News18 Odia Digital
ଭୁବନେଶ୍ୱର: ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ ନୋଟିସ୍ । ହାଇକୋର୍ଟ ଆଇନଜୀବୀ ସନ୍ଦୀପନ ମିଶ୍ର ତାଙ୍କୁ ନୋଟିସ କରିଛନ୍ତି। କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବନି ବୋଲ ପ୍ରତାପ ଉତ୍ତର ରଖିବେ। ୭ ଦିନରେ ଉତ୍ତର ନ ରଖିଲେ ହାଇକୋର୍ଟରେ ମାମଲା ହେବ। ତାସହ ନିସର୍ତ୍ତ କ୍ଷମା ପ୍ରାର୍ଥନା ପାଇଁ ଆଇନଜୀବୀ ନିବେଦନ କରିଛନ୍ତି।
ଅନ୍ୟପଟେ ଆଜି ହେତୁବାଦୀଙ୍କ ବିରୋଧରେ ଏତଲା ନେଇ ମାମଲା ରୁଜୁ କରିଛି ପୁରୀ ପୋଲିସ। ଗତକାଲି ସିଂହଦ୍ୱାର ଥାନାରେ ଓଡିଶା ବ୍ରାହ୍ମଣ ସମାଜ ଓ ପୁରୀ ଟାଉନ ଥାନାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ପୃଥକ ଭାବେ ଏତଲା ଦେଇଥିଲେ। ଦୁଇଟି ମାମଲାରେ ଦୁଇ ଜଣ ହେତୁ ବାଦୀଙ୍କ ନାମ ଉଲ୍ଲେଖ ରହିଛି। ଏତଲାରେ ଉଲ୍ଲେଖ ଥିବା ଦୁଇଜଣ ହେତୁବାଦୀଙ୍କ ନାଁ ହେଲା ପ୍ରତାପ ରଥ ଓ ଦେବେନ୍ଦ୍ର ସୁତାର। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏତଲା ଅନୁଯାଇ ନିଆଯିବ ଆଇନଗତ କାର୍ଯ୍ୟନୁଷ୍ଠାନ। ସପ୍ତାହକ ଭିତରେ ଥାନାରେ ହାଜର ହେବାପାଇଁ ଦିଆଯିବ ନୋଟିସ। ଥାନାକୁ ଡକାଯାଇ ବୟାନ ରେକର୍ଡ କରିବ ପୋଲିସ। ଏନେଇ ସିଟି DSP କେକେ ହରିପ୍ରସାଦ ସୂଚନା ଦେଇଛନ୍ତି।
https://odia.news18.com/news/odisha/people-eat-chicken-biryani-during-solar-eclipse-3ssd-25102022-ssd-132283.htmlସୂର୍ଯ୍ୟ ପରାଗରେ ପାକ ତ୍ୟାଗ, ନୀତି ନିୟମ ଅନ୍ଧ ବିଶ୍ୱାସ ଓ ବ୍ରାହ୍ମଣ, ଜ୍ୟୋତିଷମାନେ ଏହାକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ହେତୁବାଦୀ ସଙ୍ଗଠନ କହିଥିଲା। ସେହିପରି ଚିକେନ ବିରିୟାନି ପରାଗ ସମୟରେ ନିଜେ କର୍ମକର୍ତ୍ତା ଖାଇବା ସହ ଅନ୍ୟ ଲୋକଙ୍କୁ ବାଣ୍ଟି ଥିଲେ।
ହିନ୍ଦୁଧର୍ମକୁ ନେଇ କୋଟି କୋଟି ଲୋକଙ୍କ ଆସ୍ଥା ଥିବା ବେଳେ ହେତୁବାଦି ସଙ୍ଗଠନ ଯେଉଁ ଭଳି ଏହାକୁ ଅପମାନ କରିଛି କୋଟି କୋଟି ହିନ୍ଦୁଙ୍କ ଆସ୍ଥାକୁ କୁଠାରଘାତ୍ ଓ ମର୍ମାହତ କରିଛି। ତେଣୁ ତୁରନ୍ତ ପୋଲିସ ହେତୁବାଦୀ ସମାଜ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ପୁରୀ ବ୍ରାହ୍ମଣ ସମାଜ ଅନୁଷ୍ଠାନ ଦକ୍ଷିଣ ଦ୍ଵାର ଅଧ୍ୟକ୍ଷ ଆଚାର୍ଯ୍ୟ ରତିକାନ୍ତ ଦାସ।
https://odia.news18.com/news/odisha/fir-against-the-hetubadi-society-tv-261022-lpd-amp-132517.htmlସୂର୍ଯ୍ୟ ପରାଗ ଦିନ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନର ହେତୁବାଦୀ ଏକାଠି ହୋଇ ରୋଷେଇ କରି ଖାଇଥିଲେ। ସାମୂହିକ ଭୋଜି ନାମରେ କିଛି ଲୋକ ଏକାଠି ହୋଇ ଭୋଜି ଭଳି ଆୟୋଜନ କରିଥିଲେ। ଏଥିପାଇଁ କୌଣସି ପାକ ନିଷେଧ କରିବା କୌଣସି ଆବଶ୍ୟକତା ନାହିଁ ବୋଲି ମତ ମଧ୍ୟ ରଖିଥିଲେ। ବିଜ୍ଞାନ ସମ୍ମତ ଜିନିଷକୁ ଅନ୍ଧବିଶ୍ୱାସ ନାମ ଦେବା ଠିକ ନୁହେଁ। ବିଜ୍ଞାନର ସତ୍ୟତା ଓ ସୂର୍ଯ୍ୟ ପରାଗର ସତ୍ୟତା ବାବଦରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏଭଳି ପ୍ରତିବାଦ କରିଥିବାର କହିଥିଲେ ହେତୁବାଦୀ। ଲୋକମାନେ ବାସ୍ତବବାଦୀ ହୁଅନ୍ତୁ ଓ ଵିଜ୍ଞାନକୁ ବିଶ୍ଵାସ କରନ୍ତୁ ବୋଲି ସେମାନେ ଆହ୍ୱାନ ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।