• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ସ୍ମାର୍ଟ ସିଟିରେ କାମ କରୁନି ଶ୍ରମ ଆଇନ; ବେଫିକର ଓ ବିନ୍ଦାସ ହୋଇ ଶ୍ରମିକଙ୍କୁ ଖରାରେ ଖଟାଉଛନ୍ତି କଣ୍ଟ୍ରାକ୍ଟର

ସ୍ମାର୍ଟ ସିଟିରେ କାମ କରୁନି ଶ୍ରମ ଆଇନ; ବେଫିକର ଓ ବିନ୍ଦାସ ହୋଇ ଶ୍ରମିକଙ୍କୁ ଖରାରେ ଖଟାଉଛନ୍ତି କଣ୍ଟ୍ରାକ୍ଟର

ଠିକାଦର ତିନି ମାସରୁ ପାଞ୍ଚ ବର୍ଷ ଯାଏ ଜେଲ ଦଣ୍ଡ ଭୋଗିବେ। ଘର କାମରେ ନିୟୋଜିତ କରୁଥିବା ମାଲିକ ମଧ୍ୟ ଜେଲ ଦଣ୍ଡ ଭୋଗବେ। ତେବେ ଏଠାରେ ଶ୍ରମ କମିଶନ କରୁଛନ୍ତି କଣ ବୋଲି ପ୍ରଶ୍ନ କରିଛନ୍ତି ଶ୍ରମିକ ନେତା। ଶ୍ରମ ଆଇନ କାହା ପାଇଁ?

ସ୍ମାର୍ଟ ସିଟିରେ କାମ କରୁନି ଶ୍ରମ ଆଇନ

ସ୍ମାର୍ଟ ସିଟିରେ କାମ କରୁନି ଶ୍ରମ ଆଇନ

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ସମୟ ଦିନ ୧୨। ଠିକ ମୁଣ୍ଡ ଉପରେ ସୂର୍ଯ୍ୟ। ଯୁଆଡେ ଚାହିଁଦେଵ ସିଆଡେ କେବଳ ନିଆଁ ବର୍ଷା। କଳା ମଚ ମଚ ରୋଡ଼କୁ ଚାହିଁ ଦେଲେ ଗରମ ପବନରେ ମୁହଁ ପୋଡ଼ି ଯାଉଛି। ଯେତେବେଳେ ଘରୁ କେହି ବାହାରକୁ ବାହାରି ପାରୁନାହାଁନ୍ତି ସେତେବେଳେ କଣ ଚାଲିଛି ଏ ଖରାରେ। ଗିରିସମ ଗୁଳୁଗୁଳିରେ କେବଳ ଜୀବିକା ପାଇଁ ହିଁ ଜୀବନକୁ ବାଜି ଲାଗିଛି। ଯେଉଁଠି ଶ୍ରମ ଆଇନ ମାରିଚି ଫେଲ୍।

ସମୟ ଦିନ ୧୨ଟା। ସ୍ଥାନ ରାଜଧାନୀର ନିସିଢାଞ୍ଚାଳ ଗାନ୍ଧି ମାର୍ଗ। ସ୍ୱାମୀ-ସ୍ତ୍ରୀ ଲାଗି ପଡ଼ିଛନ୍ତି ଅଣ୍ଡର ଗ୍ରାଉଣ୍ଡ ପାଇପ କାମରେ। ସ୍ୱାମୀ ଖାତ ଭିତରେ ରହି ଚିକିଟା ତଥା ପାଣିଆ ମାଟିକୁ ପତ୍ନୀକୁ ଦେଉଛନ୍ତି। ଏ ଗରମରେ ଏହି ଖାତ ଭିତରକୁ ପବନ ଯିବା କଷ୍ଟକର। କେଉଁ ମୁହୂର୍ତ୍ତରେ କିଛି ବି ହୋଇପାରେ। ସ୍ମାର୍ଟ ସିଟିର ସାଲିଆ ସାହିର ମଇଳା ଟାଙ୍କି। ସମୟ ଦିନ ଗୋଟାଏ। ଗୋଟିଏ ମିନିଟ ଖରାରେ ଠିଆ ହେବା ମୁସ୍କିଲ। ହେଲେ ଏଠାରେ ଯୁଦ୍ଧ କାଳୀନ ଭିତ୍ତିରେ ରାସ୍ତା ଉପରେ ଚାଲିଛି ଇଟା ଯୋଡ଼େଇ କାମ। ମେସିନ ଅଛି, କାମ ବି ଚାଲିଛି। ବାଲି, ସିମେଣ୍ଟ ଓ ରୋଡ଼ କାମରେ ଲାଗିଛନ୍ତି ଶ୍ରମିକ।

ଖରାକୁ ଫୁ କରି ଜୀବିକା ପାଇଁ ଚାଲିଛି ସଂଘର୍ଷ।.ସମୟ ଦିନ ୧.୩୦। ଜୟଦେବ ବିହାର ଓ ସିଆରପି। ଘରୋଇ ମାଲିକ କାମରେ ଲଗାଉଛନ୍ତି ଶ୍ରମିକମାନଙ୍କୁ। ଡ଼ହଡ଼ହ ଖରାରେ ବାଲି ବୁହାଉଛନ୍ତି ମହିଳା ଓ ପୁରୁଷ ଶ୍ରମିକ। ତତଲା ବାଲିକୁ ଦରି ବସ୍ତାରେ ମୁଣ୍ଡରେ ମୁଣ୍ଡାଇ ଘର କାମରେ ଲାଗିଛନ୍ତି ଶ୍ରମିକ। ଯାହାକୁ ପଚାରିଲେ ମିଳୁଛି ଅଜବ ଉତ୍ତର। କାମ ନକଲେ ଖାଇବାକୁ କିଏ ଦେବ? ପରିବାର ଚଳିବ କେମିତି।

ବେଫିକର ଓ ବିନ୍ଦାସ ହୋଇ ଶ୍ରମିକଙ୍କୁ ଖରାରେ ଖଟାଉଛନ୍ତି କଣ୍ଟ୍ରାକ୍ଟର


ଏବେ ନଜର ପକାନ୍ତୁ ଏ ବୃଦ୍ଧ ମଉସା ଧୋବି ଦାସଙ୍କ ଉପରେ

ଯିଏକି ମୁଣ୍ଡରେ ଗାମୁଛା ପକାଇ ଗାନ୍ଧି ମାର୍ଗ ରୋଡ଼ରେ ମାଡି ଚାଲୁଛନ୍ତି। ଘରେ ପୁଅ ଓ ଝିଅ , ପାରିବାରିକ କଳହ ଯୋଗୁ ୧୦ ବର୍ଷ ହେବ ଫୁଟ ପାଥରେ କଟୁଛି ଜୀବନ। ଖରାତରାକୁ ଖାତିର ନକରି ଷ୍ଟେସନରୁ ଉତ୍ତରା ଛକରେ ମାଲ ଦେଇ ଛାଇ ମୂଳକୁ ଫେରୁଛନ୍ତି ସେ। ଯେଉଁଠି ପେଟ ପୋଡି ଯାଉଛି ସେଠାରେ ଏ ଗରମ କଥା କିଏ ପଚାରେ ବୋଲି କହୁଛନ୍ତି ଧୋବି। ଗରମ ବଢୁଥିବାରୁ ଏସଆଇସି ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି କରିଛନ୍ତି। ଏହାକୁ ତଦାରଖ କରିବା କାମ ଭୁବନେଶ୍ୱର ମହାନଗର ନିଗମର।

କେବଳ ଜଳ ଛତ୍ର ଖୋଲିଦେଲେ ହେବନି, ଜୀବନ ମଧ୍ୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଶ୍ରମ ବି ଆଇନ ବି ଅଛି। ଯେଉଁଥିରେ ଆଇନ ଉଲ୍ଲଂଘନ କରୁଥୁବା ସଂସ୍ଥାର ଲାଇସେନ୍ସ ରଦ୍ଦ ହୋଇପାରିବ। ଠିକାଦର ତିନି ମାସରୁ ପାଞ୍ଚ ବର୍ଷ ଯାଏ ଜେଲ ଦଣ୍ଡ ଭୋଗିବେ। ଘର କାମରେ ନିୟୋଜିତ କରୁଥିବା ମାଲିକ ମଧ୍ୟ ଜେଲ ଦଣ୍ଡ ଭୋଗବେ। ତେବେ ଏଠାରେ ଶ୍ରମ କମିଶନ କରୁଛନ୍ତି କଣ ବୋଲି ପ୍ରଶ୍ନ କରିଛନ୍ତି ଶ୍ରମିକ ନେତା। ଶ୍ରମ ଆଇନ କାହା ପାଇଁ? ଶ୍ରମ ଅଫିସରେ କାର୍ଯ୍ୟରତ ଅଧିକାରୀ କଣ ଆଖି ବୁଜି ଦେଉଛନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ଶ୍ରମିକ ନେତା।
Published by:Lipina Das
First published: