News18 Odia Digital
ନୂଆ ଦିଲ୍ଲୀ: ଆପଣ ଜୀବନ ବୀମା କରିବା ସହିତ ଯଦି ଏକ ଭଲ ପେନସନ୍ ପ୍ଲାନ୍ ଖୋଜୁଛନ୍ତି ତାହେଲେ ଜୀବନ ବୀମା ନିଗମର (LIC) ସରଳ ପେନସନ୍ ଯୋଜନା (LIC Saral Pension Plan) ଆପଣଙ୍କ ପାଇଁ ଖୁବ୍ ଲାଭପ୍ରଦ ହେବ । ଜୀବନ ବୀମା ନିଗମର ସରଳ ପେନସନ୍ ଯୋଜନାରେ ଆପଣଙ୍କୁ କେବଳ ଥରେ ପ୍ରିମିୟମ୍ ଦେବାକୁ ପଡି଼ବ, ଆଉ ତା’ ପରେ ୬୦ ବର୍ଷ ପରେ ଆପଣ ପ୍ରତି ମାସ ୧୨,୦୦୦ ଟଙ୍କା ପେନସନ୍ ପାଇବେ । ଆପଣ ଏହି ପେନସନ୍ ଟଙ୍କାକୁ ସାରା ଜୀବନ ପାଇଁ ପାଇବେ ।
LICର ଦୁଇ ପ୍ରକାରର ସରଳ ପେନ୍ସନ୍ ସ୍କିମ୍ ଅଛି । ଉଭୟ ଆପଣଙ୍କ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ । ହେଲେ ଜାଣି ନିଅନ୍ତୁ କେଉଁଥିରେ କ’ଣ ରହିଛି ବୈଶିଷ୍ଟ୍ୟ । ପ୍ରଥମ ପ୍ଲାନର ନାମ ହେଉଛି ‘ଲାଇଫ୍ ଏନ୍ୟୁଟି ୱିଥ୍ ୧୦୦% ରିଟର୍ଣ୍ଣ ଅଫ୍ ପରଚେଜ୍ ପ୍ରାଇସ୍’ । ଏହି ପ୍ଲାନ୍ (Life Annuity with 100 percent return of purchase price) ସିଙ୍ଗଲ୍ ଲାଇଫ୍ ପାଇଁ ପ୍ରଯୁଜ୍ୟ, ଅର୍ଥାତ୍ ଏହି ପେନସନ୍ ଯୋଜନା କେବଳ ଜଣେ ବ୍ୟକ୍ତିଙ୍କ ପାଇଁ ହୋଇପାରିବ ।
ଏହା ବି ପଢ଼ନ୍ତୁ | Omicron: ‘ଆସନ୍ତା ୨ ସପ୍ତାହରେ ଦେଶରେ ଭୟାବହ ସ୍ଥିତି ଆଣିପାରେ କରୋନା’, କହିଲେ ବିଶେଷଜ୍ଞଏହି ପ୍ରଥମ ପ୍ରକାରର ଯୋଜନା ଅନୁସାରେ ଯେ ପର୍ଯ୍ୟନ୍ତ ପେନସନଭୋଗୀ ଜୀବିତ ଅଛନ୍ତି ସେ ପେନସନ୍ ପାଇବା ଜାରି ରଖିବେ । ତା’ ପରେ ତାଙ୍କ ଦ୍ୱାରା ମନୋନୀତ ହୋଇଥିବା ବ୍ୟକ୍ତି (ନୋମିନି) ବେସ୍ ପ୍ରିମିୟମ୍ ପାଇବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁଦ୍ୱିତୀୟ ପ୍ଲାନ୍ ହେଉଛି ‘ପେନ୍ସନ୍ ସ୍କିମ୍ ୱିଥ୍ ଜଏଣ୍ଟ୍ ଲାଇଫ୍’ (Pension Scheme With Joint Life) । ଏହି ସ୍କିମ୍ ମିଳିତ ଜୀବନ ପାଇଁ ଏକ ଭଲ ପେନ୍ସନ୍ ଯୋଜନା । ଏଥିରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପେନସନ୍ ପାଆନ୍ତି । ଏଥିରେ ପତି ବା ପତ୍ନୀ ଯିଏ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚିରହନ୍ତି ସେ ପେନ୍ସନ୍ ପାଆନ୍ତି । ଯେତେବେଳେ ଉଭୟ ଆଉ ସଂସାରରେ ନାହାଁନ୍ତି, ସେତେବେଳେ ତାଙ୍କ ଦ୍ୱାରା ମନୋନୀତ ବ୍ୟକ୍ତି (ନୋମିନି) ମୂଳ ମୂଲ୍ୟ (ବେସ୍ ପ୍ରାଇସ୍) ପାଇବେ ।
ଏହା ବି ପଢ଼ନ୍ତୁ | କମ୍ ଟଙ୍କା ଲଗାଇ ଘରର ଛାତରେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେସରଳ ପେନସନ୍ ଯୋଜନାର ଖାସ୍ ବୈଶିଷ୍ଟ୍ୟ୧. ବୀମାଧାରକ ବ୍ୟକ୍ତି ପଲିସି ନେବା ମାତ୍ରେ ତାଙ୍କ ପେନସନ୍ ଆରମ୍ଭ ହୋଇଯିବ ।
୨. ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ ପ୍ରତି ମାସ ପେନସନ୍ ନେବେ କିମ୍ବା ତ୍ରୈମାସିକ, ଅର୍ଦ୍ଧ-ବାର୍ଷିକ କିମ୍ବା ବାର୍ଷିକ ପେନସନ୍ ନେବେ । ଆପଣଙ୍କୁ ହିଁ ଏହି ବିକଳ୍ପ ନିଜେ ବାଛିବାକୁ ପଡି଼ବ ।
୩. ଏହି ପେନସନ୍ ସ୍କିମ୍ ଉଭୟ ଅନଲାଇନ୍ ଓ ଅଫଲାଇନ୍ ନିଆଯାଇପାରେ ।
ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା୪. ଏହି ଯୋଜନାରେ ଆପଣଙ୍କୁ ସର୍ବନିମ୍ନ ୧୨,୦୦୦ ଟଙ୍କା ବିନିଯୋଗ କରିବାକୁ ପଡି଼ବ । ଏଥିରେ କୌଣସି ସର୍ବାଧିକ ବିନିଯୋଗ ସୀମା ନାହିଁ । ଅର୍ଥାତ ଆପଣ ଯେତେ ଅଧିକ ଚାହାନ୍ତି ସେତେ ପ୍ରିମିୟମ୍ ଏକକାଳୀନ ଦେଇ ଏହି ପଲିସି ନେଇପାରିବେ ।
୫. ଏହି ଯୋଜନା ୫୦ରୁ ୮୦ ବର୍ଷର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ।
୬. ଏହି ଯୋଜନାରେ ପଲିସିଧାରୀ ବ୍ୟକ୍ତି ଚାହିଁଲେ ଏହି ପଲିସି ଆରମ୍ଭ ହେବାର ଛଅ ମାସ ପରେ ଯେକୌଣସି ସମୟରେ ଋଣ ନେଇପାଇବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।