ସମ୍ବଲପୁରରେ କୋର୍ଟ କାର୍ଯ୍ୟରେ ଯୋଗଦେଲେ ଓକିଲ; ସ୍ୱଭାବିକ ହେଲା ନ୍ୟାୟିକ ଅଚଳାବସ୍ଥା
- News18 Odia
- Last Updated :
- Sambalpur, India
News 18 Odia Digital
ସମ୍ୱଲପୁର; ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆନ୍ଦୋଳନ ପାଇଁ ଲାଗି ରହିଥିବା ନ୍ୟାୟିକ ଅଚଳାବସ୍ଥା ଆଜିଠାରୁ ସ୍ୱାଭାବିକ ହୋଇଛି । ଗତ ଡିସେମ୍ବର ୧୨ତାରିଖରୁ କୋର୍ଟ କଚେରୀରେ ଓକିଲମାନେ ଯୋଗ ଦେଉନଥିଲେ । ଫଳରେ ନ୍ୟାୟିକ ଅଚଳାବସ୍ଥା ଦେଖିବାକୁ ମିଳିଥିଲା । ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘର ନିଷ୍ପତି କ୍ରମେ ଆଜି ଠାରୁ ଓକିଲମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ସମ୍ବଲପୁର ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ଚାଲିଥିବା ସମୟରେ ଆନ୍ଦୋଳନକାରୀ କୋର୍ଟ ପରିସର ଭିତରକୁ ପ୍ରବେଶ କରିବା ସହ ଜଜଙ୍କ ଚେମ୍ବର ଭିତରକୁ ପଶି ଭଙ୍ଗା ରୁଜା କରିଥିଲେ । ଏହା ପରେ ପରିସ୍ଥିତି ସଙ୍ଗିନ ହୋଇଯାଇଥିଲା । ଯାହା ଫଳରେ ଜିଲ୍ଲା ପ୍ରାଶାସନ ପକ୍ଷରୁ କୋର୍ଟ ପରିସରରେ ୧୪୪ ଧାରା ଲଗାଯାଇଥିଲା । ଗତକାଲି ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓକିଲମାନେ ଯୋଗ ଦେଇ ସମ୍ବଲପୁରେ ଚାଲିଥିବା ନ୍ୟାୟିକ ଅଚଳାବସ୍ଥା ଉପରେ ଆଲୋଚନା କରିଥିଲେ । ଏହା ପରେ ସର୍ବସମ୍ମତି କ୍ରମେ ଓକିଲମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେଇଥିଲେ ।
‘‘ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ବୈଠକ ହୋଇଥିଲା । ଏହି ବୈଠକରେ ସର୍ବସମ୍ମତି କ୍ରମେ ଓକିଲ ମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବେ ବୋଲି ନିଷ୍ପତି ନିଆଯିବା ପରେ ଆମ୍ଭେମାନେ କାର୍ଯ୍ୟରେ ଯୋଗ ଦେଲୁ ବୋଲି ବରିଷ୍ଠ ଆଇନଜୀବୀ ପ୍ରଫୁଲ ଚନ୍ଦ୍ର ହୋତା କହିଛନ୍ତି । ’’ ତେବେ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେବା ପରେ ଏବେ ପରିସ୍ଥିତିରେ ଧିରେ ଧିରେ ସୁଧାର ଆସିବାରେ ଲାଗିଛି । ସାଧାରଣ ଜନତାଙ୍କ କୋର୍ଟ କଚେରୀରେ ଥିବା କାର୍ଯ୍ୟ ଗୁଡିକ ସ୍ୱାଭାବିକ ଭାବେ ଆରମ୍ଭ ହୋଇଯାଇଛି । ଫଳରେ ଏବେ କୋର୍ଟର କୌଣସୀ କାର୍ଯ୍ୟରେ ଅସୁବିଧା ହେବ ନାହିଁ ବୋଲି ଲୋକମାନେ କହିଛନ୍ତି । କଚେରି ଅଞ୍ଚଳରେ ଏବେ ସ୍ୱଭାବିକ ଅବସ୍ଥାକୁ ଫେରୁଥିବା ବେଳେ ପୋଲିସ ବ୍ୟାରିକେଟିଙ୍ଗ ମଧ୍ୟ ହଟିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।