ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବନ୍ଧା ହେଲେ ଠକ LIC ଏଜେଣ୍ଟ; ମୃତ ଲୋକଙ୍କ ନାମରେ ଲୁଟିଛନ୍ତି କୋଟି କୋଟି ଟଙ୍କା

ବନ୍ଧା ହେଲେ ଠକ LIC ଏଜେଣ୍ଟ; ମୃତ ଲୋକଙ୍କ ନାମରେ ଲୁଟିଛନ୍ତି କୋଟି କୋଟି ଟଙ୍କା

ଗିରଫ ହୋଇଥିବା କବିରାଜ ଚାରି ଜଣ ମୃତ ବ୍ୟକ୍ତିଙ୍କ ନାମରେ ପଲିସି ଖୋଲି ଏକ କୋଟି ୧୮ ଲକ୍ଷ ଟଙ୍କା ହଡ଼ପ କରିଥିଲେ ।

ବନ୍ଧା ହେଲେ ଠକ LIC ଏଜେଣ୍ଟ; ମୃତ ଲୋକଙ୍କ ନାମରେ ଲୁଟିଛନ୍ତି କୋଟି କୋଟି ଟଙ୍କା
ବନ୍ଧା ହେଲା ଠକ LIC ଏଜେଣ୍ଟ
  • News18 Odia
  • Last Updated: October 7, 2021, 5:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ମୃତ ବ୍ୟକ୍ତିଙ୍କ ନାଁରେ ଏକ କୋଟିରୁ ଅଧିକ ବୀମା ଟଙ୍କା ହଡ଼ପ କରିବା ଅଭିଯୋଗରେ ଜଣେ ଏଲ.ଆଇ.ସି ଏଜେଣ୍ଟଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡ଼ବ୍ଲୁ) । ଗିରଫ ଅଭିଯୁକ୍ତ ପୁରୀ ଜିଲା କଣାସ ଥାନା ଝଡକଟାର ୪୦ ବର୍ଷୀୟ କବିରାଜ ବେହେରା । ଗିରଫ ପରେ କବିରାଜଙ୍କୁ କୋର୍ଟ ଚାଲାଣ କରିଛି ଇ.ଓ.ଡ଼ବ୍ଲୁ ।

ଅଭିଯୁକ୍ତ କବିରାଜ ଜଣେ ଏଲ.ଆଇ.ସି ଏଜେଣ୍ଟ । ୨୦୦୩ ମସିହାରୁ ସେ ଏଜେଣ୍ଟ ଭାବେ କାମ କରୁଆସୁଛନ୍ତି । କବିରାଜ ଚାରି ଜଣ ମୃତ ବ୍ୟକ୍ତିଙ୍କ ନାମରେ ପଲିସି ଖୋଲି ଏକ କୋଟି ୧୮ ଲକ୍ଷ ଟଙ୍କା ହଡ଼ପ କରିଥିଲା । ଖବର ସାମ୍ନାକୁ ଆସିବା ପରେ ଖୋର୍ଦ୍ଧା ଏଲ.ଆଇ.ସି କାର୍ଯ୍ୟାଳୟ ପକ୍ଷରୁ ଇ.ଓ.ଡ଼ବ୍ଲୁ ପାଖରେ ଅଭିଯୋଗ ହୋଇଥିଲା ।

"କବିରାଜ ବେହେରା ୨୦୦୩ରୁ ଏଲ.ଆଇ.ସି ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି। ସେ ୨୦୧୩ ରୁ ୨୦୧୯ ମଧ୍ୟରେ ଏହି ଜାଲିଆତି କରିଥିବା ଜଣାପଡ଼ିଛି । ମିଥ୍ୟା ଭାବରେ ଚାରି ଜଣ ମୃତ ବ୍ୟକ୍ତିଙ୍କ ନାମରେ ୨୩ଟି ଏଲ.ଆଇ.ସି ପଲିସିର ବୀମା ରାଶି ପଇଠ କରି ସେ ଅର୍ଥ ହଡ଼ପ କରିଥିବାର ଅଭିଯୋଗ ହୋଇଛି। ମୃତକକୁ ଜୀବିତ ଦର୍ଶାଇ ସେ ଅର୍ଥ ହଡ଼ପ କରିବାର ଯୋଜନା କରିଥିଲା । ଫଳରେ ଏଲ.ଆଇ.ସିର ସ୍କିମ ଜରିଆରେ କବିରାଜ ବେହେରା ୧.୮୧ କୋଟି ଟଙ୍କାର ରାଶି ପାଇବାକୁ ଦାବି କରିଥିଲେ,’’ କହିଛନ୍ତି ଇ.ଓ.ଡ଼ବ୍ଲୁ ଏସପି ଦିଲ୍ଲୀପ ତ୍ରିପାଠୀ ।

ଗିରଫ ଅଭିଯୁକ୍ତ ପୁରୀ ଜିଲା କଣାସ ଥାନା ଝଡକଟାର ୪୦ ବର୍ଷୀୟ କବିରାଜ ବେହେରା


ଖୋର୍ଦ୍ଧା ମୁଖ୍ୟ ଅଫିସ ଅଡିଟ୍ ସମୟରେ ଟଙ୍କା ହଡ଼ପ ନେଇ ଜାଣିବାକୁ ପାଇଥିଲା । ପ୍ରଥମେ ପୋଲିସ ପରେ ଇ.ଓ.ଡ଼ବ୍ଲୁ ନିକଟରେ ଅଭିଯୋଗ କରିଥିଲା । ତଦନ୍ତ ବେଳେ ଜଣା ପଡ଼ିଲା ଅଭିଯୁକ୍ତ କବିରାଜ ଯେଉଁ ମୃତ ବ୍ୟକ୍ତିଙ୍କ ନାଁରେ ନକଲି ବୀମା କରିଥିଲେ ସେ ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ନିଜେ ପରିଚଳନ କରୁଥିଲେ । ଯାହା ଫଳରେ ବୀମା ଟଙ୍କା ସହଜରେ ଉଠାଇ ପାରୁଥିଲେ।

"ଏତେ ବଡ଼ ସ୍କାମରେ କେବଳ କବିରାଜ ଏକୁଟିଆ ନଥିବେ । ତାଙ୍କ ସହ ଆଉ କିଛି ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି । ତେଣୁ ଅଭିଯୁକ୍ତ କବିରାଜଙ୍କୁ ରିମାଣ୍ଡରେ ଅଣାଯିବ। ରିମାଣ୍ଡ ସମୟରେ ଯେଉଁମାନେଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବ,ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ," କହିଛନ୍ତି ଇ.ଓ.ଡ଼ବ୍ଲୁ ଏସପି ଶ୍ରୀ ତ୍ରିପାଠୀ ।

ଗିରଫ ପରେ କବିରାଜଙ୍କ ଘରେ ଚଢ଼ାଉ କରିଥିଲା ତଦନ୍ତକାରୀ ଟିମ । ଖାନତଲାସ ବେଳେ ଏକାଧିକ ଲୋକଙ୍କ ଡକ୍ୟୁମେଣ୍ଟ, ଭୋଟର କାର୍ଡ଼, ଏଟିଏମ କାର୍ଡ , ଚେକବୁକ, ଆଧାର କାର୍ଡ, ନୋମିନି ଓ ଏକାଧିକ ଲୋକଙ୍କର ସାର୍ଟିଫିକେଟ ମିଳିଛି। ସେପଟେ ଅଭିଯୋଗ କରିଥିବା ଏଲ.ଆଇ.ସି କାର୍ଯ୍ୟାଳୟ ପକ୍ଷରୁ କୌଣସି ଉତ୍ତର ଦେବାକୁ ମନା କରିଥିଲେ।
Published by: Lipina Das
First published: October 7, 2021, 5:51 PM IST