ମୟୂରଭଞ୍ଜରୁ ଭୁବନେଶ୍ୱର ଆସିଥିଲା ବାଘ ଛାଲ; ଜମି ବ୍ୟବସାୟୀ ଅର୍ଡ଼ର କରିଥିଲେ; ଚାଲିଛି ତନାଘନା

ଧରାପଡ଼ିବା ପୂର୍ବରୁ ଗୋଟିଏ ବ୍ୟାଗରେ ବାଘ ଛାଲ ରଖି ଅପେକ୍ଷା କରିଥିବା ମିଡ଼ିଲମ୍ୟାନ ପ୍ରଶାନ୍ତ ନାୟକ କହିଛି ଯେ ଭୁବନେଶ୍ୱରର ଜମି ବ୍ୟବସାୟୀ ଅଜିତ ଦାସଙ୍କୁ ଦେବା ପାଇଁ ସେ ଏହି ବାଘ ଛାଲ ଆଣିଥିଲା । ତାକୁ ୩ ଲକ୍ଷ ଟଙ୍କା ମିଳିଥା’ନ୍ତା ।

ମୟୂରଭଞ୍ଜରୁ ଭୁବନେଶ୍ୱର ଆସିଥିଲା ବାଘ ଛାଲ; ଜମି ବ୍ୟବସାୟୀ ଅର୍ଡ଼ର କରିଥିଲେ; ଚାଲିଛି ତନାଘନା
ଜବତ ହୋଇଥିବା କଲରାପତରିଆ ବାଘ ଛାଲ ଓ (ଡାହାଣ) ଗିରଫ ଅଭିଯୁକ୍ତ ପ୍ରଶାନ୍ତ ନାୟକ
  • News18 Odia
  • Last Updated: November 18, 2020, 7:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବାଘଛାଲ ଡିଲ୍‌ କରିବା ବେଳେ କ୍ରାଇମ୍‌ ବ୍ରାଞ୍ଚ ସ୍ପେସାଲ ଟାସ୍କ ଫୋର୍ସ ହାତରେ ଧରାପଡ଼ିଛନ୍ତି ମୟୁରଭଞ୍ଜ ଜିଲ୍ଲାର ବାସିନ୍ଦା ପ୍ରଶାନ୍ତ ନାୟକ । ତାଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବଡ଼ ବାବୁ ତଥା ଜମି ବ୍ୟବସାୟୀଙ୍କୁ ଦେବା ପାଇଁ ସେ ଏହି ବାଘ ଛାଲ ଆଣିଥିବା କହିଛନ୍ତି ।

ପ୍ରଶାନ୍ତ ନାୟକଙ୍କୁ ବରମୁଣ୍ଡା କାଳୀ ମନ୍ଦିର ନିକଟରୁ ମଙ୍ଗଳବାର ଗିରଫ କରିଥିଲା କ୍ରାଇମ୍‌ ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ । ବଡ଼ ବାବୁଙ୍କ ସଉକ ପୂରା କରିବା ପାଇଁ ମୟୁରଭଞ୍ଜରୁ ଆଣି ଭୁବନେଶ୍ୱରରେ ସେ ଦେଉଥିଲେ ବାଘ ଛାଲ । ତିନି ଲକ୍ଷ ଟଙ୍କାରେ ବିକ୍ରି ପାଇଁ ହୋଇଥିଲା କଥାବାର୍ତ୍ତା । ବ୍ୟାଗରେ ବାଘ ଛାଲ ଆଣି ଅପେକ୍ଷା କରିଥିଲେ ମିଡ଼ିଲମ୍ୟାନ ପ୍ରଶାନ୍ତ ନାୟକ । ହେଲେ ତା’ ପୂର୍ବରୁ ସବୁ ଯୋଜନାକୁ ଭଣ୍ଡୁର କରିଥିଲା କ୍ରାଇମ ବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ ।

ଏହା ବି ପଢ଼ନ୍ତୁ | ପଞ୍ଜାବରେ କାର୍ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ପରେ କାର୍ ଭିତରେ ଜଳି ମଲେ ଜଣ ଲୋକ

ଅତର୍କିତ ଭାବେ ଛାପା ମାରିଥିଲା ଏସଟିଏଫ, ଆଉ ଧରା ପଡ଼ିଯାଇଥିଲେ ମୟୁରଭଞ୍ଜ ଜିଲ୍ଲା ରଡ଼ଙ୍ଗ ଅଞ୍ଚଳ ପ୍ରଶାନ୍ତ ନାୟକ । ତାଙ୍କ ଠାରୁ ଗୋଟିଏ କାଲରାପତ୍ରିଆ ବାଘ ଛାଲ ଜବତ କରାଯାଇଥିଲା । ଗିରଫ ହେବା ପରେ ସେ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ‘‘ଭୁବନେଶ୍ୱରର ଜଣେ ଜମି ବ୍ୟବସାୟୀ ଅଜିତ ଦାସଙ୍କୁ ବାଘ ଛାଲ ଦେବା ପାଇଁ ଆଣିଥିଲି ।’’

ଗିରଫ ଅଭିଯୁକ୍ତ ପ୍ରଶାନ୍ତ ନାୟକ ଏକ ଘରୋଇ ଅନୁଷ୍ଠାନରେ ଡ୍ରାଇଭର ଭାବେ କାର୍ଯ୍ୟ କନ୍ତି । ସେହି ଅନୁଷ୍ଠାନର ଆଉ ଜଣେ ଡ୍ରାଇଭରଙ୍କ ମଧ୍ୟ ଏହି ବାଘ ଛାଲ ଚାଲାଣରେ ସମ୍ପୃକ୍ତି ରହିଥିବା ପ୍ରଶାନ୍ତ କହିଛି । ପ୍ରଶାନ୍ତକୁ ଗିରଫ କରିବା ପରେ ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସ ତନାଘନା ଚଳାଇଛି ।

ଏହା ବି ପଢ଼ନ୍ତୁ | ମହିଳାମାନେ ଘରେ ବସି ଭଲ ଅର୍ଥ ରୋଜଗାର କରିପାରିବେ; ଜାଣନ୍ତୁ ଏହି ସବୁ ବିଜିନେସ୍ ଆଇଡିଆ

‘‘ଲାଗୁଛି ଏହି ଘଟଣାରେ ଏକାଧିକ ଲୋକଙ୍କ ହାତ ରହିଛି । ଅଭିଯୁକ୍ତ ପ୍ରଶାନ୍ତକୁ ରିମାଣ୍ଡରେ ନେଇ ଜେରା କରିବା ପରେ ବାଘ ଛାଲ ଚୋରା ଚାଲାଣର ଚେର କେତେ ଦୂର ଲମ୍ବିଛି ତାହା ଜଣାପଡ଼ିବ,’’ କହିଛନ୍ତି ଏସଟିଏଫ ଅତିରିକ୍ତ ଏସପି ତେଜରାଜ ପଟେଲ ।

ରାଜ୍ୟରେ ବନ୍ୟ ପ୍ରାଣୀଙ୍କୁ ସୁରକ୍ଷା ଦେବାପାଇଁ ୨୦୦୮ ମସିହାରେ ରାଜ୍ୟ ସରକାରଙ୍କ ତରଫରୁ ଏକ ସ୍ପେଶାଲ ଷ୍ଟ୍ରାଇକିଙ୍ଗ ଫୋର୍ସ ଗଠନ ପାଇଁ ଯୋଜନା କରାଯାଇଥିଲା, ଯାହାର ମୁଖ୍ୟ ଲକ୍ଷ ଥିଲା ବନ୍ୟ ପ୍ରାଣୀଙ୍କ ଶିକାର କରୁଥିବା ଶିକାରୀମାନଙ୍କ ଉପରେ ନଜର ରଖିବା । ଏଥି ପାଇଁ ୫୦ଟି ଜାଗାରେ ଅଭିଜ୍ଞ କର୍ମଚାରୀ, ଗାଡ଼ି ଓ ବନ୍ଧୁକ ଦେବା ପାଇଁ ମଧ୍ୟ ଯୋଜନା କରାଯାଇଥିଲା । ହେଲେ ଯୋଜନାକୁ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଫଳରେ ବନ ବିଭାଗକୁ ଚ୍ୟାଲେଞ୍ଜ କରି ଶିକାରୀମାନେ ବେଧଡ଼କ ଶିକାର କରୁଛନ୍ତି । ତେଣୁ ତୁରନ୍ତ ଏହାକୁ କାର୍ଯ୍ୟକ୍ରମ କରିଯିବା ଆବଶ୍ୟକ ବୋଲି କହିଛନ୍ତି ବନ୍ୟଜନ୍ତୁ  ପ୍ରେମୀମାନେ ।



‘‘ଯଦି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୁଏ ତେବେ ଶିକାର ରୋକାଯିବା ସହ ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କୁ ସହଜରେ ଧରିହେବ,’’ କହିଛନ୍ତି ବନ୍ୟ ପ୍ରାଣୀ ପ୍ରେମୀ ଶୁଭେନ୍ଦୁ ମଲ୍ଲିକ ।
Published by: Anand Shankar Thankur Das
First published: November 18, 2020, 7:32 PM IST
corona virus btn
corona virus btn
Loading