News18 Odia Digital
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଏକ ଟ୍ଵିଟକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିବାର କଛି ଦିନ ପରେ ଏବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଏକ ମନ୍ତବ୍ୟ ତାଙ୍କୁ ବିବାଦରେ ଛନ୍ଦି ଦେଇଛି ।
ଦୀପାବଳି ଅବସରରେ ଡେଲାଙ୍ଗ ବ୍ଲକରେ ଆୟୋଜିତ 'ଭୋକାଲ ଫର ଲୋକାଲ' କାର୍ଯ୍ୟକ୍ରମରେ ପୁରୀର ପରିଚୟ ଉପରେ ଲେଖାଶ୍ରୀ ନିଜ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ ପୂର୍ବରୁ ପୁରୀ କୋଲକାତାରେ ବୋଲି ଲୋକେ ଭାବୁଥିଲେ, କିନ୍ତୁ ଗତ ସାଧାରଣ ନିର୍ବାଚନରେ ସମ୍ବିତ ପାତ୍ର ପୁରୀରୁ ଲଢ଼ିବା ପରେ ପୁରୀ ଯେ ଓଡ଼ିଶାରେ ତାହା ଲୋକେ ଜାଣିଲେ । ଏଭଳି ମନ୍ତବ୍ୟକୁ ନେଇ ଲେଖାଶ୍ରୀଙ୍କୁ କଂଗ୍ରେସ ଓ ବିଜେଡ଼ି ଘେରିଥିବା ବେଳେ ତାଙ୍କ ବିରୋଧରେ ଥାନାରେ ଫେରାଦ ହୋଇଛି ‘ଭାରତୀୟ ଭାଷା ଆପଣାନ୍ତୁ ଅଭିଯାନ’ ସଙ୍ଗଠନ । ଅନ୍ୟ ପକ୍ଷରେ ସିଧା ଅଭିଯୋଗକୁ ଏଡ଼ାଇ ଯାଇ ବିରୋଧୀଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି ଲେଖାଶ୍ରୀ ।
ଏହା ବି ପଢ଼ନ୍ତୁ | ମହିଳାମାନେ ଘରେ ବସି ଭଲ ଅର୍ଥ ରୋଜଗାର କରିପାରିବେ; ଜାଣନ୍ତୁ ଏହି ସବୁ ବିଜିନେସ୍ ଆଇଡିଆ‘‘ପୁରୀ କେଉଁଠି? ପୂର୍ବରୁ ଅନେକ ଲୋକ ଭାବୁଥିଲେ ପୁରୀ କୋଲକାତାରେ ବୋଲି । ସେମାନେ କୋଲକାତାକୁ ଏକ ରାଜ୍ୟ ବୋଲି ଭାବୁଥିଲେ । କିନ୍ତୁ ଗତ ସାଧାରଣ ନିର୍ବାଚନରେ ପୁରୀରୁ ବିଜେପି ନେତା ସମ୍ବିତ ପାତ୍ର ନିର୍ବାଚନ ଲଢ଼ିବା ପରେ ପୁରୀ ଓଡ଼ିଶାରେ ବୋଲି ଲୋକେ ଜାଣିଲେ,’’ ନିଜ ଅଭିଭାଷଣରେ କହିଥିଲେ ଲେଖାଶ୍ରୀ ସାମନ୍ତସିଂହାର।
ଏହି ମନ୍ତବ୍ୟ ଉପରେ ବିଜେଡ଼ି ନେତା ତଥା ‘ଓଡ଼ିଶା ମୋ ପରିବାର’ ସଙ୍ଗଠନର ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି, ‘‘ଏଭଳି ମନ୍ତବ୍ୟ ପୁରୀ ଡେଲାଙ୍ଗର ଜଣେ ବାସିନ୍ଦା ଭାବେ ମୋତେ ମର୍ମାହତ କରିଛି । ଏହା ନିର୍ବୋଧ, ବାଚାଳ ଓ ଅହଂକାରୀର ପରିଚୟ । କଳାପାହାଡ଼ ଭଗିନୀ ଭଳି ବ୍ୟବହାର କରୁଛନ୍ତି ଲେଖାଶ୍ରୀ । ଜଗନ୍ନାଥଙ୍କ ବିନା ପୁରୀ ଓ ଓଡ଼ିଶାର ଅସ୍ତିତ୍ୱ ନାହିଁ । ମୁଁ ଅନୁଭବ କରୁଛି ଲେଖାଶ୍ରୀଙ୍କ ମନ୍ତବ୍ୟ ବିଜେପିର ଅନୁମୋଦିତ ନୁହେଁ । କେବଳ ଲେଖାଶ୍ରୀ ନୁହନ୍ତି, କାଟଜୁ ଓ ଅଭିଜିତ ଆୟର ମଧ୍ୟ ପୂର୍ବରୁ ଓଡ଼ିଶା ଉପରେ ଏପରି ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି ।’’
ଏହା ବି ପଢ଼ନ୍ତୁ | Bihar Elections ଦେଖାଇ ଦେଲା ଯେଉଁ ସରକାର ଲୋକଙ୍କ ପାଇଁ କାମ କରେ ସେହି ସରକାର ପୁଣି ଜିତେବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ‘‘ଏହା ତାଙ୍କର (ଲେଖାଶ୍ରୀଙ୍କର) ନିର୍ବୋଧତା । ଜଗନ୍ନାଥ ପ୍ରେମୀଙ୍କ ମନକୁ ତାଙ୍କ ମନ୍ତବ୍ୟ ଆଘାତ ଦେଇଛି । ହୁଏତ କାହାକୁ ତେଲ ମାରିବା ପାଇଁ ଏପରି ତେଲମରା କଥା କହିଛନ୍ତି ସେ । ହିନ୍ଦୁ ଧର୍ମ ଓ ଜଗନ୍ନାଥ ଧାମକୁ ଅପମାନିତ କରିବା ପାଇଁ ଏପରି କହିଛନ୍ତି । ଏହା ତାଙ୍କର ବାଚାଳାମି ।’’ ବିଜେଡ଼ି ନେତା ଅମର ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗରେ ଲେଖାଶ୍ରୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ‘‘ଏଭଳି ମନ୍ତବ୍ୟ ଦେବାରୁ ଲେଖାଶ୍ରୀ ନିବୃତ ହୁଅନ୍ତୁ। ଓଡ଼ିଶା କହିଲେ ପୁରୀକୁ ବୁଝାଏ । ଲେଖାଶ୍ରୀ ପ୍ରଥମେ ଇତିହାସ ପଢ଼ନ୍ତୁ। ବିଜେପି ବି ଇତିହାସ ପଢୁ। ଏଭଳି ମନ୍ତବ୍ୟ ପାଇଁ ଲେଖାଶ୍ରୀ କ୍ଷମା ପାର୍ଥନା କରନ୍ତୁ ।’’
ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତକଥା କେବଳ ରାଜନୈତିକ ବୟାନବାଜି ଭିତରେ ସୀମିତ ନାହିଁ । ଲେଖାଶ୍ରୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଏକ ଅଭିଯୋଗ କରି ‘ଭାରତୀୟ ଭାଷା ଆପଣlନ୍ତୁ ଅଭିଯାନ’ ସଙ୍ଗଠନ କହିଛି ଯେ ଲେଖାଶ୍ରୀଙ୍କ ମନ୍ତବ୍ୟ ଅଗ୍ରହଣୀୟ ଓ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ।
ହେଲେ ବିରୋଧୀଙ୍କ ଅଭିଯୋଗକୁ ଏଡ଼ାଇ ଯିବା ସହିତ ଲେଖାଶ୍ରୀ ପୁରୀ ଓ ଜଗନ୍ନାଥ ପ୍ରସଙ୍ଗକୁ ଆଳ କରି ପାଲଟା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପୂରା ଭାଷଣକୁ ଶୁଣିଲେ ସେ କେଉଁ ପରିପ୍ରେକ୍ଷୀରେ ସେହି ମନ୍ତବ୍ୟ କରିଥିଲେ ତାହା ସ୍ପଷ୍ଟ ହୋଇଯିବ ଓ ବିରୋଧୀମାନେ ଯେ ଜାଣିଶୁଣି ନିଜ ରାଜନୀତି ଚମକେଇବା ପାଇଁ ତାଙ୍କୁ ଆକ୍ଷେପ କରୁଛନ୍ତି ତାହା ବି ସ୍ପଷ୍ଟ ହୋଇଯିବ ।
ବିଧାନ ସଭାରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ‘‘ଜଗନ୍ନାଥ ଓ ପୁରୀ କାହାର ସମସ୍ତେ ଜାଣନ୍ତି। ମୁଁ ଭାବୁଛି ଲେଖାଶ୍ରୀ ଏଭଳି କିଛି କହି ନ ଥିବେ ।’’ ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ କେତେକ ସଙ୍ଗଠନ ପ୍ରତିବାଦକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।