କେନାଲରେ ପାଣି ନଥିବାରୁ ଚାଷ କାର୍ଯ୍ୟରେ ବାଧା; କେନ୍ଦ୍ରାପଡ଼ାର ଚାଷ ଜମି ଫାଟି ଆଁ
News 18 Odia Digital
କେନ୍ଦ୍ରାପଡ଼ା; ବିଲରେ ମାଟି ଫାଟି ଆଁ କରିଛି । ଚାଷ କରି କ୍ଷେତରେ ସୁନାର ଫସଲ ଫଳାଇବାକୁ ଅପେକ୍ଷା କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଶ୍ରାବଣ ସରିବାକୁ ବସିଲାଣି କିନ୍ତୁ କେନାଲରେ ପାଣି ନାହିଁ । ପାଣି ଅଭାବରୁ ଏ ବର୍ଷ କେନ୍ଦ୍ରାପଡାର ଶହ ଶହ ଏକର ଚାଷ ଜମି ପଡିଆ ପଡ଼ିବାର ଆଶଙ୍କା ଦେଖାଦେଇଛି । ବର୍ଷାର ଅଭାବ ହେଲେ କେନାଲ ପାଣି ଉପରେ ନିର୍ଭର କରି ଚାଷ କରୁଥିବା କୃଷକ ଏବେ ନିରାଶ ହୋଇଥିବା ଦେଖିବାକୁ ମିଳିଛି ।

ଜିଲ୍ଲାରେ ତିନି ଗୋଟି ପ୍ରମୁଖ କେନାଲ ମାଧ୍ୟମରେ ଚାଷ ପାଇଁ ଜଳସେଚନ ସୁବିଧା କରାଯାଇଛି । ସେଥିମଧ୍ୟରେ ପଟ୍ଟାମୁଣ୍ଡାଇ କେନାଲ, କେନ୍ଦ୍ରାପଡା କେନାଲ ଓ ମାର୍ଶାଘାଇ ଜମ୍ଭୁ କେନାଲ ରହିଛି । ଏହି ସବୁ ମୁଖ୍ୟ କେନାଲରୁ ବିଭିନ୍ନ ଶାଖା କେନାଲ ମଧ୍ୟରେ ପାଣି ଚାଷ ଜମିରେ ପହଞ୍ଚିଥାଏ । କିନ୍ତୁ ଚଳିତ ବର୍ଷ ମୁଖ୍ୟ କେନାଲରେ ପାଣି ଆସିଥିଲେ ସୁଧା ଶାଖା କେନାଲକୁ ଆବଶ୍ୟକୀୟ ପରିମାଣର ପାଣି ପହଞ୍ଚିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।ଅନ୍ୟ ପକ୍ଷରେ ଉଚ୍ଚ ଜମିକୁ କେନାଲ ପାଣି ପହଞ୍ଚିବାର ସମ୍ଭାବନା କମ ରହିଛି ତେଣୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଚାଷୀ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।