‘କୁଆଁର ପୁନେଇ ଜହ୍ନ ଗୋ...’: କରୋନା କଟକଣା ଭିତରେ ପାଳନ ହେଉଛି କୁମାର ପୂର୍ଣ୍ଣିମା

କେଉଁ ଯୁଗରୁ ଚାଲିଆସିଥିବା ଏହି ମନୋହର ପରମ୍ପରା କରୋନା କଟକଣା ଯୋଗୁଁ ଲିଭିଯାଇ ନାହିଁ । ରାଜ୍ୟ ସାରା ଝିଅମାନେ ବଡ଼ ଆଗ୍ରହରେ ପାଳନ କରିଛନ୍ତି କୁମାର ପୂର୍ଣ୍ଣମୀ ପର୍ବ । ନୂଆ ଡ୍ରେସ୍ ପିନ୍ଧି ଭକ୍ତିରେ ଚନ୍ଦ୍ର ପୂଜା କରିଛନ୍ତି ।

‘କୁଆଁର ପୁନେଇ ଜହ୍ନ ଗୋ...’: କରୋନା କଟକଣା ଭିତରେ ପାଳନ ହେଉଛି କୁମାର ପୂର୍ଣ୍ଣିମା
ଭୁବନେଶ୍ୱରରେ ଗୋଟିଏ ପରିବାର ପାଳନ କରୁଛି କୁମାର ପୂର୍ଣ୍ଣିମା ।
  • News18 Odia
  • Last Updated: October 31, 2020, 8:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୁମାର ପୂର୍ଣ୍ଣିମା ଯୋଗୁଁ ରାଜ୍ୟର ପୂରପଲ୍ଲୀରେ ଯୁବା ପିଢ଼ି ମନରେ ଆନନ୍ଦର ଲହରୀ, ଆଉ ସେଥିରେ ମନ ଭରି ସହଯୋଗ କରୁଛନ୍ତି ପ୍ରୌଢ଼ ଓ ବୟସ୍କମାନେ । କୁମାର ପୂର୍ଣ୍ଣିମା ମୁଖ୍ୟତଃ କୁମାରୀମାନଙ୍କ ପୂଜା ଉତ୍ସବ ହୋଇଥିବାରୁ ଭୋରରୁ ଉଠି ଚଉରା ମୂଳେ ପୂଜାର୍ଚ୍ଚନା କରିଛନ୍ତି ଝିଅମାନେ । ଖଇ ଓ ଫଳମୂଳ ଆଞ୍ଜୁଳାରେ ନେଇ ବାଳରବିଙ୍କୁ ଆରାଧନା କରିଛନ୍ତି ସେମାନେ । କୋଭିଡ କଟକଣା ଭିତରେ ବି ବଞ୍ଚି ରହିଛି କେଉଁ ଯୁଗରୁ ଚାଲିଆସିଥିବା ଏହି ପରମ୍ପରା ।

‘କୁମାର ପୁନେଇ ଜହ୍ନ ଗୋ... ଫୁଲ ବଉଳ ବେଣୀ।’ କୁମାର ପୂର୍ଣ୍ଣିମା ଆସିଲେ ଗାଁ ଦାଣ୍ଡରେ ସାଙ୍ଗସାଥିଙ୍କ ମେଳରେ ଜମେ ଏହି ଗୀତର ଆସର । ହେଲେ ଆଧୁନିକତରେ ପାଦ ଥାପି ଥିବା ସମାଜରେ ଏବେ ଏହି ଗୀତ ହଜିଯାଇଥିବା ପରି ଲାଗୁଛି । କିନ୍ତୁ ବଞ୍ଚିଛି ପରମ୍ପରା । ଗାଁ ଠୁ ସହର ସବୁଠି ଦେଖିବାକୁ ମିଳିଛି ଏହାର ଝଲକ।

ଏହା ବି ପଢ଼ନ୍ତୁ | Jio ଧାଁସୁ ପ୍ଲାନ୍! ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ୨୪ GB ଡାଟା, ମାଗଣା କଲିଂ ଅନେକ ସୁବିଧା ପାଆନ୍ତୁ

ରାଜଧାନୀ ଭୁବନେଶ୍ବରରେ ବି ଝିଅମାନେ ଏକାଠି ମିଶି ପୂଜା କରିଛନ୍ତି। ଭୋରରୁ ଉଠି ଗାଧୋଇ ନୂଆ ଡ୍ରେସ ପିନ୍ଧିଥିଲେ କୁମାରୀମାନେ। ତା’ ପରେ ଆରମ୍ଭ ହୋଇଥିଲା ପୂଜା ପ୍ରସ୍ତୁତି । ବାଉଁଶ କୁଲାରେ ଖଇ, ନଡ଼ିଆ, କଦଳୀ, କାକୁଡି ଓ ଜହ୍ନି ଭଳି ସାତ ପ୍ରକାରର ଫଳମୂଳ ସଜାଡ଼ି ରଖିଥିଲେ। ଧୂପ, ଦୀପ ଦେଇ ବାଳରବିଙ୍କୁ ପୂଜା କରିଥିଲେ । ଆଞ୍ଜୁଳାରେ ଖଇ ଧରି ତା’ ଉପରେ ବିଭିନ୍ନ ଫଳ ରଖି ସୂର୍ଯ୍ୟଙ୍କୁ ଅର୍ପଣ କରିଥିଲେ । ଏହି ପରି ଜଣଙ୍କ ପରେ ଜଣେ ପୂଜା କରିଥିଲେ ।

ବାଉଁଶ କୁଲାରେ ଖଇ, ନଡ଼ିଆ, କଦଳୀ, କାକୁଡି ଓ ଜହ୍ନି ଭଳି ସାତ ପ୍ରକାରର ଫଳମୂଳ ସଜାଡ଼ି ରଖି ପୂଜାର୍ଚ୍ଚନା ହେଉଛି ।


‘‘କୁମାର ପୂର୍ଣ୍ଣିମା ଝିଅମାନଙ୍କ ପର୍ବ। ନୂଆ ଡ୍ରେସ ପିନ୍ଧିବା ଓ ସାଙ୍ଗସାଥୀଙ୍କ ସହ ବୁଲିବାରେ ଦିନ ବିତିଯାଏ । ପୁଣି ସନ୍ଧ୍ୟାରେ ଚଉରା ମୂଳେ ଚାନ୍ଦ ପୂଜା ହୁଏ । ବହୁତ ଖୁସି ଲାଗେ । କିନ୍ତୁ ଏଥର କରୋନା ଯୋଗୁଁ କିଛି ଉତ୍ସାହ ନାହିଁ। ତଥାପି ପରମ୍ପରା ଅନୁସାରେ ପୂଜା କରିଛୁ,’’ କହିଛନ୍ତି ଛାତ୍ରୀ ସ୍ନେହାଞ୍ଜଳି ମହାନ୍ତି ।

ଏହା ବି ପଢ଼ନ୍ତୁ | ଭୋଜପୁରୀ ଅଭିନେତ୍ରୀ ମୋନାଲିସା ବଲିଉଡ ଅଭିନେତ୍ରୀମାନଙ୍କୁ ଟକ୍କର୍ ଦେବାକୁ ପ୍ରସ୍ତୁତ ଲାଗୁଛନ୍ତି

ୟୁନିଟ ୪ ବାସିନ୍ଦା ଶିବାନୀ ପ୍ରିୟଦର୍ଶିନୀ କହିଛନ୍ତି, ‘‘କୁମାର ପୂର୍ଣ୍ଣିମା ଆସିଲେ ବାହାରେ ଥିବା ଭାଇ ଭଉଣୀ ସମସ୍ତେ ଘରକୁ ଆସିଥାନ୍ତି । ଏକାଠି ହୋଇ ସମସ୍ତେ ପୂଜା କରୁ, ମଜା ବି କରୁ। କାରଣ ସବୁ ବେଳେ ପାଠପଢ଼ା, ସ୍କୁଲ୍‌ ଓ ଟିଉସନ ଭିତରେ ଦିନ ବିତେ। ଏମିତି ପର୍ବପର୍ବାଣି ଆସିଲେ ଆମେ ସମସ୍ତେ ଏକାଠି ହେବାର ସୁଯୋଗ ମିଳେ। ତେଣୁ ଆମେ ଏହି ଦିନକୁ ବହୁତ ଉପଭୋଗ କରୁ ।’’

କୁମାର ପୂର୍ଣ୍ଣିମା ଅବସରରେ ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା । ଏଥର ଦୁଇ ଦିନ ପୂର୍ଣ୍ଣିମା ପଡ଼ୁଥିବାରୁ ଶୁକ୍ରବାର ସନ୍ଧ୍ୟାରୁ ପୂଜା ଆରମ୍ଭ ହୋଇଛି । ଭକ୍ତଙ୍କ ଦର୍ଶନର ଅନୁମତି ନ ଥିବାରୁ କୋଭିଡ ଗାଇଡ଼ଲାଇନ ମାନି କେତେକ ମଣ୍ଡପରେ ଗଜଲକ୍ଷ୍ମୀ ପୂଜା କରାଯାଉଛି । ହେଲେ ନା ଅଛି ସାଜସଜ୍ଜା, ନା ମନୋରଞ୍ଜନ କାର୍ଯ୍ୟକ୍ରମ । କେବଳ ପରମ୍ପରା ମୁତାବକ ପୂଜା କରାଯାଉଛି ।



ପ୍ରତି ବର୍ଷ ଭଳି ଚଳିତ ବର୍ଷ ବି ପ୍ରେସ୍‌ କଲୋନୀ ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଆୟୋଜିତ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ କଳସ ଯାତ୍ରା ଓ ଘଟ ସ୍ଥାପନ ପରେ ଶନିବାର ପୂଜାର୍ଚ୍ଚନା କରାଯାଇଛି। ଏଠାକାର ସ୍ୱତନ୍ତ୍ରତା ହେଲା କେବଳ ମହିଳାମାନେ ଏକାଠି ହୋଇ ଏଠି ମାଆ ଲକ୍ଷ୍ମୀଙ୍କ ଆବାହନ କରିଥାନ୍ତି। ବିରାଟ କଳସ ଶୋଭାଯାତ୍ରା ସହ ବଡ଼ ଧୁମଧାମରେ ପୂଜା କରାଯାଏ । କିନ୍ତୁ ଏଥର କରୋନା କଟକଣା ରହିଥିବାରୁ ସୀମିତ ସଂଖ୍ୟକ ମହିଳାଙ୍କୁ ନେଇ ପୂଜା କରାଯାଉଛି । ସପ୍ତାହେ ପରିବର୍ତ୍ତେ ମାତ୍ର ତିନି ଦିନ ମାଆଙ୍କୁ ମଣ୍ଡପରେ ପୂଜା କରାଯିବ ।
Published by: Anand Shankar Thankur Das
First published: October 31, 2020, 8:46 PM IST
corona virus btn
corona virus btn
Loading