ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ସତ କଥା ଶୁଣିଲେ ଚମକି ପଡୁଛନ୍ତି: ବିଜେପି

ରେଳ ଅନୁଦାନ ପ୍ରଶଂସା ମୋଦି ନେଇଯିବା ଭୟରେ ବିଜେଡି ନେତାମାନେ ମିଛ ପ୍ରହେଳିକା ସୃଷ୍ଟି କରୁଛନ୍ତି: ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା

ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା

ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଦୀର୍ଘ ୨୩ ବର୍ଷ ଧରି ନିରୁଙ୍କଶ ଶାସନ କ୍ଷମତାରେ ଥିବା ସତ୍ୱେ ଓଡିଶାର ସଠିକ୍ ବିକାଶ କରିବାରେ ବିଫଳ ହୋଇଛି ଦୁର୍ନୀତିଗ୍ରସ୍ତ ଶାସକ ବିଜେଡି । ନିଜ ଅପାରଗତା ଓ ବିଫଳତାକୁ ଲୁଚାଇବା ପାଇଁ ସବୁବେଳେ ଅନ୍ୟ ଉପରକୁ ଦୋଷ ଲଦି ଦେବାରେ ପିଏଚଡି ହାସଲ କରିଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ସତ କଥା ଶୁଣିଲେ ଚମକି ପଡୁଛନ୍ତି । ଦୁର୍ନୀତିଗ୍ରସ୍ତ ଶାସକ ବିଜେଡି ପାଇଁ ବିକାଶମୂଳକ କାର୍ଯ୍ୟ ପ୍ରାଧାନ୍ୟ ନୁହେଁ ବରଂ ମିଛ କଥା କହି ରାଜ୍ୟବାସୀଙ୍କ ସହ ପ୍ରତାରଣା କରିବା ଅଭ୍ୟାସରେ ପରିଣତ ହୋଇଛି ବୋଲି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା (Mahila Morcha National Secretary) ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।

IND VS AUS: ଚନ୍ଦନ ଲଗାଇବାକୁ ମନା କରି ବିବାଦରେ ଟିମ ଇଣ୍ଡିଆ

ଅତୀତରେ କଂଗ୍ରେସ ସରକାର ଅମଳରେ ଓଡିଶା ରାଜ୍ୟ ସର୍ବଦା ଅବହେଳିତ ହୋଇଆସୁଥିଲା । ପୂର୍ବୋଦୟୋ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଥିବା ମୋଦି ସରକାର (Modi Govt) ଚଳିତ ବର୍ଷ ବଜେଟରେ ଓଡିଶାକୁ ରେଳବାଇ (Railway Sector) କ୍ଷେତ୍ରରେ ବିକାଶ ପାଇଁ ଅଗ୍ରାଧିକାର ଦେଇଛନ୍ତି । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ରେଳବାଇ କ୍ଷେତ୍ରରେ ସର୍ବଦା ଅବହେଳିତ ହୋଇ ଆସୁଥିବା ଓଡିଶାର ଭାଗ୍ୟ ବଦଳିଛି । ରେଳ ବଜେଟରେ ୨୦୧୪ ମସିହାରୁ କ୍ରମାଗତ ଭାବେ ଓଡିଶାର ଅନୁଦାନ(Railway Assistance) ବୃଦ୍ଧି ପାଇଚାଲିଛି । ୨୦୦୯ରୁ ୨୦୧୪ ଭିତରେ ଓଡିଶାକୁ ହାରାହାରି ୮୩୮ କୋଟି ଟଙ୍କା ଥିବାବେଳେ କେବଳ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୦୦୧୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏପରିକି ରାଜ୍ୟ ସରକାର ଚଳିତ ବର୍ଷ ରେଳ ବଜେଟରେ ୮,୪୦୦ କୋଟି ଟଙ୍କା ପ୍ରଦାନ କରିବାକୁ ଦାବୀ କରିଥିବାବେଳେ ମୋଦି ସରକାର ୧୦,୦୧୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯାହାକି ୨୦ ପ୍ରତିଶତ ଅଧିକ । ରାଜ୍ୟର ୫୭ଟି ରେଳଷ୍ଟେସନକୁ ଅମୃତ ଭାରତ ଷ୍ଟେସନରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଡ. ବିଶ୍ୱାଳ କହିଛନ୍ତି ।

ନବଦାସ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ କରୁ: ଅର୍ଜୁନ ମୁଣ୍ଡା

ବର୍ତ୍ତମାନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ରେଳପଥ ସହ ସଂଯୋଗ କରାଯିବାର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଅନ୍ୟ ପଟେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡିଶାରେ ରେଳବାଇ ବିକାଶ ସଠିକ୍ ଭାବେ ହୋଇପାରୁନାହିଁ । ନିଜ ଆଡୁ ସହଯୋଗର କୈାଣସି ହାତ ବଢାଉ ନାହାନ୍ତି ରାଜ୍ୟ ସରକାର । ଅନେକ ସ୍ଥାନରେ ରାଜ୍ୟ ସରକାରଙ୍କ ତରଫରୁ ଜମି ଅଧିଗ୍ରହଣ ଅଫିସର ନଥିବା କାରଣରୁ ଜମି ଅଧିଗ୍ରହଣ ହୋଇପାରୁନାହିଁ ଏବଂ ଜମି ଅଧିଗ୍ରହଣରେ ବାଧକ ସାଜୁଛନ୍ତି ଖୋଦ୍ ରାଜ୍ୟ ସରକାର । କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଁ ନେଇଯିବେ, ସେହି ଭୟରେ ବିଜେଡି ନେତାମାନେ ମିଛ ପ୍ରହେଳିକା ସୃଷ୍ଟି କରୁଛନ୍ତି । ଶାସକ ବିଜେଡିର ଅପାରଗତା କାରଣରୁ କେନ୍ଦ୍ରୀୟ ଅନୁଦାନ ଫେରିଯିବା କଣ ଲଜ୍ଜାକର ନୁହେଁ ବୋଲି ପ୍ରଶ୍ନ କରିବା ସହିତ ଏ ସମସ୍ତ ପ୍ରହେଳିକାର ସ୍ୱପ୍ନରୁ ବାହାରକୁ ଆସି ଶାସକ ବିଜେଡି ରାଜ୍ୟର ପ୍ରଗତି ଓ ବିକାଶକୁ ତ୍ୱରାନ୍ୱିତ କରନ୍ତୁ ବୋଲି ଡ. ବିଶ୍ୱାଳ କହିଛନ୍ତି।
Published by:Soumya Das
First published: