News18 Odia Digital
ନୂଆ ଦିଲ୍ଲୀ: ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ବା ଭାରତୀୟ ଜୀବନ ବୀମା ନିଗମ ନିଜ ଗ୍ରାହକମାନଙ୍କୁ ଠକେଇରୁ ରକ୍ଷା ପାଇବା ପାଇଁ ଏକ ସତର୍କତା ସୂଚନା ଜାରି କରିଛି । LIC ଅନୁଯାୟୀ ଗ୍ରାହକମାନଙ୍କୁ କେତେକ ଅସାଧୁ ଲୋକ ଓ ସାଇବର୍ ଠକ କଲ୍ କରି ବିଭ୍ରାନ୍ତ କରୁଛନ୍ତି । ଠକମାନଙ୍କ ଦାଉରୁ ଗ୍ରାହକମାନଙ୍କୁ ରକ୍ଷା କରିବା ପାଇଁ LIC ଏହି ସତର୍କତା ସୂଚନା ଜାରି କରିଛି ।
ଠକମାନେ ନିଜକୁ ଏଲ୍.ଆଇ.ସି. ଅଧିକାରୀ, ଏଜେଣ୍ଟ୍ ବା ବୀମା ନିୟନ୍ତ୍ରକ IRDAର ଅଧିକାରୀ ବୋଲି କହି ଗ୍ରାହକମାନଙ୍କୁ କଲ୍ କରୁଛନ୍ତି ଓ ବୀମା ପଲିସି ସହ ଜଡି଼ତ ଲାଭକୁ ବଢ଼େଇ ଚଢ଼େଇ କହୁଛନ୍ତି । ଏମିତି କହି ସେମାନେ ଗ୍ରାକମାନଙ୍କୁ ସେମାନଙ୍କ ବର୍ତ୍ତମାନର ପଲିସିକୁ ସମର୍ପଣ (ସରେଣ୍ଡର୍) କରିବାକୁ ପ୍ରବର୍ତ୍ତାଉଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | ମ୍ୟାଗି, ନୁଡଲ୍ସ, ନେସ୍-କାଫେ କମ୍ପାନୀ Nestleର ୬୦% ଖାଦ୍ୟ ସାମଗ୍ରୀ ଅସ୍ୱାସ୍ଥ୍ୟକର, କମ୍ପାନୀ ନିଜେ କହିଲା
LIC ନିଜ ଗ୍ରାହକମାନଙ୍କୁ ଏକ ଟ୍ୱିଟ୍ କରି ସତର୍କ ରହିବାକୁ କହିଛି । ଟ୍ୱିଟରେ କୁହାଯାଇଛି ଯେ ଗ୍ରାହକମାନେ କୌଣସି ପ୍ରକାରର ବ୍ୟକ୍ତିଗତ ସୂଚନା ଫୋନରେ କାହା ସହ ଶେୟାର କରିବା ଉଚିତ୍ ନୁହେଁ । ଏହା ବ୍ୟତୀତ ଯଦି କୌଣସି ଗ୍ରାହକ କୌଣସି ଠକଠାରୁ ଏମିତି କଲ୍ ପାଆନ୍ତି, ତାହେଲେ ସେ spuriouscalls@licindia.com ଇମେଲ୍ ଠିକଣାରେ ଏହାର ସୂଚନା ଦେଇ ଅଭିଯୋଗ ପଞ୍ଜିକରଣ କରିପାରିବେ ।
ଏହା ବି ପଢ଼ନ୍ତୁ | CBSE 12th Exam ବାତିଲ୍ ହେଲା; PMଙ୍କ ବୈଠକରେ ନିଷ୍ପତ୍ତି ହେଲା; ଓଡ଼ିଶା +୨ ପରୀକ୍ଷା ବାତିଲ୍ ହେବ କି?
LIC ଜାରି କରିଥିବା ଆଲର୍ଟରେ ସ୍ପଷ୍ଟ ଭାବରେ କହିଛି ଯେ ଗ୍ରାହକମାନେ କୌଣସି ଅନିଶ୍ଚିତ ନମ୍ବରରୁ ଫୋନ୍ କଲ୍ ଆସିଲେ ତା’ର ଉତ୍ତର ଦେବା ଉଚିତ୍ ନୁହେଁ । ଏହା ସହ LIC ଗ୍ରାହକମାନଙ୍କୁ ପରାମର୍ଶ ଦେଇଛି ଯେ ସେମାନେ LICର ଅଫିସିଆଲ୍ ୱେବସାଇଟରେ ନିଜ ପଲିସିକୁ ପଞ୍ଜୀକରଣ କରାଇ ନିଅନ୍ତୁ ଓ ସେଠାରୁ ସବୁ ଆବଶ୍ୟକ ସୂଚନା ପାଆନ୍ତୁ ।
ଏହା ବି ପଢ଼ନ୍ତୁ | ମୋଦି-ମମତା କଳହ: ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ନୋଟିସ୍ ଜାରି ହେଲା; ତାଙ୍କୁ ଜେଲ୍ ସଜା ମିଳିପାରେ
LIC ନିଜ ଗ୍ରାହକମାନଙ୍କୁ ଅନେକ କଥା ବିଷୟରେ ଯତ୍ନବାନ ହେବାକୁ ବି କହିଛି:
>> କମ୍ପାନୀ କହିଛି ଯେ ଲୋକେ କେବଳ ସେମିତି ଏଜେଣ୍ଟଙ୍କଠାରୁ ପଲିସି କିଣିବା ଉଚିତ୍ ଯାହାଙ୍କ ପାଖରେ ଆଇ.ଆର୍.ଡି.ଏ. ଦ୍ୱାରା ଦିଆଯାଇଥିବା ଲାଇସେନ୍ସ କିମ୍ବା ଏଲ୍.ଆଇ.ସି. ଦ୍ୱାରା ଦିଆଯାଇଥିବା ଆଇ.ଡି. କାର୍ଡ଼ ଅଛି ।
ଏହା ବି ପଢ଼ନ୍ତୁ | କେନ୍ଦ୍ର ସହ ଝଗଡ଼ାରେ ମମତାଙ୍କ ‘ଖେଲା’: ମୁଖ୍ୟ ସଚିବଙ୍କୁ ଦିଲ୍ଲୀ ନ ଛାଡ଼ି ନିଜ ମୁଖ୍ୟ ପରାମର୍ଶଦାତା କଲେ
>> ଯଦି କୌଣସି ଗ୍ରାହକ କୌଣସି ବିଭ୍ରାନ୍ତିକର ଫୋନ୍ କଲ୍ ପାଆନ୍ତି, ତେବେ ସେ spuriouscalls@licindia.com ରେ ଇମେଲ୍ ପଠାଇ ଅଭିଯୋଗ ପଞ୍ଜିକରଣ କରିବା ଉଚିତ ।
>> ଗ୍ରାହକମାନେ ଅଭିଯୋଗ ରେଡ୍ରେସାଲ୍ ଅଫିସରଙ୍କ ବିଷୟରେ ସବିଶେଷ ତଥ୍ୟ ପାଇବାକୁ ଓ ତାଙ୍କ ସହିତ ଯୋଗାଯୋଗ କରିବାକୁ LICର ୱେବସାଇଟ୍ ପରିଦର୍ଶନ କରିବା ଉଚିତ ବୋଲି କମ୍ପାନୀ କହିଛି ।
Published by:Anand ST Das
First published: