ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନର ନୂଆ ଅତ୍ୟାଧୁନିକ ଏଲଏଚବି ରେକର ଶୁଭାରମ୍ଭ; ଏଥର ଯାତ୍ରା ଉପଭୋଗ କରିବେ ଯାତ୍ରୀ

ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନର ନୂଆ ଅତ୍ୟାଧୁନିକ ଏଲଏଚବି ରେକର ଶୁଭାରମ୍ଭ; ଏଥର ଯାତ୍ରା ଉପଭୋଗ କରିବେ ଯାତ୍ରୀ

ଗଣେଶ ପୂଜା ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ ପତାକା ହଲାଇ ଶୁଭାରମ୍ଭ କରିଥିଲେ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନର ନୂଆ ଅତ୍ୟାଧୁନିକ ଏଲଏଚବି ରେକ ବ୍ୟବସ୍ଥା ।

ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନର ନୂଆ ଅତ୍ୟାଧୁନିକ ଏଲଏଚବି ରେକର ଶୁଭାରମ୍ଭ; ଏଥର ଯାତ୍ରା ଉପଭୋଗ କରିବେ ଯାତ୍ରୀ
ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନର ନୂଆ ଅତ୍ୟାଧୁନିକ ଏଲଏଚବି ରେକର ଶୁଭାରମ୍ଭ
  • News18 Odia
  • Last Updated: September 11, 2021, 2:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News 18 Odia Digital

ଭୁବନେଶ୍ବର: ଭୁବନେଶ୍ୱରଠାରୁ ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ଏବେ ନୂତନ ଏଲଏଚବି କୋଚରେ ଚଳାଚଳ କରିବ, କାରଣ ଶୁକ୍ରବାର ଲୋକାର୍ପିତ ହୋଇଛି ଭୁବନେଶ୍ୱର-ଜଗଦଲପୁର -ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସରେ ଏଲଏଚବି କୋଚ ବ୍ୟବସ୍ତା । ଭିଡିଓ କନଫରେନ୍ସି ମାଧ୍ୟମରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୂଆ ଦିଲ୍ଲୀରୁ ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଉପଲକ୍ଷେ ଭୁବନେଶ୍ୱର ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ପୂର୍ବତଟ ରେଳବାଇ ଏଜିଏମ ସୁଧୀର କୁମାରଙ୍କ ସୂଚନା ଅନୁସାରେ, ‘‘ହୀରାଖଣ୍ଡ ଏକ୍ସପ୍ରେସରେ ଅତ୍ୟାଧୁନିକ ଏଲଏଚବି କୋଚ ବ୍ୟବସ୍ଥା ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଛି । ଅର୍ଥାତ ପୂରା ଟ୍ରେନରେ ଲାଗିଥିବା ସମସ୍ତ ବଗି ନୂଆ ଓ ଅତ୍ୟାଧୁନିକ ଯାହାକୁ କୁହାଯାଇଛି ଏଲଏଚବି ରେକ ବ୍ୟବସ୍ଥା । ଏହି ବ୍ୟବସ୍ତା ଦ୍ୱାରା ରେଳ ଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷା ତଥା ଆରାମକୁ ପ୍ରାଥମିକତା ଦିଆଯିବ । ଏଲଏଚବି ରେକ ବ୍ୟବସ୍ତା ଦ୍ୱାରା କୋଚରେ ଅଧିକ ଯାତ୍ରୀଙ୍କ ପାଇଁ ସିଟ୍ ସମ୍ଭବ ହୋଇପାରିବ । ଏହା ସହିତ ଦୁର୍ଘଟଣା ସମୟରେ ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ବ୍ୟବସ୍ଥିତ କରି ହେବ । ପୂର୍ବରୁ ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସରେ ଏଭଳି ରେକ ବ୍ୟବସ୍ଥା ଥିବା ବଗି ବ୍ୟବହାର ହୋଇ ଆସୁଥିଲା ।

ଏହି ଅତ୍ୟାଧୁନିକ ବ୍ୟବସ୍ଥାର ଶୁଭାରମ୍ଭ ପାଇଁ ନୂଆ ଦିଲ୍ଲୀର ରେଳ ଭବନରେ ଉପସ୍ଥିତ ଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗୀ ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରେଳବାଇର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହିତ ଓଡ଼ିଶାର ରେଳ ଭିତ୍ତିଭୂମି ତଥା ପ୍ରକଳ୍ପର ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏହି ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ବୋଲି କହିଥିଲେ ।

ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନର ନୂଆ ଅତ୍ୟାଧୁନିକ ଏଲଏଚବି ରେକର ଶୁଭାରମ୍ଭ


ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ‘‘ରେଳବାଇରେ ସଂସ୍କାର ଆଣିବା ଆବଶ୍ୟକତା ସମ୍ବନ୍ଧରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଗୁରୁତ୍ୱାରୋପ କରୁଛନ୍ତି । ଭାରତୀୟ ରେଳବାଇକୁ କେବଳ ବର୍ଦ୍ଧିତ ପରିବର୍ତ୍ତନ ନକରି ଏହାକୁ ସୁଦୃଢ଼ ଭାବେ ପରିବର୍ତ୍ତନ କରିବା ଏହାର ଲକ୍ଷ୍ୟ ରହିଛି । ବର୍ତମାନ କେନ୍ଦ୍ର ସରକାର ଏହି ପ୍ରକଳ୍ପଗୁଡ଼ିକୁ ଏକ ଏକ୍ସପ୍ରେସ ମୋଡ଼ରେ ଅନୁସରଣ କରୁଛନ୍ତି । ପ୍ରତି ବର୍ଷ ପ୍ରାୟ ଛଅ ହଜାରରୁ ସାତ ହଜାର କୋଟି ଟଙ୍କା ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ପାଇଁ ବଜେଟରେ ମଞ୍ଜୁର କରାଯାଉଛି ।

ଯାତ୍ରୀ ଓ ରେଳ କର୍ମଚାରୀ ମାନେ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ । ସୁଦୂର ଉତ୍ତର ପ୍ରଦେଶର ଯାତ୍ରୀ ରଫିଜ ଘୋରୀ କହିଥିଲେ, ‘‘ବ୍ୟବସାୟିକ କାମରେ ମୁଁ ଅନେକ ଥର ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରା କରିଛି । ତେବେ ପୂର୍ବରୁ କରିଥିବା ଯାତ୍ରା ତୁଳନାରେ ଏଥର ଯାତ୍ରା ଅନୁଭବ ଅନେକଟା ଭିନ୍ନ । ମୋତେ ଭଲ ଲାଗୁଛି। ସେଥିପାଇଁ ରେଳ ବିଭାଗକୁ ଧନ୍ୟବାଦ ।’’

୨୪ ବର୍ଷ ଧରି ରେଳ ବିଭାଗରେ ଟି.ଟି.ଇ. କାମ କରୁଥିବା ଯୋଗେଶ ଗୁରୁ କହିଥିଲେ ଯେ ସମୟ ବଦଳିବା ସହିତ ଭାରତୀୟ ରେଳ ବିଭାଗ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେବା ପସନ୍ଦଯୋଗ୍ୟ ଉଦ୍ୟମ ।

ନିକଟରେ ଓଡ଼ିଶା ଗସ୍ତ ସମୟରେ ରେଳମନ୍ତ୍ରୀ ବୈଷ୍ଣବ ହିରାଖଣ୍ଡ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ସହ ଯାତ୍ରା କରି ରେଳ ସେବା ବିଷୟରେ ସେମାନଙ୍କ ମତାମତ ନେଇଥିଲେ | ହୀରାଖଣ୍ଡ ଏକ୍ସପ୍ରେସରେ ନୂଆ ଆଧୁନିକ ଏଲଏଚବି ରେକ୍ ସଂଯୋଗ କରିବା ଦ୍ୱାରା ଯାତ୍ରୀମାନଙ୍କୁ ଉନ୍ନତ ତଥା ସୁଖଦ ଯାତ୍ରା ଅଭିଜ୍ଞତା ପ୍ରଦାନ କରାଯିବ ବୋଲି ଏହି ଗସ୍ତ ସମୟରେ ଯାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ରେଳମନ୍ତ୍ରୀ ।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱରରୁ ଜଗଦଲପୁର ପର୍ଯ୍ୟନ୍ତ ୭୮୪ କିଲୋମିଟର ଯାତ୍ରା କରୁଥିବାବେଳେ ଏହା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ0 ଛତିଶଗଡର ୨୧ଟି ମଧ୍ୟବର୍ତ୍ତୀ ଷ୍ଟେସନରେ ରହଣି କରୁଛି । ଏହି ଟ୍ରେନର ଅନ୍-ବୋର୍ଡ ଯାତ୍ରୀମାନେ ବର୍ତ୍ତମାନ ଆଧୁନିକ ଏଲ.ଏଚ.ବି. ରେକରେ ଯାତ୍ରା ସମୟରେ ଟ୍ରେନ ଭିତରୁ ମାର୍ଗରେ ଥିବା ଉପତ୍ୟକା, ଟନେଲ୍, ପ୍ରାଣୀ ଓ ଉଦ୍ଭିଦର ଅପ୍ରତିମ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ।
Published by: Lipina Das
First published: September 11, 2021, 2:23 PM IST