ରୂପଚର୍ଯ୍ୟା ଦୁନିଆରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରର ଭବାନୀ ମଲରେ ଖୋଲିଲା 'ଲାକମୀ ଏକାଡ଼େମୀ' ।
News18 Odia Digital
ଭୁବନେଶ୍ୱର: ରୂପଚର୍ଯ୍ୟା ଦୁନିଆରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର । ଏବେ ହାତ ପାଆନ୍ତାରେ ମିଳିବ ବିଶ୍ବସ୍ତରୀୟ ସୁଯୋଗ। ଭୁବନେଶ୍ୱରର ଭବାନୀ ମଲ୍ରେ ଖୋଲିଲା 'ଲାକମୀ ଏକାଡ଼େମୀ' । ଦେଶର ଫେଭୋରାଇଟ ଫ୍ୟାଶନ ବ୍ରାଣ୍ଡ ଲାକମୀର ଭୁବନେଶ୍ୱରରେ ଏହା ହେଉଛି ପ୍ରଥମ ପ୍ରଶିକ୍ଷଣ ଅନୁଷ୍ଠାନ ଓ ଦେଶରେ ୧୫୧ ତମ କେନ୍ଦ୍ର। ଛାତ୍ରଛାତ୍ରୀଙ୍କ କ୍ୟାରିୟର ପାଇଁ ମିଳିବ ନିୟମିତ ପ୍ରାକ୍ଟିକାଲ ସୁଯୋଗ, ଯାହା ଛାତ୍ରଛାତ୍ରୀଙ୍କୁ କ୍ୟାରିୟରରେ ଆଗକୁ ବଢ଼ିବାରେ ସହଯୋଗ କରିବ ।
ସଂସ୍ଥାର ପୂର୍ବ ଭାରତ ଆଞ୍ଚଳିକ ପରିଚାଳନା ମୁଖ୍ୟ ଶୁଭାଶିଷ ମହାପାତ୍ର କହିଛନ୍ତି,"ଲାକ୍ମୀ ଏକାଡ଼େମୀ ହେଉଛି ଏକ ବ୍ୟୁୟୁଟି ୱେଲନେସ ତାଲିମ କେନ୍ଦ୍ର । ଏଠାରେ କେବଳ ଯେ ରୂପଚର୍ଯ୍ୟ। ଉପରେ ତାଲିମ ଦିଆଯାଏ ତାହା ନୁହେଁ, ଛାତ୍ରଛାତ୍ରୀ କିଭଳି ବଡ଼ ବଡ଼ କମ୍ପାନୀରେ ଚାକିରୀ ସୁଯୋଗ ପାଇବେ, ଭଲ ଆୟ କରିପାରିବେ ତାହା ଉପରେ ବିଶେଷ ଭାବେ ପ୍ରାଥମିକତା ଦିଆଯାଇଥାଏ। ଏଠାରେ ପିଲାଙ୍କୁ ଶ୍ରେଣୀ ପାଠପଢା ସହ ଉପଯୁକ୍ତ ଭାବେ ପ୍ରାକ୍ଟିକାଲର ତାଲିମ ଦିଆଯାଉଛି"।
ଏହି ସେଣ୍ଟରେ ପିଲାଙ୍କୁ ରୂପଚର୍ଯ୍ୟାର ସାମଗ୍ରିକ ପାଠ୍ୟକ୍ରମ ସହିତ ନିତିଦିନିଆ ଜୀବନରେ ସୌନ୍ଦର୍ଯ୍ୟ, ଚର୍ମ ଓ କେଶର ଯତ୍ନ, କର୍ପୋରେଟ୍ ମେକ୍ଅପ୍, ବ୍ୟକ୍ତିଗତ ଗ୍ରୁମିଙ୍ଗ, ବ୍ରାଇଡ଼ାଲ୍ ମେକ୍ଅପ୍, କ୍ଲାସିକ୍ କଟ୍, କ୍ରିଏଟିଭ୍ କଟ୍, କେଶର ରଙ୍ଗ ଇତ୍ୟିାଦିରେ କୋଚିଂ ବିଷୟ ଉପରେ ବିଶେଷ ପ୍ରଶିକ୍ଷଣ ଦିଆଯାଉଛି। ପିଲାମାନେ କିଭଳି ଅଧିଜ ଦକ୍ଷ ହୋଇପାରିବେ ସେ ନେଇ ଵିଶେଷ ପ୍ରାଥମିକତା ଦିଆଯାଉଛି। ଯେଉଁମାନେ ଏଠାରୁ ଉତ୍ତୀର୍ଣ୍ଣ ହେବେ ସେମାନେ ଚଳଚ୍ଚିତ୍ର ଦୁନିଆ ସହିତ ବ୍ୟୁୟୁଟି ସେଲୁନ୍ ଓ ଟେଲିଭିଜନ ଦୁନିଆରେ ନିଜର ବୃତ୍ତି ଆରମ୍ଭ କରିପାରିବେ । ଏଠାରେ ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ ପାଠ୍ୟକ୍ରମ ଉପଲବ୍ଧ ରହିଛି । ଛାତ୍ରଛାତ୍ରୀ ନିଜର ଆବଶ୍ୟକତା ଅନୁଯାୟୀ ଶିକ୍ଷା ନେଇପାରିବେ । ମୋଟ ଉପରେ ଏହି ଏକାଡେମୀରେ ପାଠ୍ୟକ୍ରମ ସୁଯୋଗ ସହିତ ବିଶେଷ ଭାବରେ ପ୍ରାକ୍ଟିକାଲ କରିବା ପାଇଁ ସୁଯୋଗ ମିଳିବ।
ଭୁବନେଶ୍ୱରରେ ଲାକମୀର ଏହି ଏକାଡେମୀକୁ ନେଇ ଛାତ୍ରଛାତ୍ରୀ ମାନେ ମଧ୍ୟ ବେଶ ଉତ୍ସାହିତ। ଛାତ୍ରୀ ପିଙ୍କି ମହାପାତ୍ର କହିଛନ୍ତି,"କାହା ପାଖରେ କାମ କରିବା ମୋର ଉଦ୍ଦେଶ୍ୟ ନୁହେଁ, ବରଂ ନିଜ ପାଇଁ ନିଜେ କାମ କରିବା ମୋର ଲକ୍ଷ୍ୟ। ଏହାକୁ ପ୍ରାଧାନ୍ୟ ଦେଇ ଲାକମୀ ଏକାଡେମୀରେ ନାମ ଲେଖାଇଛି"।
Published by:Soumya Das
First published: