ବାଲିଆପାଳରେ ଦେଶର ସର୍ବବୃହତ୍ ଫ୍ୟାଶନ ଡେଷ୍ଟିନେସନ ‘ଟ୍ରେଣ୍ଡ୍‌ସ’ର ଶୁଭାରମ୍ଭ

ରିଲାଏନ୍ସ ରିଟେଲ୍‌ର ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାଲିଆପାଳ ସହରରେ ଖୋଲିଛି ।

ବାଲିଆପାଳରେ ଦେଶର ସର୍ବବୃହତ୍ ଫ୍ୟାଶନ ଡେଷ୍ଟିନେସନ ‘ଟ୍ରେଣ୍ଡ୍‌ସ’ର ଶୁଭାରମ୍ଭ

ବାଲିଆପାଳରେ ଦେଶର ସର୍ବବୃହତ୍ ଫ୍ୟାଶନ ଡେଷ୍ଟିନେସନ ‘ଟ୍ରେଣ୍ଡ୍‌ସ’ର ଶୁଭାରମ୍ଭ

  • News18 Odia
  • Last Updated :
  • Baleshwar, India
  • Share this:
News 18 Odia Digital

ବାଲେଶ୍ୱର/ଭୁବନେଶ୍ୱର: ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରିଲାଏନ୍ସ ରିଟେଲ୍‌ (Reliance retail)ର ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ଓଡ଼ିଶାର ବାଲେଶ୍ୱର (balesore) ଜିଲ୍ଲା ଅନ୍ତର୍ଗତ ବାଲିଆପାଳ ସହରରେ ଖୋଲିଛି ।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାଶନ କ୍ଷେତ୍ରକୁ ଲୋକାଭିମୁଖି କରି ଫ୍ୟାଶନରେ ଗଣତନ୍ତ୍ରର ବିକାଶ କରିଛି । ଏହା ଭାରତର ଗ୍ରାହକଙ୍କ ସହ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାଶନ ଶପିଂ ଡେଷ୍ଟିନେସନ ପାଲଟିଛି ।

ବାଲିଆପାଳ ସହରର ନୂଆ ଟ୍ରେଣ୍ଡ୍‌ସ ଷ୍ଟୋରରେ ମଡର୍ଣ୍ଣ ଲୁକ୍ ସହିତ ଉନ୍ନତ ପରିବେଶ ରହିଛି । ଏଥିସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାଶନ (fashion) ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଉକ୍ତ ଷ୍ଟୋରକୁ ଅଧିକ ଆକର୍ଷଣୀୟ କରି ତୋଳିଛି । ସ୍ଥାନୀୟ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡ୍‌ସ ୱିୟର ଏବଂ ଫ୍ୟାଶନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଚମତ୍କାର କିଣାକିଣି ଅନୁଭୂତି ସହିତ ଏହି ଷ୍ଟୋରରେ ପାଇପାରିବେ ।

୭ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ଖୋଲିଥିବା ଏହି ଷ୍ଟୋର (store) ବାଲିଆପାଳ ସହରର ପ୍ରଥମ । ଏଠାରେ ପ୍ରାରମ୍ଭିକ ଅଫର ଭାବେ ଗ୍ରାହକଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର (offer) ରହିଛି । ୩୯୯୯ ଟଙ୍କାର ସାମଗ୍ରୀ କିଣିଲେ ୨୪୯ ଟଙ୍କା ଦେଇ ଆକର୍ଷଣୀୟ ଉପହାର ପାଇପାରିବେ । କେବଳ ସେତିକି ନୁହେଁ, ୩୯୯୯ ଟଙ୍କାର କିଣାକିଣି କରିଲେ ୨୦୦୦ ଟଙ୍କା ମୂଲ୍ୟର କୁପନ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ ।

ତେଣୁ ବାଲିଆପାଳରେ ଖୋଲିଥିବା ସ୍ୱତନ୍ତ୍ର ଟ୍ରେଣ୍ଡ୍‌ସ ଷ୍ଟୋରକୁ ଗ୍ରାହକମାନେ ଆସି ଫେସନ ସାମଗ୍ରୀ ସପିଂର ଅନୁଭୂତି ଓ ଆନନ୍ଦ ନେଇପାରିବେ ।

ଏହି ଖବର ପଢ଼ନ୍ତୁ -  କମ୍ ଲାଭରେ FD କରୁଛନ୍ତି କି ? ଏଠାରେ ମିଳୁଛି FD ଠାରୁ ଅଧିକ ଲାଭ !
Published by:Soubhagya Mishra
First published: