କରୋନା କଟକଣା ମଧ୍ୟରେ ଢେଙ୍କାନାଳରେ ଆରମ୍ଭ ହେଲା ଧନର ଦେବୀ ଗଜଲକ୍ଷ୍ମୀଙ୍କ ପୂଜା ସମାରୋହ

ଢେଙ୍କାନାଳରେ ୧୧ ଦିନ ଧରି ପାଳିତ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜାରେ କରୋନା ସମ୍ପର୍କିତ ସବୁ କଟକଣାକୁ ପାଳନ କରିବାକୁ ପୂଜା କମିଟିଗୁଡ଼ିକୁ କୁହାଯାଇଛି । ଏଥିରେ ଅବହେଳାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ଜିଲ୍ଲାପାଳ ।

କରୋନା କଟକଣା ମଧ୍ୟରେ ଢେଙ୍କାନାଳରେ ଆରମ୍ଭ ହେଲା ଧନର ଦେବୀ ଗଜଲକ୍ଷ୍ମୀଙ୍କ ପୂଜା ସମାରୋହ
ଢେଙ୍କାନାଳରେ ଗଣେଶ ବଜାର ପୂଜା ମଣ୍ଡପରେ ବିରାଜିତା ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି
  • News18 Odia
  • Last Updated: October 31, 2020, 7:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଆଶିଷ ରଞ୍ଜନ ଶତପଥୀ | News18 Odia Digital

ଢେଙ୍କାନାଳ: କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ଢେଙ୍କାନାଳର ବିଶ୍ୱପ୍ରସିଦ୍ଧ ଗଜଲକ୍ଷ୍ମୀ ପୁଜା । ଏଗାର ଦିନ ଧରି ନିରାଡମ୍ବର ଭାବେ ଢେଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ ମା’ଙ୍କ ପୁଜା କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଗଜଲକ୍ଷ୍ମୀ ପୁଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଢେଙ୍କାନାଳ ସହରରେ ଏ ବର୍ଷ କରୋନା ସଂକ୍ରମଣ ସତ୍ତ୍ୱେ ୧୧ ଦିନ ଧରି ପୂଜା କରିବା ପାଇଁ ପ୍ରଶାସନ ଅନୁମତି ଦେଇଥିଲେ ବି ଅନେକ ସର୍ତ୍ତ ଲାଗୁ କରାଯାଇଛି । ଏ ଥର ପୂଜା ନିରାଡମ୍ବର ଭାବେ କେବଳ ବିଧିରକ୍ଷା ପାଇଁ ପାଳନ କରାଯାଉଛି ।

ଏହା ବି ପଢ଼ନ୍ତୁବିହାର ନିର୍ବାଚନ ପ୍ରଚାରରୁ ଫେରି ଅଭିନେତ୍ରୀ ଅମିଶା ପଟେଲ କହିଲେ, ‘‘ସେଠି ମୋର ରେପ୍ ହୋଇଯାଇଥାନ୍ତା’’

ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି । ସଂକ୍ରମଣ କିଭଳି ନ ବ୍ୟାପିବ ସେଥି ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସବୁ ପୂଜା ମଣ୍ଡପର କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରାଯାଇଛି ।

ସବୁ ପୂଜା ମଣ୍ଡପରେ ପୋଲିସ ମୁତୟନ ହୋଇଛନ୍ତି ।


ଧରା ପୃଷ୍ଠରେ ଧନଲକ୍ଷ୍ମୀଙ୍କୁ ଆବାହନ କରିବା ପାଇଁ ଢେଙ୍କାନାଳ ବାସୀ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଶୁକ୍ରବାର ଅପରାହ୍ଣରେ ମା’ଙ୍କ ଘଟ ପୂଜା ପାଇଁ ସମସ୍ତ ଲକ୍ଷ୍ମୀପୁଜା ମଣ୍ଡପର ସାତ ଜଣ ଲେଖାଏଁ କର୍ମକର୍ତ୍ତା ବ୍ରାହ୍ମଣୀ ନଦୀ ପଠାରୁ ଘଟ ପୂଜା କରି ସାରିବା ପରେ କଳସ ଯାତ୍ରା କରାଯାଇ ମଣ୍ଡପକୁ ଘଟ ବିଜେ କରାଯାଇଥିଲା । ସନ୍ଧ୍ୟା ସାତଟା ପରେ ଦେବୀ ମଣ୍ଡଳ ଚକ୍ଷୁଦାନ, ହବନ ଓ ପୂଜା ବିଧି ସରିବା ପରେ ପୁଷ୍ପାଞ୍ଜଳି ଦିଆଯାଇଥିଲା ।

ଏହା ବି ପଢ଼ନ୍ତୁ ଏହି ନେତାଙ୍କୁ ଗୁରୁ ମାନୁଥିଲେ ନରେନ୍ଦ୍ର ମୋଦୀ, ନିର୍ବାଚନ ଜିତିବା ପରେ ତାଙ୍କ ଆଶିର୍ବାଦ ନେଉଥିଲେ, ମିଠା ଖୁଆଉଥିଲେ

ରାଜ୍ୟ ସରକାରଙ୍କ ଦ୍ୱାରା ଚଳିତ ବର୍ଷର କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଣୀତ ପର୍ବ ପାଳନ ଆଇନକୁ ୩୮ଟି ପୂଜା ମଣ୍ଡପର କର୍ମକର୍ତ୍ତା କିଭଳି ଗୁରୁତ୍ୱର ସହିତ ନେବେ ସେଥି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସବୁ ପୂଜା ମଣ୍ଡପର ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ କୋଭିଡ କଟକଣା ଭିତରେ ପୂଜା ପାଳନ ଉପରେ ଆଲୋଚନା କରାଯାଇଥିଲା ।

କରୋନା ନିୟମ ପାଳନରେ ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ।


‘‘ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା କରୋନା ସମ୍ପର୍କୀୟ କଟକଣାଗୁଡ଼ିକୁ ପାଳନ କରିବାକୁ ସବୁ ପୂଜା କମିଟିକୁ ଅନୁରୋଧ କରାଯାଇଛି । ମିଳିତ ବଜାର କମିଟିର ସମ୍ମତି କ୍ରମେ ସବୁ ଗାଇଡଲାଇନ ମାନି ପୁଜା କରିବାକୁ ସେମାନେ ପ୍ରସ୍ତୁତ ଥିବା କହିଛନ୍ତି । କରୋନା କଟକଣାରେ ଅବହେଳା ପ୍ରଶାସନ ବରଦାସ୍ତ କରିବ ନାହିଁ,’’ କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ।

ମିଳିତ ବଜାର କମିଟି ସଭାପତି ବିଶ୍ୱନାଥ ବେହେରା କହିଛନ୍ତି ଯେ ପୂଜା ଗାଇଡଲାଇନ ଅନୁସାରେ ଲକ୍ଷ୍ମୀ ପୁଜା ପେଣ୍ଡାଲରେ ସର୍ବସାଧାରଣ ଦର୍ଶନ ନିଷେଧ କରାଯାଇଛି । କୌଣସି ଆଡମ୍ବରପୂର୍ଣ୍ଣ ସାଜସଜ୍ଜାକୁ ବି ନିଷେଧ କରାଯାଇଛି । ପୂଜା ମଣ୍ଡପକୁ ଚାରି ପଟୁ ଆବଦ୍ଧ ରଖାଯିବ । ମୃଣ୍ମୟୀ ମୂର୍ତ୍ତିଙ୍କର ଉଚ୍ଚତା ଚାରି ଫୁଟ ରଖାଯାଇଛି ।

ଏହା ବି ପଢ଼ନ୍ତୁ | Jio ଧାଁସୁ ପ୍ଲାନ୍! ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ୨୪ GB ଡାଟା, ମାଗଣା କଲିଂ ଅନେକ ସୁବିଧା ପାଆନ୍ତୁ

‘‘ମାଇକ୍‌ ବ୍ୟବସ୍ଥା ଉପରେ ବି କଟକଣା ଲାଗୁ କରାଯାଇଛି । ପୂଜା ମଣ୍ଡପରେ ପୂଜକଙ୍କୁ ମିଶାଇ ମାତ୍ର ସାତ ଜଣ କର୍ମକର୍ତ୍ତା ରହିବେ । ସେମାନଙ୍କର କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ନଭେମ୍ବର ୮ ତାରିଖରେ ମା’ଙ୍କୁ ବିସର୍ଜନ କରାଯିବ । ନଅ ତାରିଖ ଦିନ ସକାଳ ୬ଟାରୁ ବିନା ବାଜା ଓ ବାଣରେ ସକାଳ ୧୧ଟା ମଧ୍ୟରେ ସହରର ମୋ’ଟ ଛଅଟି ପୁଷ୍କରିଣୀରେ ମା’ଙ୍କୁ ଭଷାଣି କରାଯିବ,’’ କହିଛନ୍ତି ବିଶ୍ୱନାଥ ବେହେରା ।



୭୬ ବର୍ଷ ହେବ ଢେଙ୍କାନାଳରେ ନିରବିଚ୍ଛିନ୍ନ ଭାବରେ ଗଜଲକ୍ଷ୍ମୀ ପୂଜା ପାଳିତ ହୋଇ ଆସୁଛି । ୨୦୧୮ ମସିହାରେ ମଉଡ଼ମଣି ବଜାର ଭାବେ ଖ୍ୟାତି ଅର୍ଜନ କରିଥିବା ମୀନାବଜାର ପୂଜା ମଣ୍ଡପ ତା’ର ପ୍ଲାଟିନମ୍‌ ଜୁବଲୀ ପାଳନ କରି ସାରିଥିବା ବେଳେ ୨୦୧୯ରେ ଜବାହାର ଚୌକ ପୂଜା ପ୍ରତିଷ୍ଠାନ ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍‌ ଜୁବଲୀ ଅତି ଆଡମ୍ବରରେ ପାଳନ କରିଥିଲା ।
Published by: Anand Shankar Thankur Das
First published: October 31, 2020, 7:01 PM IST
corona virus btn
corona virus btn
Loading