ଦୀପାବଳିରେ ସୂର୍ଯ୍ୟ ପରାଗ; ଜାଣନ୍ତୁ ଶ୍ରୀମନ୍ଦିରର ନୀତିକାନ୍ତି ଓ ପୂଜା ବିଷୟରେ

ସୂର୍ଯ୍ୟ ପରାଗ ଦିନ ଗ୍ରହଣ ସ୍ପର୍ଶ ହେଲେ ଶ୍ରୀମନ୍ଦିରରେ ଦେବପୂଜା ଆରମ୍ଭ ହେବ ବୋଲି କହିଛନ୍ତି ବରିଷ୍ଠ ସେବାୟତ ଶ୍ରୀମନ୍ଦିର ପରିଚାଳନା କମିଟି ସଦଶ୍ୟ ମାଧବ ପୂଜାପଣ୍ଡା।

ଜାଣନ୍ତୁ ଶ୍ରୀମନ୍ଦିରର ନୀତିକାନ୍ତି ଓ ପୂଜା ବିଷୟରେ

ଜାଣନ୍ତୁ ଶ୍ରୀମନ୍ଦିରର ନୀତିକାନ୍ତି ଓ ପୂଜା ବିଷୟରେ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପୁରୀ: ଚଳିତ ମାସ ୨୫ ତାରିଖରେ ଅମାବାସ୍ୟାରେ ପଡୁଛି କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟ ପରାଗ। ସେ ନେଇ ସୋମବାର ଅର୍ଥାତ ଅକ୍ଟୋବର ୨୪ ରାତ୍ରି ୪.୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ। ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬.୨୬ ମିନିଟରେ।

ସେହିପରି ଶ୍ରୀମନ୍ଦିରରେ ମଙ୍ଗଳବାର ଅର୍ଥାତ୍ ଅକ୍ଟୋ୍ବର ୨୫ରେ ସୂର୍ଯ୍ୟ ପରାଗ ଦିନ ରାତ୍ର ୧୨ଟାରେ ଦ୍ୱାର ଫିଟା। ୨.୩୦ଟାରୁ ୩ଟା ଭିତରେ ସକାଳ ଧୂପ, ୪ଟାରେ ବାଳଧୂପ, ୪.୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ। ପୁଣି ଭୋଗ ମଣ୍ଡପ ସରିବା ପରେ ରାଧା ଦାମୋଦର ବେଶ ମଇଲମ ହୋଇ ଅପରାହ୍ନ ୪.୫୬ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ନିତୀ ବଢ଼ିବା ପରେ ଅନ୍ୟାନ୍ୟ ନୀତି ବଢ଼ିବ। ସେପଟେ ନଭେମ୍ବର ୮ରେ ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି।

ଏ ନେଇ ଦିନ ୨.୩୮ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ପରେ ଗ୍ରହଣ ଭୋଗ ନୀତି ପରେ ଅନ୍ୟାନ୍ୟ ନୀତି ହେବ। ସକାଳ ୮.୨୯ ମିନିଟରୁ ପାକ ତ୍ୟାଗ , ଦେବନୀତି ନିଷେଧ। ଗ୍ରହଣ ସର୍ବମୋକ୍ଷ ହେବ ସନ୍ଧ୍ୟା ୬.୧୮ ମିନିଟ ୪୭ ସେକେଣ୍ଡରେ ହେବ। ସକାଳ ଧୂପ ଭୋଗମଣ୍ଡପ ପରେ ମଇଲମ ହୋଇ ୭.୪୦ରେ ନୀତି ବନ୍ଦ ରହିବ।

ଆଉ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋର ୩ଟାରୁ ରାଜ ରାଜେଶ୍ୱର ବେଶ ହୋଇ ସକାଳ ଧୂପ ଓ ଭୋଗ ମଣ୍ଡପ ସାରି ନୀତି ବନ୍ଦ ରହିବ। ତେବେ କାର୍ତ୍ତିକ ଚର୍ତୁଦର୍ଶୀ ସୋମବାର ପଡ଼ୁଥିବାରୁ ଅମାବାସ୍ୟା ପୂର୍ବଦିନ ହେବ ପୟା ଶ୍ରାଦ୍ଧ, ଦୀପଦାନ, କାଳିପୂଜା, ବାଣଫୁଟା, କାଉଁରିଆ କାଠି ଜାଳି ଆଦି କରାଯିବ। ତେଣୁ ଦୀପାବଳି ରାତ୍ରିକ ଅମାବାସ୍ୟା ନେଇ ଅକ୍ଟୋବର ୨୪ରେ ପାଳନ କରାଯିବ। ତେବେ ନୀତି ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ସହ ଆଲୋଚନା କରାଯାଇଛି।
Published by:Lipina Das
First published: