ଚକ୍ରତୀର୍ଥ ରୋଡରେ ଫୁଡ୍ କୋର୍ଟ ଭିବ୍ରାନ୍ସ ଶୁଭାରମ୍ଭ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ଚକ୍ରତୀର୍ଥ ରୋଡରେ ଫୁଡ୍ କୋର୍ଟ ଭିବ୍ରାନ୍ସର ଶୁଭାରମ୍ଭ କରାଯାଇଛି । ମଙ୍ଗଳବାର ଦିନ ଅପରାହ୍ନରେ ଭିଡିଓ କନଫରେନ୍ସି ଯୋଗେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ଉତ୍ତମ ଆତିଥ୍ୟତା ଦେବା ସହ ସେମାନଙ୍କୁ ସେମାନଙ୍କ ରୁଚି ଅନୁସାରେ ଖାଦ୍ୟ ଯୋଗାଇଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଶା ପର୍ଯ୍ୟଟନ ଓ ss consortium ଗ୍ରୁପ ସହଭାଗିତାରେ ଆରମ୍ଭ ହୋଇଥିବା ଶୀତତାପ ନିୟନ୍ତ୍ରିତ ଏହି ଅତ୍ୟାଧୁନିକ ଫୁଡ୍ କୋର୍ଟ ଉଦ୍ଘାଟନ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵିନୀ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ହୋଟେଲ ଆସୋସିଏସନ୍ ସଭାପତି ରାମକୃଷ୍ଣ ଦାସ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କୈଳାସ ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଯୋଗଦେଇଥିଲେ।
ଏହି ଫୁଡ୍ କୋର୍ଟ ଭିବ୍ରାନ୍ସ ଗୋଟିଏ ଛାତ ତଳେ ବେଙ୍ଗଲୀ ଖାଦ୍ୟକୁ ନେଇ ହାୱଡା ଏକ୍ସପ୍ରେସ, ଦକ୍ଷିଣ ଭାରତୀୟ ଖାଦ୍ୟକୁ ନେଇ ଚେନ୍ନାଇ ଏକ୍ସପ୍ରେସ, କଣ୍ଟିନେଣ୍ଟାଲ ଖାଦ୍ୟକୁ ନେଇ ୟୁରୋଷ୍ଟାର ଏକ୍ସପ୍ରେସ, ଚାଇନିଜ ଖାଦ୍ୟକୁ ନେଇ ଓରିଏଣ୍ଟ ଏକ୍ସପ୍ରେସ, ଭାରତୀୟ ଖାଦ୍ୟକୁ ନେଇ ହିମ୍ ସାଗର ଏକ୍ସପ୍ରେସ ଖୋଲାଯାଇଛି । ଏକକାଳୀନ ୩୦୦ ପର୍ଯ୍ୟଟକ ସେମାନଙ୍କ ରୁଚି ମୁତାବକ ଖାଦ୍ୟର ମଜା ନେଇପାରିବେ। ଓଡ଼ିଆ ଓ ବଙ୍ଗାଳି ପର୍ଯ୍ୟଟକଙ୍କ ପାଇଁ ଦେଶୀ ଖାଦ୍ୟ ତଥା ତୀର୍ଥଯାତ୍ରୀଙ୍କ ପାଇଁ ବିନା ପିଆଜ ଓ ରସୁଣରେ ଶୁଦ୍ଧ ଶାକାହାରୀ ଖାଦ୍ୟ ପରିବେଷଣ ଯୋଜନା ରହିଛି। ଦଶ ହଜାର ବର୍ଗ କ୍ଷେତ୍ର ପରିମିତ ଅଞ୍ଚଳକୁ ଜନସାଧାରଣଙ୍କ ଅବସର ବିନୋଦନ ନିମନ୍ତେ ଲ୍ୟାଣ୍ଡ ସ୍କେପିଂ ବ୍ୟବସ୍ଥା କରାଯାଇଛି। ପ୍ରକଳ୍ପ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଅତିଥିଙ୍କ ପାଇଁ ରୁମର ମଧ୍ୟ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନେ ରୁମରୁ ସମୁଦ୍ର ଓ ଲ୍ୟାଣ୍ଡ ସ୍କେପିଂର ଦୃଶ୍ୟ ଉପଭୋଗ କରିପାରିବେ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।