ଶ୍ରମିକ ନେତା ରାଜୁ ସିଂହଙ୍କ ଦେହାନ୍ତ; ଶୋକ ପ୍ରକାଶ କଲେ ଅନେକ ବ୍ୟକ୍ତି ବିଶେଷ

ବିଶିଷ୍ଟ ଶ୍ରମିକ ନେତା, ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ଦେହାନ୍ତ ହୋଇଛି । ମଙ୍ଗଳବାର ସଂଧ୍ୟାରେ କଟକର ଏକ ଘରୋଇ ଚିକିତ୍ସାଳୟରେ  ୭୬ ବ‌ର୍ଷ ବୟସରେ ପରଲୋକ ଘଟିଥିବା ସୂଚନା ମିଳିଛି ।

ଶ୍ରମିକ ନେତା ରାଜୁ ସିଂହଙ୍କ ଦେହାନ୍ତ; ଶୋକ ପ୍ରକାଶ କଲେ ଅନେକ ବ୍ୟକ୍ତି ବିଶେଷ

ଶ୍ରମିକ ନେତା ରାଜୁ ସିଂହଙ୍କ ଦେହାନ୍ତ; ଶୋକ ପ୍ରକାଶ କଲେ ଅନେକ ବ୍ୟକ୍ତି ବିଶେଷ

  • Share this:
News 18 Odia Digital

କଟକ; ବିଶିଷ୍ଟ ଶ୍ରମିକ ନେତା, ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ଦେହାନ୍ତ ହୋଇଛି । ମଙ୍ଗଳବାର ସଂଧ୍ୟାରେ କଟକର ଏକ ଘରୋଇ ଚିକିତ୍ସାଳୟରେ  ୭୬ ବ‌ର୍ଷ ବୟସରେ ପରଲୋକ ଘଟିଥିବା ସୂଚନା ମିଳିଛି । ମଙ୍ଗଳବାର ଅପରାହ୍ନରେ ସିଏମ୍‌ସି କାର୍ଯ୍ୟାଳୟରେ ମେୟର ସୁବାସ ସିଂହଙ୍କ ସହ ଶ୍ରମିକଙ୍କ ସମସ୍ୟା ସଂପର୍କରେ  ଆଲୋଚନା କରିଥିଲେ ରାଜେନ୍ଦ୍ର । ସେଠୁ ଫେରିବା ପରେ ଘରେ ଚା ପିଇବା ସହ ଜଳଖିଆ ଖାଇଥିଲେ । କିନ୍ତୁ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି । ପୁଅ ରବିସରଣ, ପତ୍ନୀ ନଳିନୀପ୍ରଭା ସିଂହ,  ସହ  ଅନେକ ଆତ୍ମୀୟସ୍ୱଜନ ମୃତ ଶରିର ନିକଟରେ ଉପସ୍ଥିତ ଥିଲେ ।

ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ନୂଆ ରାଉସାପାଟଣା ଅଞ୍ଚଳର ମୂଳ ବାସିନ୍ଦା । କଟକ ମାରୱାଡି ସ୍କୁଲରେ ପାଠ ପଢିବା ପରେ ଖ୍ରୀଷ୍ଟ କଲେଜରେ ଶ୍ରମିକ କଲ୍ୟାଣରେ ସ୍ନାତକ ପାସ୍ କରିଥିଲେ । ବିଜେଡିର ରାଜ୍ୟ ଶ୍ରମିକ ସାମ୍ମୁଖ୍ୟର ସଭାପତି ଥିଲେ । ଅଖିଳ ଭାରତୀୟ ହିନ୍ଦ୍‌ ମଜଦୁର ସଭାର ଉପସଭାପତି ଭ‌ାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ତାଙ୍କର ଦୁଇ ଜଣ ପୁ୍ଅ ଓ  ଝିଅଟିଏ ଅଛନ୍ତି । ଆଜି ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ରାଉସାପାଟଣା ଘର, ସିଏମସି ଅଫିସ  ନିଆଯିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ । ରାଜେନ୍ଦ୍ର ପ୍ରସାଦଙ୍କ ମୃତ୍ୟୁରେ ଅନେକ ରାଜନେତା ଶୋକ ପ୍ରକାଶ କରିବା ସହ ଟୁଇଟ୍ ମଧ୍ୟ କରିଛନ୍ତି ।
Published by:Soubhagya Mishra
First published: