୧୫୦ ଟଙ୍କା LIC ପଲିସିରେ ମିଳିବ ୧୯ ଲକ୍ଷ ଟଙ୍କା; ଯେବେ ଚାହିଁବେ ସେବେ ଫେରସ୍ତ ପାଇବେ ଟଙ୍କା

ଲାଇଫ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଅନେକ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଅନେକ ପଲିସି ଆରମ୍ଭ କରିଛି । ସେଥିମଧ୍ୟରୁ ଗୋଟିଏ ହେଉଛି 'ନ୍ୟୁ ଚିଲଡ୍ରେନ ମନି ବ୍ୟାକ୍ ପ୍ଲାନ' (LIC New Children's Money Back Plan)। ଏହି ପଲିସି ପିଲାମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି ।

୧୫୦ ଟଙ୍କା LIC ପଲିସିରେ ମିଳିବ ୧୯ ଲକ୍ଷ ଟଙ୍କା; ଯେବେ ଚାହିଁବେ ସେବେ ଫେରସ୍ତ ପାଇବେ ଟଙ୍କା
ନ୍ୟୁ ଚିଲଡ୍ରେନ ମନି ବ୍ୟାକ୍ ପ୍ଲାନ
  • News18 Odia
  • Last Updated: February 7, 2021, 9:52 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦେଶର ବୃହତ୍ତମ ଜୀବନ ବୀମା କମ୍ପାନୀ ଲାଇଫ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅନେକ ପଲିସି ପ୍ରଦାନ କରିଥାଏ । ଏହି କମ୍ପାନୀର ପଲିସିରେ ବିନିଯୋଗ ଉପରେ ଗ୍ରାହକଙ୍କୁ ଅନେକ ସୁବିଧା ଦିଆଯାଏ । ଆଜିର ସମୟରେ ପେରେଣ୍ଟସଙ୍କ ଫାଇନାନ୍ସ ପ୍ଲାନିଂରେ ତାଙ୍କର ପିଲାମାନେ କୌଣସି ନା କୌଣସି ଜାଗାରେ ଜଡିତ । ଅନେକେ ପିଲାମାନଙ୍କର ଶିକ୍ଷା, ବିବାହ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପେରେଣ୍ଟସ ଅନେକ ସ୍ଥାନରେ ନିବେଶ ମଧ୍ୟ କରିଥାନ୍ତି । ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆରେ (LIC) ମଧ୍ୟ ଏପରି ଏକ ପ୍ଲାନ ଅଛି । ଯାହା ପିଲାମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ଆମେ LIC ର 'ନ୍ୟୁ ଚିଲଡ୍ରେନ ମନି ବ୍ୟାକ୍ ପ୍ଲାନ' (LIC New Children's Money Back Plan) ବିଷୟରେ କହୁଛୁ ।

ଜାଣନ୍ତୁ ଏହି ପଲିସିର ବିଶେଷ ବୈଶିଷ୍ଟ୍ୟ ...

>> ଏହି ବୀମା ପାଇବା ପାଇଁ ସର୍ବନିମ୍ନ ବୟସ ହେଉଛି ୦ ବର୍ଷ
>> ବୀମା ଗ୍ରହଣ କରିବାର ସର୍ବାଧିକ ବୟସ ହେଉଛି ୧୨ ବର୍ଷ
>> ଏହାର ସର୍ବନିମ୍ନ ରାଶି ବୀମା ହେଉଛି ୧୦,୦୦୦ ଟଙ୍କା
>> ବୀମାଭୁକ୍ତ ସର୍ବାଧିକ ରାଶି ଉପରେ କୌଣସି ଲିମିଟ ନାହିଁ
>> ପ୍ରିମିୟମ୍ ୱେଭର୍ ବେନିଫିଟ୍ ରାଇଡର୍-ଅପ୍ସନ୍ ମଧ୍ୟ ଉପଲବ୍ଧ

ମେଚୋରିଟିର ଅବଧି - LIC ର 'ନ୍ୟୁ ଚିଲଡ୍ରେନ ମନି ବ୍ୟାକ୍ ପ୍ଲାନ'ର ମୋଟ ଅବଧି ୨୫ ବର୍ଷ

ମନି ବ୍ୟାକ୍ ଇନଷ୍ଟଲମେଣ୍ଟ- ଏହି ପଲିସି ଅନୁଯାୟୀ ଏଲଆଇସି ପିଲାଟିକୁ ୧୮ ବର୍ଷ, ୨୦ ବର୍ଷ ଓ ୨୨ ବର୍ଷ ବୟସରେ ମୌଳିକ ରାଶିର ୨୦-୨୦% ଅର୍ଥ ପ୍ରଦାନ କରିଥାଏ ।

ଅବଶିଷ୍ଟ ୪୦ ପ୍ରତିଶତ ପଲିସି ଧାରକଙ୍କ ୨୫ ବର୍ଷ ପୂରଣ ହେବା ପରେ ପ୍ରଦାନ କରାଯାଇଥାଏ । ଏଥିସହ ସମସ୍ତ ବକେୟା ବୋନସ୍ ପ୍ରଦାନ କରାଯାଇଥାଏ ।

ମେଚୋରିଟି ବେନିଫିଟ୍ - ପଲିସି ମେଚୋରିଟି ସମୟରେ (ଯଦି ବୀମାଭୁକ୍ତ ବ୍ୟକ୍ତି ପଲିସି ଅବଧି ମଧ୍ୟରେ ମୃତ୍ୟୁ ନ ହେଲେ) ପଲିସିଧାରୀଙ୍କୁ ଅବଶିଷ୍ଟ ୪୦% ରାଶି ବୋନସ୍ ସହିତ ପ୍ରଦାନ କରାଯାଇଥାଏ ।

ଡେଥ୍ ବେନିଫିଟ୍ - ପଲିସି ଅବଧି ସମୟରେ ପଲିସିଧାରୀଙ୍କ ମୃତ୍ୟୁ ଘଟଣାରେ ନିଶ୍ଚିତ ହୋଇଥିବା ରାଶି ବ୍ୟତୀତ ସରଳ ରିଭର୍ସନାରୀ ବୋନସ ଓ ଶେଷ ଅତିରିକ୍ତ ବୋନସ ଦିଆଯାଏ । ଡେଥ୍ ପ୍ରିମିୟମ ପେମେଣ୍ଟ ୧୦୫ ପ୍ରତିଶତରୁ କମ୍ ହୋଇ ନ ଥାଏ ।
Published by: Jagdish Barik
First published: February 7, 2021, 9:47 AM IST