ମାଟିରେ ମିଶିଲା ଲେଡି ଡନ୍ ରଞ୍ଜୁ ନାୟକର କଳା ସାମ୍ରାଜ୍ୟ

ନିକଟରେ ଗିରଫ ହୋଇଥିଲା ଲେଡି ଡନ୍‌ ରଞ୍ଜୁ ନାୟକ। ସ୍ବାମୀ ସହ ଜେଲରେ ଥିବା ବେଳେ ଏପଟେ ଅଭିଯୁକ୍ତଙ୍କ ଘରେ ଉପରେ ଚଢ଼ିଛି ବୁଲଡୋଜର। ମାଟିରେ ମିଶିଲା କଳା ସାମ୍ରାଜ୍ୟ।

ମାଟିରେ ମିଶିଲା ଲେଡି ଡନ୍ ରଞ୍ଜୁ ନାୟକର କଳା ସାମ୍ରାଜ୍ୟ

ମାଟିରେ ମିଶିଲା ଲେଡି ଡନ୍ ରଞ୍ଜୁ ନାୟକର କଳା ସାମ୍ରାଜ୍ୟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ଵର: ନିକଟରେ ଗିରଫ ହୋଇଥିଲା ଲେଡି ଡନ୍‌ ରଞ୍ଜୁ ନାୟକ। ଭୁବନେଶ୍ୱର ୟୁନିଟ୍‌-୮ ନାରାୟଣ ବସ୍ତିରେ ବ୍ରାଉନସୁଗର ବେପାରକୁ ନେଇ ପି.ସୁବ୍ରତ ରାଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରଞ୍ଜୁ ନାୟକ ସହ ତାଙ୍କ ସ୍ୱାମୀ କାହ୍ନା ଗିରଫ ହୋଇଥିଲା। ଗଞ୍ଜାମରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ।

ଦୁଇଜଣ ଏବେ ଜେଲରେ। କିନ୍ତୁ ଉଭୟ ସରକାରୀ ଜାଗା ମାଡ଼ି ବସି ବେଆଇନ ଭାବରେ ଘର କରି କରୁଥିଲେ ଧଳା ଜହର କାରବାର। ଆଉ ଏ ଘର ଉପରେ ବୁଲିଛି ବୁଲଡୋଜର। ଆଗରେ ବେପାର ପଛରେ ଆସର। ଆଗରେ ମିଟ ପଛରେ ଡିଲ୍।

ଏହି ଡିଲ୍ ଓ ଆସର ପାଇଁ ପଛ ପଟେ ୪ଟି ରୁମ୍ ଥିଲା। ଆସନ ପଡ଼ିଛି। ହଣ୍ଡା, ହାଣ୍ଡି, ଥାଳି ସହିତ ରୋଷେଇ ସାମଗ୍ରୀ ବି ଅଛି। ନିଶାଡିଙ୍କ ସହିତ ମିଡ଼ିଲ ମ୍ୟାନ ଆସୁଥିଲେ, ଏଇଠି ମଉଜ କରୁଥିଲେ। ଧଳା ଜହରର ବେପାରୀଙ୍କ ପାଇଁ ଏହା ଯେମିତି ନିର୍ଭୟ ଆଶ୍ରୟ ସ୍ଥଳ ଥିଲା। ପରିବେଶ ବି ସେଭଳି। ଆଉ ଏହାର ମାଷ୍ଟରମାଇଣ୍ଡ ଥିଲା ରଞ୍ଜୁ। ଏହି ରଞ୍ଜୁର ଗଡରେ ଶନିବାର ବୁଲିଛି ବୁଲଡୋଜର।

ଆଠ ନମ୍ବର ନାରାୟଣୀ ବସ୍ତିର ଲେଡି ଡନ୍ ରଞ୍ଜୁ ନାୟକ ଘରେ ବୁଲିଛି ବୁଲଡୋଜର। ମାଟିରେ ମିଶିଛି ଲେଡି ଡନର କଳା ସାମ୍ରାଜ୍ୟ। ଏହି ଘର ସାମ୍ନାରେ ହିଁ ଗତ ୧୦ ତାରିଖରେ ନିଶା ତଥା ବଟି ପାଇଁ ସୁବ୍ରତ ରାଓଙ୍କ ହତ୍ୟା କରିଥିଲା ରଞ୍ଜୁ ଓ ତାଙ୍କ ସ୍ଵାମୀ। ଏବେ ଏମାନେ ଦୁଇଜଣ ଜେଲରେ ଥିବା ବେଳେ କ୍ୟାପିଟାଲ ଥାନା ପୋଲିସ ସଦଳବଳେ ପହଞ୍ଚିଥିଲା ରଞ୍ଜୁ ରହୁଥିବା ବସ୍ତିରେ।

ସାଥିରେ ଥିଲା ପୋଲିସ ଫୋର୍ସ ଓ ବିଡ଼ିଏର ଏନଫୋର୍ସମେଣ୍ଟ ଟିମ୍। ଏହା ସହିତ କାଳେ ତା ଘରେ ବିସ୍ଫୋରକ ସାମଗ୍ରୀ ଥିବ ତା'ର ଯାଞ୍ଚ ପାଇଁ ମେଟାଲ ଡିକ୍ଟେଟର ମେସିନ ମଧ୍ୟ ନିଆଯାଇଥିଲା। ବିଦ୍ୟୁତ୍ ସଂଯୋଗ କରାଯିବା ପରେ ମାଟିରେ ମିଶିଥିଲା ଘର। ସ୍ଥାନୀୟ ଲୋକଙ୍କ ଅଭିଯୋଗ କେବଳ ରଞ୍ଜୁ ନୁହେଁ ବାକି ତା'ର ବାପା, ବୋଉ, ଭଉଣୀ ଓ ଭିଣୋଇ ସମସ୍ତେ ଏହି କାରବାରରେ ଲିପ୍ତ ଅଛନ୍ତି। ସମସ୍ତଙ୍କ ଘର ଭଙ୍ଗାଯାଉ। ଏସପି କହିଛନ୍ତି ଆଗକୁ ନିଶା ବେପାରୀଙ୍କ ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ରଞ୍ଜୁଙ୍କ ପରେ ପୋଲିସର ନଜର ପଡ଼ିଥିଲା ଆଉ ଜଣେ ଲେଡି ବେପାରୀଙ୍କ ଘରେ।

ନିଜର ଚାରି ବଖରା ଘର କରି ଆରାମରେ ରହୁଥିବା ବାହାରେ କେବିନ୍ ବି ପକାଇ ଥିଲେ ବଡଗଡ ଅଞ୍ଚଳରେ ଥିବା ମହିସାଖାଲ ବସ୍ତିରେ ଥିବା ଅନ୍ନପୂର୍ଣ୍ଣା ବେହେରା। ଯିଏ କି କିଛି ଦିନ ତଳେ ଧଳା ଜହର ବିକ୍ରି କେସରେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛି। ବଡଗଡ ପୋଲିସ ପହଞ୍ଚି ଅନ୍ନପୂର୍ଣ୍ଣା ଅସ୍ଥାୟୀ କେବିନ୍ ସହିତ ଘର ବି ଭାଙ୍ଗିଛି।

ସେପଟେ ନିଜ ବୋହୂ ଅନ୍ନପୂର୍ଣ୍ଣା ନିର୍ଦ୍ଦୋଷ ବୋଲି କହିଛନ୍ତି ତାଙ୍କ ଶାଶୁ। ପୋଲିସ କହିଛି ପେଶାଦାର ବେପାରୀ ଥିଲେ ଲେଡି ବେହେରା। ବାକିଥିବା ତାଙ୍କ ଘର ଆସନ୍ତା କାଲି ମାଟିରେ ମିଶିବ। ଗୋଟିଏ ପଟେ ବସ୍ତିରେ ପୋଲିସ ଆରମ୍ଭ କରିଛି ପୋଲିସ ମିତ୍ର ଓ ବସ୍ତିକୁ ଚାଲ ଅଭିଯାନ। କିନ୍ତୁ ଏପଟେ ହତ୍ୟା ଓ ନିଶା କାରବାର ଉପରେ ଲାଗି ପାରୁନି ବ୍ରେକ୍।
Published by:Lipina Das
First published: