News18 Odia Digital
ଭୁବନେଶ୍ବର: ଓଡ଼ିଶାର ଅଗ୍ରଣୀ ବିଳାସପୂର୍ଣ୍ଣ ରିୟଲ ଇଷ୍ଟେଟ୍ ବ୍ରାଣ୍ଡ ଉତ୍କଳ ବିଲ୍ଡର୍ସ ଗ୍ରୁପ ପକ୍ଷରୁ ନୂଆ ପ୍ରକଳ୍ପ ‘ଉତ୍କଳ ଲେଭେଲ୍ସ’ର ଭିତ୍ତିପ୍ରସ୍ତର ଆରମ୍ଭ ହୋଇଛି।
ଆୟୋଜିତ ସ୍ୱର୍ଣ୍ଣ କାର୍ଯ୍ୟକ୍ରମରେ କମ୍ପାନୀର ଅଧ୍ୟକ୍ଷ ସୁବାଷ ଭୁରା ଏବଂ ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ମୁଖ୍ୟତଃ ଜୀବନ ଚର୍ଯ୍ୟା ଓ ଲୋକଙ୍କ ମାନସିକତାକୁ ଗୁରୁତ୍ୱ ଦେଇ ଏହି ପ୍ରକଳ୍ପ ପାଇଁ ଯୋଜନା କରାଯାଇଛି।
ଏହି ପ୍ରକଳ୍ପ ସ୍ଥାନୀୟ ପାହାଳ ଜଗନ୍ନାଥ ମନ୍ଦିର ବିପରୀତ ପାର୍ଶ୍ୱରେ ଅବସ୍ଥିତ। ଏଥିରେ ୨୧ ମହଲା ବିଶିଷ୍ଟ ୩ଟି ଟାୱାର ଯଥା କ୍ରେଷ୍ଟ, କ୍ରାଉନ ଏବଂ ପିନାକଲ୍ ରହିବ। ସୁଉଚ୍ଚ ବିଲ୍ଡିଂ ପାଇଁ ପାହାଳ ବେଶ ଜଣାଶୁଣା ହୋଇଥିବା ବେଳେ ଏଥିରେ କମ୍ପାନୀର ବହୁ ଚର୍ଚ୍ଚିତ ଲକଜ୍ୟୁରୀ ପ୍ରକଳ୍ପ ଉତ୍କଳ ଲେଭେଲ୍ସ ଯୋଡ଼ି ହେବାକୁ ଯାଉଛି।

ଲକ୍ଜ୍ୟୁରୀ ଲାଇଫ୍ଷ୍ଟାଇଲର ନୂଆ ପରିଚୟ
ଏଥିରେ ୧୧ ଫୁଟର ଫ୍ଲୋର ଟୁ ଫ୍ଲୋର ହାଇଟ୍, ଆକର୍ଷକ ଡେକ୍, ଲାମିନେଟେଡ ଗ୍ଲାସ ରେଲିଂ ଦ୍ୱାରା ରାଜପଥ ଏବଂ ପ୍ରାକୃତିକ ପରିବେଶର ମଜା ନେବାରେ ବେଶ ସହାୟକ ହେବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ କହିଛନ୍ତି। ପ୍ରକଳ୍ପଟି ଭୁବନେଶ୍ୱର ଏନ୍ଏଚ୍ ୧୬ର ସର୍ଭିସ ରୋଡ ନିକଟରେ ଅବସ୍ଥିତ।
ସୂଚନା ଅନୁଯାୟୀ, ଏହାର ସବୁ ଆପାର୍ଟମେଣ୍ଟ ତିନି ପାର୍ଶ୍ୱ ବିଶିଷ୍ଟ। ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ଏବଂ ପବନ ଚଳାଚଳର ଉନ୍ନତ ସୁବିଧା ଏହା ଦ୍ୱାରା ମିଳିପାରିବ।
ସେହିଭଳି ୨୦୫ ପରିବାରର ଏକ କମ୍ୟୁନିଟି ଏଠାରେ ବସବାସ କରିବେ। ୫୦ରୁ ଉର୍ଦ୍ଧ୍ୱ ଆକର୍ଷଣୀୟ ସୁବିଧା ଲୋକଙ୍କୁ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଲେଭେଲ୍ସ ଦ୍ୱାରା କଟକ-ଭୁବନେଶ୍ୱର ହାର୍ଟରେ ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ଗ୍ରାହକ ଲାଭ କରିପାରିବେ ବୋଲି ବୈଦ ଉଲ୍ଲେଖ କରିଛନ୍ତି।

ପାହାଳରେ 'ଉତ୍କଳ ଲେଭେଲ୍ସ' ଶୁଭାରମ୍ଭ
ଏଥିରେ ରହିଛି ଆକର୍ଷଣୀୟ ଲବି ଯାହା ଗ୍ରାହକଙ୍କୁ ପଞ୍ଚତାରକା ହୋଟେଲର ଅନୁଭବ ଦେବ। ସେହିଭଳି ୩୦ ହଜାର ବର୍ଗଫୁଟ ସ୍ଥାନକୁ ପୋଡ଼ିୟମ ଏବଂ କ୍ଳବ ହାଉସ୍ ଭାବେ ବିକଶିତ କରାଯାଉଛି।
୨୨ତମ ଫ୍ଲୋରରେ ଆକର୍ଷଣୀୟ ଟେରାସ ରହିଛି ଯାହା ନିଜ ପରିବାର ଏବଂ ବନ୍ଧୁବର୍ଗଙ୍କ ସହ ଖୁସିର ମୂହୁର୍ତ୍ତ ବିତାଇବାରେ ସୁବିଧା ଦେବ। ପ୍ରକଳ୍ପ ଉନ୍ମୋଚନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଗ୍ରୁପର ପ୍ରତିଷ୍ଠାତା ଭଁୱରଲାଲ ବୈଦ ଏବଂ ପ୍ରକାଶ ଚନ୍ଦ୍ର ଭୁରା, ନିର୍ଦ୍ଦେଶକ ଅମିତ୍ ବୈଦ ଓ ରାକେଶ ଭୁରା ଉପସ୍ଥିତ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।