News18 Odia Digital
ସମ୍ବଲପୁର: ବଡ଼ରାମା ଅଭୟାରଣ୍ୟରେ ଏକ କଲରାପତରିଆ ବାଘ ମୃତ ଅବସ୍ଥାରେ ମିଳିବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି ବନ ବିଭାଗ । ବଡ଼ରମା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁତବ ଗ୍ରାମର ଗ୍ରମାବାସୀମାନେ ଜାଣିବାକୁ ପାଇଥିଲେ ଯେ ଅଭୟାରଣ୍ୟ ଭିତରେ ଥିବା କୁଦାନ ଖୋଳ ଗୁମ୍ଫାରେ ଗୋଟିଏ କଲାରା ପତରିଆ ବାଘର ମୃତ ଦେହ ପଡିଛି ।
ଗ୍ରାମବାସୀମାନେ ମଙ୍ଗଳବାର ଏହା ଜାଣିବା ପରେ ଘଟଣା ସମ୍ପର୍କରେ ବନ ବିଭାଗକୁ ସୁଚନା ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପ୍ରଥମେ ସ୍ଥାନୀୟ ଫରେଷ୍ଟ ଗାର୍ଡ, ବଡରମା ଫରେଷ୍ଟ ରେଞ୍ଜର ଓ ସ୍ଥାନୀୟ ବନ ବିଭାଗ କର୍ମଚାରୀମାନେ ପହଞ୍ଚିଥିଲେ । ପରେ ଖବର ପାଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଚିତ୍ତ ରଞ୍ଜନ ମିଶ୍ର , ବାମରା ବନ୍ୟ ପ୍ରାଣୀ ଫରେଷ୍ଟ ଡିଭିଜନର ଡି.ଏଫ.ଓ ନୃସିଂହ ଚରଣ ମିଶ୍ର, ସହକାରୀ ବନ ସଂରକ୍ଷକ ଯଦୁମଣି କେର୍କେଟା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।
ଜମନକିରା ବ୍ଲକ ପଶୁ ଚିକିତ୍ସକ ଡାକ୍ତର ଏସ.ପି.ସିଂ ବରିହା ବାଘର ଶବ ବ୍ୟବଛେଦ କଲା ପରେ ବନ ବିଭାଗ କର୍ମଚାରୀମାନେ ନିକଟରେ ମାଟିରେ ବାଘର ଶବକୁ ପୋତି ଦେଇଥିଲେ । ଏହି ସ୍ଥାନଟି ସମ୍ବଲପୁର ଦେବଗଡ଼ ୫୩ ନମ୍ବର ଜାତୀୟ ରାଜପଥରୁ ୧୦ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ । ବାଘଟି ବୟସାଧିକ୍ୟ କାରଣରୁ ଯୋଗୁଁ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି । ବନ ବିଭାଗ ତରଫରୁ ଘଟଣାର ତଦନ୍ତ କରଯାଉଛି ।

ମୃତ କଲରା ପତରିଆ ବାଘର ଶବ
‘‘ବଡ଼ରମା ଅଭୟାରଣ୍ୟରେ ମୁଖ୍ୟତଃ ହାତୀ ଓ ଅନ୍ୟ ବନ୍ୟ ଜନ୍ତୁ ରହୁଥିବା ବେଳେ କଲରା ପତରିଆ ବାଘ ମଧ୍ୟ ଅଛନ୍ତି । ଏହି ମୃତ କଲରା ପତରିଆ ବାଘର ବୟସ ୧୫ରୁ ୧୬ ବର୍ଷ ମଧ୍ୟରେ ହେବ ବୋଲି ଜଣା ପଡିଛି । ତେବେ କଲରା ପତରିଆ ବାଘର ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତଦନ୍ତ ଜାରୀ ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ କଲରା ପତରିଆ ବାଘର ପ୍ରକୃତ ମୃତ୍ୟୁର କାରଣ ଜଣା ପଡ଼ିବ,’’ କହିଛନ୍ତି ବାମରା ବନ୍ୟ ପ୍ରାଣୀ ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର ଚିତ୍ତ ରଞ୍ଜନ ମିଶ୍ର ।
ପୂର୍ବରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ସମ୍ବଲପୁର ଜିଲ୍ଲାର ବଡରମା ବନ୍ୟ ପ୍ରାଣୀ ଅଭୟାରଣ୍ୟକୁ ବୁଲିବା ପାଇଁ ଆସୁଥିଲେ । ୨୦୦୩ ମସିହାରେ ଏଠାରେ ମାଓବାଦୀ ଗତିବିଧି ଥିବା ଜଣା ପଡିବା ପରେ ପର୍ଯ୍ୟଟକଙ୍କ ସଂଖ୍ୟା କମି ଯାଇଛି । କେବଳ ବନ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଗ୍ରାମବାସୀମାନଙ୍କୁ ହିଁ ଏଠାରେ ଦେଖିବାକୁ ମିଳୁଛି ।
ଏହା ବି ପଢ଼ନ୍ତୁ:
ରେପ୍ ଅଭିଯୁକ୍ତ ବେଲ୍ ପାଇଲା; କୋର୍ଟ କହିଲେ: ‘‘ଭାରତୀୟ ନାରୀମାନେ ବଳାତ୍କାର ପରେ ଶୋଇପଡ଼ନ୍ତିନି’’
୧୬ ବର୍ଷୀୟା ଟିକ୍ ଟକ୍ ଷ୍ଟାର୍ ସିୟା କକ୍କଡ଼ ନିଜ ଘରେ ଆତ୍ମହତ୍ୟା କରି ଜୀବନ ଲୀଳା ଶେଷ କଲେ
ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!
ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା
ଟିକ୍ ଟକ୍ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା
ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା
ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍ ବିଷୟରେ କଣ୍ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା
ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା
ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ
ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?