ସିଗାରେଟ୍ ଟାଣିବାର ଆଇନଗତ ବୟସ ବଢ଼ି ୨୧ ହେବ; ଖୋଲା ସିଗାରେଟ୍ ବିକ୍ରି ବ୍ୟାନ୍ ହେବ; ଫାଇନ୍ ବଢ଼ିବ
ଧୂମପାନ ଉପରେ ଥିବା ଆଇନରେ ଖୁବ୍ ଶୀଘ୍ର ଅନେକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଧୂମପାନ ସଂକ୍ରାନ୍ତୀୟ ଅପରାଧ ପାଇଁ ବର୍ତ୍ତମାନ ଥିବା ଦଣ୍ଡ ଓ ଜୋରିମାନାକୁ ବି ଢେର୍ ମାତ୍ରାରେ ବଢ଼ାଯାଉଛି ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: January 6, 2021, 8:36 PM IST
ନୂଆ ଦିଲ୍ଲୀ: ସିଗାରେଟ୍ ଓ ତମାଖୁ ଦ୍ରବ୍ୟର (cigarettes and tobacco products) ବ୍ୟବହାର କରିବା ପାଇଁ ଆଇନଗତ ବୟସକୁ ବର୍ତ୍ତମାନର ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଏକ ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ କରିଛନ୍ତି । ଏଥି ସହ ଖୋଲା ସିଗାରେଟ୍ (loose cigarettes), ଅର୍ଥାତ୍ ପ୍ୟାକେଟରୁ ବାହାର କରି ଗୋଟିଏ ବା ଦୁଇ-ତିନୋଟି କରି, ସିଗାରେଟ୍ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବା ଓ ରେଷ୍ଟୁରାଣ୍ଟ ଏବଂ ବିମାନବନ୍ଦରରେ ଧୂମପାନ ପାଇଁ ଥିବା ବିଶେଷ କକ୍ଷ ଉପରେ ପ୍ରତିବନ୍ଧକ ଲଗାଇବା ଓ ସର୍ବସାଧାରଣ ସ୍ଥାନରେ ନିୟମ ଉଲ୍ଲଙ୍ଘନ ପାଇଁ ଦଣ୍ଡବିଧାନ ବୃଦ୍ଧି କରିବାକୁ ଏହି ଡ୍ରାଫ୍ଟ ବିଲରେ ପ୍ରସ୍ତାବ ଅଛି ।
କେନ୍ଦ୍ର ସରକାର ସିଗାରେଟ୍ ଓ ଅନ୍ୟାନ୍ୟ ତମାଖୁ ଉତ୍ପାଦ (ବିଜ୍ଞାପନ ଉପରେ ନିଷେଧାଦେଶ ଓ ବାଣିଜ୍ୟ ଏବଂ ବାଣିଜ୍ୟର ନିୟମାବଳୀ, ଉତ୍ପାଦନ, ଯୋଗାଣ ଓ ବଣ୍ଟନ) ସଂଶୋଧନ ଅଧିନିୟମ, ୨୦୨୦ ପ୍ରସ୍ତୁତ କରିଛନ୍ତି । ଏହି ସଂଶୋଧନ ଅନୁସାରେ ଧୂମପାନ ସମ୍ବନ୍ଧୀୟ ଅନେକ ଆଇନଗତ ପରିବର୍ତ୍ତନ ଆସିବାକୁ ଯାଉଛି । [Cigarettes and other Tobacco Products (Prohibition of Advertisement and Regulation of Trade and Commerce, Production, Supply, and Distribution) Amendment Act, 2020.]
ଏହା ବି ପଢ଼ନ୍ତୁ | Big Boss 14 ଘରେ ପ୍ରବେଶ କରିବେ ରାଖୀ ସାୱନ୍ତଙ୍କ ସ୍ୱାମୀ; ସଲମାନ ଖାଁଙ୍କୁ ପ୍ରଶଂସା କଲେ
ଖୋଲା ସିଗାରେଟ ବିକ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ସରକାର ଚେଷ୍ଟା କରିଛନ୍ତି । ଧାରା ୭ରେ ସଂଶୋଧନ କରାଯାଉଛି ଓ ସର୍ତ୍ତ ରହିଛି ଯେ ସିଗାରେଟ୍ ଓ ଅନ୍ୟ କୌଣସି ତମାଖୁ ଦ୍ରବ୍ୟକୁ କେବଳ ସିଲ୍ ଅକ୍ଷୁର୍ଣ୍ଣ ଥିବା ଓ ମୂଳ ପ୍ୟାକେଜିଂରେ ବିକ୍ରି କରିହେବ ।
ଏହା ବି ପଢ଼ନ୍ତୁ | ରାଞ୍ଚିରେ ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି; ପୋଲିସ ପୁରସ୍କାର ଘୋଷଣା କଲା
ଧୂମପାନ ପାଇଁ ଆବଶ୍ୟକ ନ୍ୟୂନତମ ବୟସରୁ କମ୍ ବ୍ୟକ୍ତିଙ୍କୁ ତମାଖୁ ଦ୍ରବ୍ୟ ବିକ୍ରୟ କରୁଥିବା ଲୋକଙ୍କ ପାଇଁ ବର୍ତ୍ତମାନ ଥିବା ଦୁଇ ବର୍ଷ ଜେଲ ଦଣ୍ଡ ଓ ୧,୦୦୦ ଟଙ୍କା ଜୋରିମାନାକୁ ବଢ଼ାଇ ସାତ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିବାକୁ ସରକାର ଏହି ବିଲରେ ପ୍ରସ୍ତାବ ଆଣିଛନ୍ତି ।
ଏହା ବି ପଢ଼ନ୍ତୁ | ‘ମୋତେ ଗୁପ୍ତଚରମାନେ ବିଷ ଦେଇ ମାରିଦେବାକୁ ଚେଷ୍ଟା କରିଥିଲେ,’ କହିଲେ ISROର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ
ଏହି ବିଲରେ ବେଆଇନ ସିଗାରେଟ୍ ଓ ତମାଖୁ ଉତ୍ପାଦର ଉତ୍ପାଦନକାରୀ ଓ ବିକ୍ରୟ କେନ୍ଦ୍ର ଉପରେ ବି ଦଣ୍ଡର ବ୍ୟବସ୍ଥା ହୋଇଛି । ବର୍ତ୍ତମାନର ଆଇନ ଅନୁସାରେ ସେମାନଙ୍କୁ ଏକ ବର୍ଷ ଜେଲ ଓ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ହେଲେ ସଂଶୋଧିତ ଆଇନ୍ ଅନୁସାରେ ବେଆଇନ ସିଗାରେଟ୍ ଉତ୍ପାଦନ ପାଇଁ ଦୁଇ ବର୍ଷ ଜେଲ ଓ ଏକ ଲକ୍ଷ ଟଙ୍କା ଜୋରିମାନା ହେବ ।
ଆଉ ଏକ ବଡ଼ ସଂଶୋଧନରେ ନିଷୋଧାଦେଶ ଲାଗିଥିବା ଅଞ୍ଚଳରେ ଧୂମପାନ କରୁଥିବା ଲୋକଙ୍କୁ ପାଇଁ ଜୋରିମାନା ୨୦୦ ଟଙ୍କାରୁ ୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।