News18 Odia Digital
ଭୁବନେଶ୍ବର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଯାଞ୍ଚ ହେବ ଅର୍ଚ୍ଚନାଙ୍କ ହାତଲେଖା। ଏନେଇ ଶନିବାର ଝାରପଡ଼ା ଜେଲକୁ କମିଶନରେଟ୍ ପୋଲିସର ଏକ ଟିମ ଅର୍ଚ୍ଚନାଙ୍କ ହାତଲେଖା ସଂଗ୍ରହ କରିଛି।
ପୂର୍ଵରୁ ଅର୍ଚ୍ଚନାଙ୍କ ଘରୁ ଜବତ ଡାଏରୀ ସହ ତାଙ୍କ ହାତଲେଖା ଏବେ ମେଳ ପରୀକ୍ଷା କରାଯିବ । ହ୍ୟାଣ୍ଡ ରାଇଟ ବ୍ୟୁରୋରେ ଅର୍ଚ୍ଚନାର ହସ୍ତାକ୍ଷର ଯାଞ୍ଚ କରିବ ପୋଲିସ।
ଖଣ୍ଡଗିରି ଥାନାର ଥାନାଧିକାରୀଙ୍କ ସହ ସ୍ପେଶାଲ ସ୍କ୍ୱାର୍ଡର ସହ ମୋଟ ୩ ଜଣିଆ ଟିମ୍ ଝାରପଡା ଜେଲ ଭିତରେ ପହଞ୍ଚି ଅର୍ଚ୍ଚନାଙ୍କ ହାତଲେଖା ଚିଠି ସଂଗ୍ରହ କରିଛି। ଯାହାର ଆଧାରରେ ଅର୍ଚ୍ଚନାଠୁ ଜବତ ହୋଇଥିବା ଡାଏରୀର ଲେଖା ଅର୍ଚ୍ଚନା ନାଁ ଆଉ କାହାର ସେନେଇ କରାଯିବ ଟେଷ୍ଟ। ଏଥିପାଇଁ ହ୍ୟାଣ୍ଡ ରାଇଟ ବ୍ୟୁରୋକୁ ହାତଲେଖା ଚିଠି ଆଧାରରେ ଜବତ ଡାଏରୀର ଲେଖାକୁ ତାଳମେଳ କରାଯିବ। ଯଦି ମ୍ୟାଚ ହୁଏ ତେବେ ଜବତ ଡାଏରୀ ଅର୍ଚ୍ଚନାର ବୋଲି ସ୍ପଷ୍ଟ ହୋଇଯିବ। ଏନେଇ କୋର୍ଟର ନିୟମ ଅନୁସାରେ ସମସ୍ତ ପ୍ରକାର ଦିଗକୁ ଆଖିରେ ରଖି ଯାଞ୍ଚ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।
କମିଶନରେଟ ପୋଲିସ ଅଧିକାରୀ ପହଞ୍ଚି ଉଭୟ ଇଂରାଜୀ, ଓଡ଼ିଆ ଓ ହିନ୍ଦୀର ଲେଖାର ସାମ୍ପଲ ଗ୍ରହଣ କରିଛନ୍ତି। ଅର୍ଚ୍ଚନାଙ୍କ ଜବତ ଡାଏରୀରେ ଅନେକ ଗୁମର ଲେଖା ହୋଇଛି। ଯାହା ସତ୍ୟ ପ୍ରମାଣିତ ହେଲେ ଅନେକଙ୍କ ପାଇଁ ଅଡୁଆ ବଢ଼ିପାରେ। ତେବେ ଅର୍ଚ୍ଚନାର ହସ୍ତାକ୍ଷର ହ୍ୟାଣ୍ଡ ରାଇଟ ବ୍ୟୁରୋରେ ଯାଞ୍ଚ ପରେ କେବେ ଆସିବ ରିପୋର୍ଟ ତାହା ଉପରେ ଏବେ ସମସ୍ତଙ୍କ ନଜର।
ସେପଟେ ଶୁକ୍ରବାର ଅର୍ଚ୍ଚନାଙ୍କ ବିରୁଦ୍ଧରେ ପ୍ରାଥମିକ ଚାର୍ଜସିଟ ଦାଖଲ କରିଥିଲା ନୟାପଲି ଥାନା ପୋଲିସ। ୫୦୧ ପୃଷ୍ଠାର ଏହି ଚାର୍ଜସିଟରେ ୮ ଜଣ ସାକ୍ଷୀ ଥିବାବେଳେ ଅର୍ଚ୍ଚନାଙ୍କୁ ଅଭିଯୁକ୍ତ ଦର୍ଶାଇଛି ତଦନ୍ତକାରୀ ଟିମ। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୯ ତାରିଖରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ନାମରେ ବ୍ଲାକମେଲିଂ ଅଭିଯୋଗ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।