News18 Odia Digital
ନବରଙ୍ଗପୁର: ଦୁର୍ଗା ପୂଜାର ଭକ୍ତିମୟ ଉତ୍ସାହ ମଧ୍ୟରେ ଏକ ଛାତିଥରା ଘଟଣା ଘଟିଯାଇଛି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସିହୱା ଅଞ୍ଚଳରେ । ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ଜଣେ ସାଢ଼େ ୬ ବର୍ଷର ବାଳକକୁ ଝାମ୍ପି ନେଇଛି ଗୋଟିଏ ଚିତାବାଘ । ଚିତା ବାଘର ଏହି ଅତର୍କିତ ଆକ୍ରମଣରେ ବାଳକଟିର ପ୍ରାଣ ଯାଇଛି । ସେ ନବରଙ୍ଗପୁରର ବାସିନ୍ଦା ଥିଲା ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମଙ୍ଗଳବାର ଦିନ (ଅକ୍ଟୋବର ୧୨) ବାଳକଟି ଦେବୀ ମନ୍ଦିରରେ ପହଞ୍ଚୁଥିବା ବେଳେ ସେଠାରେ ଥିବା ପ୍ରବଳ ଭିଡ଼ ସତ୍ତ୍ୱେ ତା’ ବେକକୁ କାମୁଡ଼ି ନେଇ ପଳାଇଥିଲା ଚିତାବାଘଟି । ବନ କର୍ମଚାରୀ ଓ ସ୍ଥାନୀୟ ଲୋକେ ଏହା ଦେଖି ସାଙ୍ଗେ ସାଙ୍ଗେ ବାଘର ପିଛା କରିଥିଲେ । ଫଳରେ ଅଧ ବାଟରେ ବାଳକକୁ ଛାଡ଼ି ପଳାଇଥିଲା ବାଘ । ଗୁରୁତର ଅବସ୍ଥାରେ ବାଳକକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ବି ପଢ଼ନ୍ତୁ | ‘‘ମୋ’ ପୁଅକୁ ତା’ ସାଙ୍ଗମାନେ ହତ୍ୟା କରିଛନ୍ତି,’’ କହିଲେ ବରିଷ୍ଠ ସାମ୍ବାଦିକ ନବୀନ ଦାସ; ମୃତ ଦେହରେ କ୍ଷତ ଚିହ୍ନ ନାହିଁ
ମୃତ ବାଳକ ଜଣକ ହେଉଛି ନବରଙ୍ଗପୁର ରାଇଘର ତୁରୁଡିହି ଗାଁର ନରେନ୍ଦ୍ର ମର୍କାମଙ୍କ ପୁଅ ଅମିତ ମର୍କାମ । ବାପାମାଆଙ୍କ ସହ ସିହୱା ଅଞ୍ଚଳରେ ଥିବା ଏକ ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ଅମିତ । ମନ୍ଦିର ବେଢ଼ାରେ ଲୋକଙ୍କ ଭିଡ଼ ଜମିଥିଲା । ହଠାତ୍ ସେଠାରେ ଏକ ଚିତାବାଘ ଖେଳାଇ ଦେଇଥିଲା ଆତଙ୍କ । ବାଘକୁ ଦେଖି ଲୋକେ ଛତ୍ରଭଙ୍ଗ ଦେଇଥିଲେ । ପ୍ରାଣ ବିକଳରେ ଯିଏ ଯୁଆଡେ ପାରିଲେ ଦୌଡ଼ି ପଳାଉଥିଲେ । ଅମିତ ଦୌଡୁଥିବା ବେଳେ ତା ଉପରକୁ ଲମ୍ଫ ମାରିଥିଲା ବାଘ ।

ଜଣେ ବନ କର୍ମୀ ଏହି ଘଟଣା ବିଷୟରେ କହୁଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଭିନେତା-MP ଅନୁଭବ ମହାନ୍ତି ନିଜ ନୂଆ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ସହ ଫଟୋ ଶେୟାର୍ କଲେ
‘‘ଅମିତର ବେକକୁ କାମୁଡ଼ି ପାହାଡ଼ ଉପରକୁ ପଳାଉଥିଲା ଚିତା ବାଘଟି । ବନ କର୍ମଚାରୀ ଓ ଆମେ ସ୍ଥାନୀୟ ଲୋକେ ହୋହଲ୍ଲା କରିଥିଲୁ ଓ ତାକୁ ଗୋଡ଼ାଇଥିଲୁ । ଅଧ ବାଟରେ ଅମିତକୁ ଛାଡ଼ି ପଳାଇଥିଲା ବାଘ । ପାଖ ହସ୍ପିଟାଲରେ ସେ ମୃତ ବୋଲି ଘୋଷିଚ ହୋଇଥିଲା । ଏହି ଘଟଣାରେ ଆମେ ସମସ୍ତେ ଖୁବ୍ ଦୁଃଖିତ,’’ କହିଛନ୍ତି ଜଣେ ସ୍ଥାନୀୟ ବାସିନ୍ଦା ।
ଏହା ବି ପଢ଼ନ୍ତୁ | BJP ନେତା ଓ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଚିଲିକାର BJD ବିଧାୟକ ଗିରଫ ହୋଇ ଜେଲ୍ ଗଲେ
ସିହୱା ଅଞ୍ଚଳରେ ବାରମ୍ବାର ବନ୍ୟ ପ୍ରାଣୀମାନଙ୍କ ଅକ୍ରମଣରେ ଲୋକଙ୍କ ଜୀବନ ବିପନ୍ନ ହେଉଛି ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ସେମାନେ ବନ ବିଭାଗ ନିଦକଟେ ଗୁହାରୀ କରିଛନ୍ତି ଲୋକଙ୍କ ଜୀବନକୁ ବନ୍ୟ ପ୍ରାଣୀଙ୍କ କବଳରୁ ସୁରକ୍ଷିତ ରଖିବାପ ପୂରା ବ୍ୟବସ୍ଥା କରିବାକୁ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।