News18 Odia Digital
ଭୁବନେଶ୍ୱର: ମହିଳା ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବାରୁ ଭୁବନେଶ୍ୱର ଷ୍ଟେସନର ଆରପିଏଫ୍ କନେଷ୍ଟବଳଙ୍କୁ ରେଳ ମନ୍ତ୍ରୀଙ୍କ ଜୀବନ ରକ୍ଷା ପଦକ ପ୍ରଦାନ ହୋଇଛି।
ପୂର୍ବ ତଟ ରେଳପଥ ଭୁବନେଶ୍ୱର ରେଳ ଷ୍ଟେସନର ଆରପିଏଫ କନଷ୍ଟେବଳ ସୁବ୍ରତ କୁମାର ମହାରଣା ୨୦୨୦ ବର୍ଷ ପାଇଁ ରେଳ ମନ୍ତ୍ରୀଙ୍କ ଜୀବନ ରକ୍ଷା ପଦକ ପାଇବାକୁ ମନୋନୀତ ହୋଇଛନ୍ତି।
ସୁବ୍ରତ ୧୫ ଫେବୃଆରୀ ୨୦୨୦ରେ ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସରେ ଚଢିବାକୁ ଚେଷ୍ଟା କରୁଥିବା ଜଣେ ମହିଳା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ଯିଏକି ଚଳନ୍ତା ଟ୍ରେନରୁ ଖସି ପଡୁଥିଲେ ଓ ତାଙ୍କ ଶରୀର ପ୍ଲାଟଫର୍ମ ଏବଂ ଟ୍ରେନର ଫାଙ୍କ ମଧ୍ୟରେ ରେଳବାଇ ଟ୍ରାକରେ ଖସିଯିବାକୁ ଯାଉଥିଲା।
୨୦୨୪ରେ ରିପିଟ ହେବେନି ୨୦୧୯ର ପ୍ରାର୍ଥୀ!
ସୁବ୍ରତ କୁମାର ମହାରଣାଙ୍କ ସତର୍କତା ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେତୁ ରେଳ ଟ୍ରାକରେ ପଡ଼ିବା ପୂର୍ବରୁ ମହିଳା ଯାତ୍ରୀଙ୍କୁ ଉଠାଇ ନେଇଥିଲେ। ୧୫ ଫେବୃଆରୀ, ୨୦୨୦ ରେ ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ ରେ ଏହି ଘଟଣା ଘଟିଥିଲା। ମହିଳା ଜଣଙ୍କ ପଡିଯିବାର ଦେଖି ଉପସ୍ଥିତ ଲୋକେ କିଛି ବୁଝିବା ଆଗରୁ ସୁବ୍ରତ କୁମାର ମହାରଣା ତତକ୍ଷଣାତ ତାଙ୍କ ନିକଟରେ ପହଞ୍ଚି ଯାଇଥିଲେ ଆଉ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ମହିଳା ଜଣଙ୍କୁ ସେଠାରୁ ବାହାର କରିଥିଲେ। ଏହି ସମୟରେ ସୁବ୍ରତ ମଧ୍ୟ ନିଜେ ବିପଦ ମୁହଁରେ ପଡିଯାଇଥିଲେ ହେଲେ ସେ ବିପଦକୁ ଖାତିର ନକରି ମହିଳାଙ୍କ ପାଇଁ ଦେବଦୂତ ସାଜିଥିଲେ ।
ବ୍ୟକ୍ତିଗତ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ସୁବ୍ରତ ମହାରଣାଙ୍କ ଜାଗ୍ରତ ନୀରିକ୍ଷଣ ଓ ତ୍ୱରିତ କାର୍ଯ୍ୟ ଦ୍ୱାରା ମହିଳା ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇଥିଲା ଯାହାକି ଗଣମାଧ୍ୟମ ସମେତ ଅନେକ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଥିଲା ।
ମୁହଁ ଖୋଲିଲେ ହ୍ୟୁମାନ ସାଗର; କହିଲେ ସବୁ ଅଭିଯୋଗ ମିଛ
ବ୍ୟକ୍ତିଗତ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ସୁବ୍ରତ ମହାରଣାଙ୍କ ଜାଗ୍ରତ ନୀରିକ୍ଷଣ ଓ ତ୍ୱରିତ କାର୍ଯ୍ୟ ଦ୍ୱାରା ମହିଳା ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇଥିଲା ଯାହାକି ଗଣମାଧ୍ୟମ ସମେତ ଅନେକ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଥିଲା ।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ସୁବ୍ରତ ମହାରଣାଙ୍କୁ ସମ୍ମାନଜନକ ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ସତର୍କତା ଓ ତ୍ୱରିତ କାର୍ଯ୍ୟ ପାଇଁ ଭୁୟଷୀ ପ୍ରଶଂସା କରିଛନ୍ତି। ସୁବ୍ରତ ମହାରଣାଙ୍କୁ ଏହି ପଦକ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।