ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆଗକୁ ଆସୁଛି ୨ଟି ନିର୍ବାଚନ: ବିଜେଡ଼ିରେ ମିଶିଲେ ନେତା ଓ କର୍ମୀ; ବିରୋଧୀ କଲେ ତାତ୍ସଲ୍ୟ

ଆଗକୁ ଆସୁଛି ୨ଟି ନିର୍ବାଚନ: ବିଜେଡ଼ିରେ ମିଶିଲେ ନେତା ଓ କର୍ମୀ; ବିରୋଧୀ କଲେ ତାତ୍ସଲ୍ୟ

ପଞ୍ଚାୟତ ଓ ପୌର ନିର୍ବାଚନ ଶାସକ ଦଳ ନିଜର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ନେତା ଓ କର୍ମୀମାନେ ବିଜେଡ଼ିରେ ସାମିଲ ହୋଇ ଦଳକୁ ମଜଭୁତ କରିବାରେ ଲାଗିପଡିଛନ୍ତି।

ଆଗକୁ ଆସୁଛି ୨ଟି ନିର୍ବାଚନ: ବିଜେଡ଼ିରେ ମିଶିଲେ ନେତା ଓ କର୍ମୀ; ବିରୋଧୀ କଲେ ତାତ୍ସଲ୍ୟ
ବିଜେଡ଼ିରେ ଯୋଗ ଦେଲେ ଅନେକ ନେତା ଓ କର୍ମୀ
  • News18 Odia
  • Last Updated: September 21, 2021, 5:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ଶାସକ ଦଳ ନିଜର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ନେତା ଓ କର୍ମୀମାନେ ବିଜେଡ଼ିରେ ସାମିଲ ହୋଇ ଦଳକୁ ମଜଭୁତ କରିବାରେ ଲାଗିପଡିଛନ୍ତି।

ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ନିଜର କର୍ମୀ ସଂଖ୍ୟା ବଢ଼ାଇ ବଳ ଗୋଟାଇବାରେ ଲାଗିପଡିଛି। ରାୟଗଡା ଓ ମୟୁରଭଞ୍ଜର ବିଭିନ୍ନ ଦଳର ଶତାଧିକ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଥିବା ବେଳେ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ଆଶା ବାନ୍ଧିଛି।   ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଦଳ ସଂଗଠନକୁ ଶକ୍ତ କରିବା ପାଇଁ ପୁରା ଦମ ଲଗାଇ ଦେଇଛି। ଗୋଟେ ପରେ ଗୋଟେ ଜିଲ୍ଲାର ନେତାଙ୍କୁ ଦଳରେ ସାମିଲ କରି ବିଜେଡି କଳେବର ବୃଦ୍ଧି କରୁଛି ।

ମାରାଥନ ଭାବେ ମିଶ୍ରଣ ପର୍ବ ଆୟୋଜନ କରି ରାୟଗଡା ଓ ମୟୁରଭଞ୍ଜ ନେତାଙ୍କୁ ଦଳରେ ସାମିଲ କରିଛି। ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଜେଏମଏମ ର ପୂର୍ବତନ ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେମ୍ବ୍ରମ ଓ ଜେଏମଏମ ର ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ ଯୋଗ ଦେଇଥିଲେ । ତାଙ୍କ ସହିତ ବହୁ  ନେତା ଓ କର୍ମୀ ବି ସାମିଲ ହୋଇଥିଲେ। ମହେଶ ହେମ୍ବ୍ରମ ୨୦୦୯ ଓ ୨୦୧୪ ରେ ଜଶିପୁରରୁ ବିଧାୟକ ପାର୍ଥି ଥିବା ବେଳେ ୨୦୧୯ ସାରସକଣାରୁ ପ୍ରତିଦ୍ବନ୍ଦିତା କରିଥିଲେ। ସେହିପରି ରାମଚନ୍ଦ୍ର ମୁର୍ମୁ ୨୦୧୯ ରେ ରାଇରଙ୍ଗପୁରରୁ ବିଧାୟକ ପାର୍ଥି ଭାବେ ପ୍ରତିଦ୍ବନ୍ଦିତା କରିଥିଲେ। ପରେ ପରେ ଅନ୍ୟ ଏକ ମିଶ୍ରଣ ପର୍ବରେ ରାୟଗଡା ଜିଲ୍ଲାର କଂଗ୍ରେସ ଓ ବିଜେପି ଦଳର ଅନେକ ବରିଷ୍ଠ ନେତା ବିଜେଡ଼ିରେ ସାମିଲ  ହୋଇଛନ୍ତି। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଉଭୟ ମିଶ୍ରଣ ପର୍ବ ହୋଇଥିବା ବେଳେ ଦଳ ଅଧିକ ସୁଦୃଢ ହେବ ବୋଲି ନେତାମାନେ ଆଶା ବାନ୍ଧିଛନ୍ତି । ଆଗାମୀ ଦିନରେ ବି ଆହୁରି ବଡ଼ ନେତା ସାମିଲ ହେବା ନେଇ ଦେଇଛନ୍ତି ସୂଚନା ଦେଇଛନ୍ତି ଦଳୀୟ ନେତା। ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିକୁ ଆସିଥିବା କହିଛନ୍ତି ନୂଆକରି ସାମିଲ ହୋଇଥିବା ନେତା।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି," ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସମସ୍ତେ ଦଳରେ ସାମିଲ ହୋଇଛନ୍ତି। ଏହି ସମସ୍ତ ନେତାଙ୍କ ଯୋଗଦାନ ପରେ ଦଳ ଅଧିକ ସଶକ୍ତ ହେବ"। ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, "ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ମୟୁରଭଞ୍ଜରେ ବିଲୟ ହୋଇଯାଇଛି। ଆଗରୁ ସେଠାରେ ଜେଏମଏମ ବାନା ଥିଲା, ଆଜି ନାହିଁ। ଯେଉଁମାନେ ଆସି ମିଶିଛନ୍ତି ସେମାନେ ମୋ ଅନୁଗତ ଥିଲେ। ସେମାନେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ସାମିଲ ହୋଇଛନ୍ତି"।

ଗୋଟେ ପଟେ ଶାସକଦଳ ସଂଗଠନ ବୃଦ୍ଧି କରୁଥିବା ବେଳେ ବିରୋଧୀ ବି ଚେକ ଦେବାକୁ ଅଣ୍ଟା ଶକ୍ତ କରୁଛି। ନିର୍ବାଚନକୁ ନେଇ ପୂର୍ବରୁ ତୃଣମୂଳ ନେତାଙ୍କୁ ରାଜଧାନୀରେ ମନ୍ତ୍ରଣା ଦେବା ପରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ଗଣ୍ଠିକରି କାର୍ଯ୍ୟ ଆରମ୍ଭ କରିଛି। ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି,"ବିଜୁ ଜନତା ଦଳର ନିଜ ଉପରେ ବିଶ୍ୱାସ ନାହିଁ ସେଥିପାଇଁ ଅନ୍ୟ ଦଳରୁ ନେତାଙ୍କୁ ଆଣୁଛି"।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,"କଂଗ୍ରେସ ବି ଜିଲ୍ଲାସ୍ତରରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଯେଉଁ ଦଳ ଓ ନେତା ନିତି ଆଦର୍ଶରେ ବନ୍ଧା ନାହାନ୍ତି ସେମାନେ ପରିବର୍ତ୍ତନ କରିବେ," କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ନିକଟରେ କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ କଂଗ୍ରେସ କ୍ୟାମ୍ପ ଛାଡି ବିଜେଡିରେ ସାମିଲ ହୋଇଥିବା ବେଳେ ଆଜି ଦୁଇ ଜିଲ୍ଲାର ବହୁ ନେତା ଓ କର୍ମୀ ସାମିଲ ହୋଇଛନ୍ତି। ଏହି କ୍ରମରେ ଖୁବଶୀଘ୍ର ବହୁ ହେଭିୱେଟ ବି ବିଜେଡିର ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି।
Published by: Soumya Das
First published: September 21, 2021, 5:22 PM IST