ ଇଷ୍ଟ କୋଷ୍ଟ ମାରିଟାଇମ ଫୋରମ ୨୦୨୩ର ଅଷ୍ଟମ ସଂସ୍କରଣ କାର୍ଯ୍ୟକ୍ରମରେ ଶ୍ରୀ ଗୋପାଳ କ୍ରିଷ୍ଣା, ପୂର୍ବତନ ସଚିବ, ଜାହାଜ ଚଳାଚଳ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଏହି ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି ।

ମହିମାନନ୍ଦ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଓଏସଏଲ ଗ୍ରୁପ ୨୦୨୩ ପାଇଁ ପୁଣିଥରେ ଷ୍ଟିଭେଡର୍ସ କମ୍ପାନୀ ଅଫ ଦ ଇୟର ପୁରସ୍କାର ହାସଲ କରିଛି। ଏହି ଅବସରରେ ଚନ୍ଦନ ମିଶ୍ର, ନିର୍ଦ୍ଦେଶକ, ଓଏସଏଲ୍ ଗ୍ରୁପ ଏବଂ ଟିମ୍ ପୁରସ୍କାର ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ଓଏସଏଲ୍ ଗ୍ରୁପର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସମାଜରେ ପରିବର୍ତ୍ତନ ଆଣିଥିବା, ସମାଜର ଉନ୍ନତି ଲାଗି ଉଲ୍ଲେଖନୀୟ ଅବଦାନ ରଖିଥିବା, ଔଦ୍ୟୋଗିକତାରେ ସ୍ୱତନ୍ତ୍ର କୀର୍ତ୍ତିମାନ ସ୍ଥାପନ କରିଥିବା, ଏବଂ ଦୃଷ୍ଟାନ୍ତମୂଳକ ନେତୃତ୍ୱ ଗୁଣାବଳି ପ୍ରଦର୍ଶନ କରିଥିବା ଶିଳ୍ପ ଧରୋହରମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହି ଖବର ପଢ଼ନ୍ତୁ - http://ମାଲକାନଗିରି ଓ ଜଗତପୁର ସହରରେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ଶୁଭାରମ୍ଭ

ଏହି ସମ୍ମାନ ପାଇବା ପରେ ମହିମାନନ୍ଦ କହିଛନ୍ତି ଏହି ପୁରସ୍କାରକୁ ମୋ ସହକର୍ମୀ, କର୍ମଚାରୀ, ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ଉତ୍ସର୍ଗ କରୁଛି। ସେମାନଙ୍କର କଠିନ ପରିଶ୍ରମ, ସମର୍ପଣ, ନିଷ୍ଠା ଏବଂ ସର୍ବୋପରି ସଂଗଠନର ସ୍ୱାର୍ଥ ପାଇଁ ସମସ୍ତ ବ୍ୟକ୍ତିଗତ ଉତ୍ସର୍ଗ ପାଇଁ ହିଁ ଏହି ପୁରସ୍କାର ହାସଲ କରିବା ସମ୍ଭବ ହୋଇପାରିଛି ।
Published by:Soubhagya Mishra
First published: