ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାଲେଶ୍ୱରରେ ବିଲଡର୍ ରମେଶ ବେହେରାଙ୍କ ହତ୍ୟା ପଛରେ ଥାଇ ପାରେ ଜମି ବିବାଦ ବା ଦାଦା ବଟି

ବାଲେଶ୍ୱରରେ ବିଲଡର୍ ରମେଶ ବେହେରାଙ୍କ ହତ୍ୟା ପଛରେ ଥାଇ ପାରେ ଜମି ବିବାଦ ବା ଦାଦା ବଟି

ସନ୍ଧ୍ୟା ବେଳେ ରମେଶ ବେହେରାଙ୍କୁ କିଛି ଲୋକ ଜାଗା କିଣିବା କଥା କହି ଡାକିଥିଲେ । ହେଲେ ପୂର୍ବରୁ ହତ୍ୟାର ଯୋଜନା କରିଥିବା ଦୁର୍ବୃତ୍ତ ଅତି ନିର୍ମମ ଭାବରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ ।

ବାଲେଶ୍ୱରରେ ବିଲଡର୍ ରମେଶ ବେହେରାଙ୍କ ହତ୍ୟା ପଛରେ ଥାଇ ପାରେ ଜମି ବିବାଦ ବା ଦାଦା ବଟି
ହତ୍ୟା ସ୍ଥାନରେ ସ୍ନିଫର୍ କୁକୁର ଧରି ତଦନ୍ କରୁଛନ୍ତି ଜଣେ ପୋଲିସ ଅଧିକାରୀ ।
  • News18 Odia
  • Last Updated: August 29, 2021, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ସହରର ଜଣାଶୁଣା ରିଏଲ୍‌ ଇଷ୍ଟେଟ୍‌ ବ୍ୟବସାୟୀ ରମେଶ ବେହେରା ଓରଫ ନୁନୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ହତ୍ୟା ପଛରେ ଜମିଜମା ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ରହିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସାମନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ ରମେଶଙ୍କ ସତ୍ୟମ୍‌ ଡେଭେଲପର୍ସ ନାମକ ରିଏଲ୍‌ ଇଷ୍ଟେଟ୍‌ ସଂସ୍ଥାରେ କିଛି ଟଙ୍କା ନେଣ ଦେଣ ଓ ଜମିଜମା ନେଇ ବିବାଦ ରହିଥିଲା । ଏ ନେଇ ଶନିବାର ସନ୍ଧ୍ୟା ପାଖାପାଖି ସାଢ଼େ ୬ଟା ବେଳେ ତାଙ୍କୁ କିଛି ଲୋକ ଜାଗା କିଣିବା କଥା କହି ସେହି କଲୋନୀକୁ ଡାକିଥିଲେ । ଫୋନ୍‌ କଲ ପାଇ ନିଜ ସ୍କୁଟିରେ ରମେଶ ସେଠାକୁ ଯାଇଥିଲେ । ହେଲେ ପୂର୍ବରୁ ହତ୍ୟାର ଯୋଜନା କରିଥିବା ଦୁର୍ବୃତ୍ତ ଅତି ନିର୍ମମ ଭାବରେ ରମେଶଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ । ତାଙ୍କ ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ ଏକାଧିକ ଥର ଚୋଟ ମାରିଥିଲେ ଅପରାଧୀମାନେ । ରବିବାର ଦିନ ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ ।

ଏହା ବି ପଢ଼ନ୍ତୁ | ପତ୍ନୀଙ୍କ ଇଚ୍ଛା ବିରୋଧରେ ସ୍ୱାମୀ ତାଙ୍କ ସହ Sex କରିବା ବଳାତ୍କାର ନୁହେଁ: ଛତିଶଗଡ଼ ହାଇ କୋର୍ଟ

ପ୍ରକୃତରେ ରମେଶଙ୍କୁ କିଛି ଲୋକ ଜାଗା କିଣିବା ପାଇଁ ଦେଖିବେ ବୋଲି କହି ଡାକିଥିଲେ ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ତାହା ସ୍ପଷ୍ଟ ହୋଇପାରିନି। ରମେଶଙ୍କ ସହିତ ସହଯୋଗୀ ଭାବରେ କାର୍ଯ୍ୟ କରୁଥିବା କେହି ଏହି ହତ୍ୟାକାଣ୍ଡ ଭିଆଇଛନ୍ତି କି ବୋଲି ମଧ୍ୟ କିଛି ଲୋକ ପ୍ରଶ୍ନ କରିଛନ୍ତି । ପୁଣି ଦାଦା ବଟି ପାଇଁ ଏହି ହତ୍ୟା ହୋଇଥାଇ ପାରେ ବୋଲି ମଧ୍ୟ କୁହାଯାଉଛି ।

ହତ୍ୟା ସ୍ଥାନରେ ପ୍ରମାଣ ସଂଗ୍ରହ କରୁଛି ଏକ ପୋଲିସ ଟିମ୍ ।


‘‘ଜମିଜମା ବିବାଦକୁ ନେଇ ମୋ’ ଭାଇକୁ ହତ୍ୟା କରାଯାଇଛି । ଆମେ କିଛି ଲୋକଙ୍କ ଉପରେ ସନ୍ଦେହ କରୁଛୁ । ସେ ନେଇ ପୋଲିସକୁ ସୂଚନା ଦେଇଛୁ । ଭାଇର ବିଭିନ୍ନ ସ୍ଥାନରେ ଜମିଜମା ବିକ୍ରି ଓ କିଣିବା କାର୍ଯ୍ୟ ରହିଥିବାରୁ ସେ ନେଇ ହୁଏତ କିଛି ଟଙ୍କା ପାଇଁ ପାଟିତୁଣ୍ଡ ହୋଇ ଏପରି ହୋଇଥାଇ ପାରେ । ତାଙ୍କୁ ଅତି ନିକଟରୁ ଜାଣିଥିବା ଲୋକ ଏପରି କରିଥିବା ଆମର ସନ୍ଦେହ,’’ କହିଛନ୍ତି ମୃତ ରମେଶଙ୍କ ଭାଇ ଉମେଶ ବେହେରା ।

ଏହା ବି ପଢ଼ନ୍ତୁ | କାବୁଲ ଏୟାରପୋର୍ଟ ବାହାରେ ଲଗାତର ୨ଟି ବିସ୍ଫୋରଣ ହେଲା; ଶିଶୁମାନଙ୍କ ସମେତ ୧୮ ମୃତ; ୧୫ ଆହତ

ସ୍ଥାନୀୟ ବାସିନ୍ଦା ପୁରୁଷୋତ୍ତମ ରାଜ କହିଛନ୍ତି ଯେ ଶନିବାର ରାତି ପ୍ରାୟ ଆଠଟା ସମୟରେ ସେ ରମେଶଙ୍କ ଗାଡ଼ି ରାସ୍ତାରେ ଛିଡ଼ା ହୋଇଥିବା ଓ ତାଙ୍କ ଶରୀର ଗାଡ଼ି ପାଖରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ‘‘ଏ ନେଇ ଆମେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲୁ । ରମେଶ ସାରଙ୍କ ପାଖରେ ମୁଁ ୧୦ ବର୍ଷ କାର୍ଯ୍ୟ କରିଛି । ସେ ଭାରି ଭଲ ଲୋକ । ଜମି ପାଇଁ ତାଙ୍କୁ ହତ୍ୟା କରାଯାଇଛି ବା ଦାଦା ବଟି ଏହା ପଛର କାରଣ ତାହା ପୋଲିସ ତଦନ୍ତରୁ ସ୍ପଷ୍ଟ ହେବ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Dog Day: ମଲାଇକା ଅରୋଡ଼ାଙ୍କଠାରୁ ଅମିତାଭ ବଚ୍ଚନ ପର୍ଯ୍ୟନ୍ତ, ଏମାନେ ବଲିଉଡର ବଡ଼ କୁକୁର ପ୍ରେମୀ

ଏହି ହତ୍ୟା ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଶିଳ୍ପାଞ୍ଚଳ ପୋଲିସ । ରାତି ତମାମ ଶବକୁ ଜଗି ରହିବା ପରେ ସକାଳେ ଏକ ମାମଲା (୧୩୬/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ରବିବାର ସକାଳେ ଘଟଣା ସ୍ଥଳରେ ପହଞ୍ଚିଥିଲା ସାଇଣ୍ଟିଫିକ୍‌ ଟିମ । ତନ୍ନ ତନ୍ନ କରି ଯାଞ୍ଚ କରିବା ସହିତ ପ୍ରମାଣ ସଂଗ୍ରହ କରିବାରେ ଲାଗିପଡି଼ଥିଲା । ହତ୍ୟାରେ ବ୍ୟବହାର ହୋଇଥିବା ଅସ୍ତ୍ର ପାଇଁ ସନ୍ଧାନୀ କୁକୁରର ମଧ୍ୟ ସାହାଯ୍ୟ ନେଇଥିଲା ପୋଲିସ ।

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି ଏହି ଜଜ୍

ମିଳିଥିବା ସୂଚନା ଅନୁସାରେ ପୋଲିସ ଦୁଇଟି ପ୍ଲାଷ୍ଟିକ୍‌ ପାଇପ୍‌ ଓ କିଛି କାଗଜପତ୍ର ଘଟଣା ସ୍ଥଳରୁ ପାଇଛି । ଏବେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏହି ନିର୍ମମ ହତ୍ୟା ପରେ ଲୋକେ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ଦୋଷୀମାନଙ୍କୁ ଧରିବାକୁ ଦାବି କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଘର ଉପରେ ଖସି ପଡ଼ିଲା ବାୟୁ ସେନାର ମିଗ୍୨୧ ଫାଇଟର୍ଜେଟ୍‌; ଜଳିଗଲା ବିମାନ ସହ ଘର

‘‘ଜଣକୁ ଏତେ ନିର୍ମମ ଭାବରେ ହତ୍ୟା କରିବା ଅତି ଦୁଃଖର ବିଷୟ । ରେମୁଣା ଅଚ୍ୟୁତପୁର-ଗଣେଶ୍ୱରପୁର ରାସ୍ତା ଏବେ ଅପରାଧୀଙ୍କ ଚରା ଭୂଇଁ ପାଲଟିଛି । ଡ୍ରଗ୍ସ ଓ ମଦ ପ୍ରତି ସନ୍ଧ୍ୟାରେ ଏଠାରେ ସେବନ କରାଯାଉଛି । ପୋଲିସ ଆଇନଶୃଙ୍ଖଳା ନେଇ ଅଧିକ ସକ୍ରିୟ ହେବାର ଆବଶ୍ୟକତା ରହିଛି,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ରବି ନାରାୟଣ ପତି ।

ଏହା ବି ପଢ଼ନ୍ତୁ | CMଙ୍କୁ ଚାପୁଡ଼ା ମାରିବେ କହି କେନ୍ଦ୍ର ମନ୍ତ୍ରୀ ଗିରଫ: ‘‘ନାରାୟଣ ରାଣେ ଠିକ୍ ଭାବେ କଥା କହିବା ଶିଖିବା ଉଚିତ’’

ଶିଳ୍ପାଞ୍ଚଳ ଥାନା ଅଧିକାରୀ ମିନତୀ ବିଶ୍ୱାଳ କହିଛନ୍ତି ଯେ ଏହି ହତ୍ୟାକାଣ୍ଡ ପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ‘‘ସାଇଣ୍ଟିଫିକ ଟିମ ସାହାଯ୍ୟରେ ଆମେ ତଦନ୍ତ ଚଳାଇଛୁ । ଶୀଘ୍ର ସମ୍ପୃକ୍ତ ଅପରାଧୀମାନଙ୍କୁ ଆମେ ନିଜ ହେପାଜତକୁ ନେବୁ । ଦୁଇ ଜଣଙ୍କୁ ଆମେ ଥାନାକୁ ଆଣି ପଚରାଉଚରା ଜାରି ରଖିଛୁ,’’ ସେ କହିଛନ୍ତି ।



ବାଲେଶ୍ୱରରେ ପୁଣି ଅପରାଧୀମାନେ ସକ୍ରିୟ ହେଉଥିବା ଓ ଏବେ ରେମୁଣା ଅଞ୍ଚଳରେ ଦାଦା ବଟି ଆଦାୟ ବୃଦ୍ଧି ପାଉଥିବା ଦେଖି ବିଭିନ୍ନ ବ୍ୟବସାୟୀ ସଂସ୍ଥା ପକ୍ଷରୁ ଉଦବେଗ ପ୍ରକାଶ ପାଇଛି ।
Published by: Anand S.T. Das
First published: August 29, 2021, 11:53 PM IST