ଭୁବନେଶ୍ୱର: ₹୧.୨୦ ଲକ୍ଷ ଲାଞ୍ଚ ନେଇ ମହିଳା ତହସିଲଦାର ଭିଜିଲାନ୍ସ ହାତରେ ଧରା ପଡ଼ିଲେ

ଲାଞ୍ଚ ନେବା ବେଳେ ନିଜେ ଯେପରି ଧରା ନ ପଡ଼ିବେ ସେଥି ପାଇଁ ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ନିଜ ଅଫିସର ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କରିଥିଲେ ମୋହରା l ଉଭୟ ଗିରଫ ହୋଇଛନ୍ତି ।

ଭୁବନେଶ୍ୱର: ₹୧.୨୦ ଲକ୍ଷ ଲାଞ୍ଚ ନେଇ ମହିଳା ତହସିଲଦାର ଭିଜିଲାନ୍ସ ହାତରେ ଧରା ପଡ଼ିଲେ
ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲାଞ୍ଚ ନେବା ମହଙ୍ଗା ପଡ଼ିଲା ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କ ପାଇଁ l ଚାଷ ଜମିକୁ ଘର ବାଡ଼ିରେ ପରିବର୍ତ୍ତନ କରିବା ପାଇଁ ଆବଶ୍ୟକ ହେଉଥିବା ଏକ ଅର୍ଡ଼ରକୁ ପାସ କରାଇ ଦେବା ପାଇଁ ସେ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା l ଆଜି ସେ ଧରାପଡିଗଲେ ଭିଜିଲାନ୍ସ ଟିମ ହାତରେ l

ଗୁରୁତ୍ଵପୂର୍ଣ୍ଣ କଥା ହେଲା ଲାଞ୍ଚ ନେବା ବେଳେ ନିଜେ ଯେପରି ଧରା ନ ପଡ଼ିବେ ସେଥି ପାଇଁ ତହସିଲଦାର ରଶ୍ମିରେଖା ପ୍ରଧାନ ନିଜ ଅଫିସର ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କରିଥିଲେ ମୋହରା l ଡାଟା ଏଣ୍ଟ୍ରି ଅପରେଟରଙ୍କ ମାଧ୍ୟମରେ ହେଉଥିଲା ଲାଞ୍ଚ କରିବାର l ଲେଡି ତହସିଲଦାରଙ୍କ ଏହି କାରସାଦିର ଲେଖା ଜୋଖା ପ୍ରମାଣ ଲାଗିଛି ଏବେ ଭିଜିଲାନ୍ସ ଟିମ ହାତରେ l

‘‘ଭୁବନେଶ୍ଵର ଶାସ୍ତ୍ରୀନଗର ବାସିନ୍ଦା କୈଳାଶ ରଥଙ୍କ ୧ ଏକର ୨୨୫ ଡିସିମିଲର ଏକ ଚାଷ ଜମିକୁ ଘର ବାଡ଼ି ଜମିରେ କନଭର୍ଟ କରିବା ପାଇଁ ସେ ବାଲିଅନ୍ତା ତହସିଲ ଅଫିସକୁ ଯାଇଥିଲେ l ହେଲେ ଫାଇଲ ଆଗକୁ ବଢ଼ାଇବା ପାଇଁ ତାଙ୍କୁ ସିଧାସଳଖ ଲାଞ୍ଚ ମଗାଯାଇଥିଲା l ଏପରିକି ନିଜେ ତହସିଲଦାର ରଶ୍ମିରେଖା ମଧ୍ୟ ୧ ଲକ୍ଷ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ l ଏ ନେଇ କୈଳାଶ ସହ ତହସିଲଦାର ମୋବାଇଲରେ କଥାବର୍ତ୍ତl ହୋଇଥିବାର ପ୍ରମାଣ ବି ଅଛି,’’ କହିଛନ୍ତି ଭିଜିଲାନ୍ସ ଦଳରେ ଥିବା ଜଣେ ଅଧିକାରୀ ।

ତହସିଲ ଅଫିସର ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ


ଭିଜିଲାନସ ଡିଭିଜନ ଏସ.ପି. ସାର୍ଥକ ଷଢ଼ଙ୍ଗୀ କହିଛନ୍ତି: ‘‘ତହସିଲଦାର ନିଜେ ଲାଞ୍ଚ ନ ନେଇ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁଙ୍କୁ ମୋହରା କରିଥିଲେ l ଏହାର ପ୍ରମାଣ ଭିଜିଲାନ୍ସ ହାତରେ ଲାଗିଛି l’’

ଗିରଫ ହେବା ପରେ ଉଭୟ ତହସିଲଦାର ରଶ୍ମିରେଖା ପ୍ରଧାନ ଓ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ଵରଙ୍କ ଘର ଓ କାର୍ଯ୍ୟଳୟରେ ଏକକାଳୀନ ଚଢାଉ କରାଯାଇଥିଲା l  ଗିରଫ ହେବା ପରେ ରଶ୍ମିରେଖା କହିଛନ୍ତି ତାଙ୍କର କୌଣସି  ଲାଞ୍ଚ କାରବାରରେ ସମ୍ପୃକ୍ତି ନାହିଁ l ସେ କୈଳାଶ ରଥଙ୍କୁ ଚିହ୍ନନ୍ତି ବି ନାହିଁ ବୋଲି କହିଛନ୍ତି l

ତହସିଲଦାର ରଶ୍ମିରେଖାଙ୍କ ଘର ବାଲେଶ୍ଵର ଜିଲ୍ଲାରେ । ସେ ବାଲିଅନ୍ତାରେ ଗତ ଦୁଇ ବର୍ଷ ହେଲା ତହସିଲଦାର ଥିଲେ l ତେବେ ଏହି ଲାଞ୍ଚ କାରବାରରେ ଆଉ କାହାର ହାତ ରହିଛି କି ନା ନାହିଁ ତା’ର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ ବ୍ୟୁରୋ l

‘‘ମୁଁ ବା ତହସିଲଦାର କୌଣସି ପ୍ରକାର ଲାଞ୍ଚ ନେଇନାହୁଁ l ବରଂ କୈଳାଶ ମଦ ପିଇ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଉଥିବାରୁ ମୋ’ ପାଖରେ ଟଙ୍କା ସେଭିଂ କରିବାକୁ ରଖିଥିଲେ,’’ କହିଛନ୍ତି ଧନେଶ୍ଵର ସାହୁ ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 4, 2020, 7:24 PM IST
corona virus btn
corona virus btn
Loading