ଓଲିଉଡରେ ପାଦ ଥାପିଲେ କୋରାପୁଟର ଗାୟିକା ନମିତା ମେଲେକା; ବର୍ଷା ଓ ପ୍ରେମ୍ ବଢ଼େଇଲେ ହାତ

ଦଶମ ଶ୍ରେଣୀର ଛାତ୍ରୀ ନମିତା ମେଲେକାଙ୍କ ଗୀତ ରେକର୍ଡ଼ି୍ଂ ବେଳେ ରେକର୍ଡିଂ ଷ୍ଟୁଡିଓରେ ବି ଉପସ୍ଥିତ ଥିଲେ ବର୍ଷା ପ୍ରିୟଦର୍ଶିନୀ । ଏହି ଭଜନର ପ୍ରଥମ ଧାଡ଼ି ‘ନିନୋ ନା ଯିଉଁତି ଜୀବନ’ ନମିତାଙ୍କ ନିଜ ଭାଷା କୁଇରୁ ଆରମ୍ଭ ହୋଇଛି । ବାକି ଗୀତଟି ଓଡ଼ିଆରେ ।

ଓଲିଉଡରେ ପାଦ ଥାପିଲେ କୋରାପୁଟର ଗାୟିକା ନମିତା ମେଲେକା; ବର୍ଷା ଓ ପ୍ରେମ୍ ବଢ଼େଇଲେ ହାତ
ଗୀତ ରେକଡ଼ିଂ ଅବସରରେ ବର୍ଷା ପ୍ରିୟଦର୍ଶିନୀ ଓ ପ୍ରେମ୍ ଆନନ୍ଦଙ୍କ ସହ ନମିତା ମେଲେକା
  • News18 Odia
  • Last Updated: September 21, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଓଡ଼ିଆ ସଙ୍ଗୀତ ଜଗତରେ ପାଦ ଥାପିଲେ କୋରାପୁଟର ଝିଅ ନମିତା ମେଲେକା । ନିଜ ସୁମଧୁର କଣ୍ଠ ଓ ଗୀତ ପାଇଁ ଓଡ଼ିଶାର ସିଙ୍ଗିଙ୍ଗ୍ ସେନସେସନ୍ ପାଲଟିଥିବା ଏହି ଦଶମ ଶ୍ରେଣୀର ଛାତ୍ରୀ ଏକ ଓଡ଼ିଆ ଭଜନ ଆଲବମ ପାଇଁ ଗୀତ ରେକଡିଂ କରିଛନ୍ତି । ଓଲିଉଡର ପ୍ରଖ୍ୟାତ ସଙ୍ଗୀତକାର ପ୍ରେମ୍‌ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନମିତା ନିଜର ଓଲିଉଡ ଯାତ୍ରା ଆରମ୍ଭ କରିଛନ୍ତି ।

କଟକ ସିଡିଏରେ ଥିବା ଏକ ଷ୍ଟୁଡିଓରେ ରବିବାର ଦିନ ନିଜର ପ୍ରଥମ ସ୍ବୀକୃତିପ୍ରାପ୍ତ ଗୀତ ରେକଡିଂ କରିଛନ୍ତି ନମିତା ମେଲେକା । ଜଗନ୍ନାଥଙ୍କ ଉପରେ ଆଧାରିତ ଏକ ଭଜନ ‘‘ନିନୋ ନା ଯିଉଁତି ଜୀବନ’’ରୁ ସେ ଓଲିଉଡରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ଏହି ଭଜନର ପ୍ରଥମ ପଙ୍କ୍ତି ନମିତାଙ୍କ ନିଜ ଭାଷା ‘କୁଇ’ରୁ ଆରମ୍ଭ ହୋଇଥିବା ବେଳେ ବାକି ପୂରା ଗୀତ ଓଡ଼ିଆ ଭାଷାରେ ରହିଛି । ଏହା ନିଜର ପ୍ରଥମ ଷ୍ଟୁଡିଓ ଗୀତ ହୋଇଥିଲେ ମଧ୍ୟ ଗୀତ ଗାଇବା ବେଳେ ବେଶ୍‌ ଆତ୍ମବିଶ୍ବାସୀ ଥିଲେ ନମିତା ।

ଯେଉଁ ସଙ୍ଗୀତ ନିର୍ଦ୍ଦେଶକଙ୍କ ଗୀତକୁ ଗାଇ ସେ ଲୋକପ୍ରିୟତା ହାସଲ କରିଥିଲେ ଶେଷରେ ତାଙ୍କ ସାନ୍ନିଧ୍ୟ ପାଇବା ସହିତ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତ ଗାଉଥିବାରୁ ଖୁସି ଥିଲେ ନମିତା । ବିଶେଷକରି ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ଓଲିଉଡ୍‌ ହିରୋଇନ୍‌ ବର୍ଷା ପ୍ରିୟଦର୍ଶିନୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଷ୍ଟୁଡିଓ ରେ ଗୀତ ଗାଉଥିବା ବେଳେ ନମିତା


‘‘ଯେତେବେଳେ ମୁଁ ସିନେମା ଗୀତ ଶୁଣୁଥିଲି ସେତେବେଳେ ମୋ’ ମନକୁ ଆସୁଥିଲା ଯେ ମୁଁ ସେହି ଗୀତଟି ଗାଇଥାନ୍ତି କି । କିନ୍ତୁ ଆଜି ପ୍ରେମ୍‌ ଆନନ୍ଦ ସାରଙ୍କ ପାଖରେ ବସି ତାଙ୍କ ନିର୍ଦ୍ଦେଶନାରେ ଗୀତ ଗାଇ ମୁଁ ବହୁତ ଖୁସି । ଆଗକୁ ସ୍ବପ୍ନ ଅଛି ଦିପ୍ତୀ ମ୍ୟାଡାମ୍‌ ଓ ଅନନ୍ୟା ମ୍ୟାଡାମଙ୍କୁ ଲୋକେ ଯେମିତି ଭଲ ପାଇବା ଦେଉଛନ୍ତି ମୋତେ ବି ସେମିତି ଭଲ ପାଇବା ଦେବେ! ମୁଁ ବି ଭଲ ଗୀତ ଗାଇ ମୋ’ ଗାଁ ନାଁ ଓ ମୋ’ ଜିଲ୍ଲାର ନାଁ ରଖିବି,’’ କହିଛନ୍ତି ନମିତା ମେଲେକା ।

ନମିତାଙ୍କ ଲାଗି ରଚନା କରାଯାଇଥିବା ଏହି ଗୀତଟିକୁ ପ୍ରଖ୍ୟାତ ଗୀତିକାର ବିଜୟ ମଲ୍ଲ ଲେଖିଥିବା ବେଳେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ । ଚାରି ମିନିଟ ପାଞ୍ଚ ସେକେଣ୍ଡର ଏହି ଗୀତଟିକୁ ଏକ ଉପଯୁକ୍ତ ପ୍ଲାଟଫର୍ମରେ ରିଲିଜ କରାଯିବ ବୋଲି ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ କୁହାଯାଇଛି ।

ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଓ ଗୀତିକାର ବିଜୟ ମଲ୍ଲଙ୍କ ସହ ନମିତା


‘‘ନମିତା ଷ୍ଟୁଡିଓକୁ ଆସିବା ବେଳେ ପ୍ରଥମେ ଟିକିଏ ର୍ନଭସ୍‌ ଥିଲେ । ତାଙ୍କର ଏ ପ୍ରକାର ହାବଭାବ ଦେଖି ଆମ ରେକଡିଷ୍ଟଙ୍କ ମନରେ ସନ୍ଦେହ ମଧ୍ୟ ସୃଷ୍ଟି ହୋଇଥିଲା । ହେଲେ ମାତ୍ର ଅଳ୍ପ କିଛି ସମୟର ଅଭ୍ୟାସ ପରେ ନମିତା ତାଙ୍କ ଗୀତରେ ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲେ । ତାଙ୍କ କଣ୍ଠରେ ଲୋକଗୀତର ଏକ ମାଧୁର୍ଯ୍ୟ ଅଛି । ତାଙ୍କୁ ମୁଁ ତ ସିନେମା ଗୀତରେ ନେବି ନିଶ୍ଚୟ । ଏବେ ତ ସିଏ କୋରାପୁଟରେ ରହୁଛନ୍ତି । ଯଦି ସେ କଟକ ଭୁବନେଶ୍ବରେ ରୁହନ୍ତି ତେବେ ସୁବିଧା ହେବ,’’ କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ ।

ନମିତାଙ୍କର ଯେଉଁ ପ୍ରଥମ ଓଡ଼ିଆ ଗୀତଟି ଭାଇରାଲ ହୋଇଥିଲା ତାହା ଥିଲା ଓଡ଼ିଆ ଭଜନ ‘କହିବ କି ପ୍ରଭୁ କହିବ କି’ । ‘‘ସଂଯୋଗବଶତଃ ସେହି ଗୀତଟି ବହୁ ବର୍ଷ ତଳେ ମୁଁ ଲେଖିଥିଲି । ପ୍ରେମ୍‌ ଆନନ୍ଦ ତାର ସଙ୍ଗୀତ ଦେଇଥିଲେ । ବେଳେବେଳେ ବଗିଚା ଭିତରେ ପୁଲଟେ ଫୁଟିଲେ ଆମେ ବଗିଚା ଭିତରେ ଏତେ ଗହଳି କରି ଦେଉ ଯେ ସେ ଫୁଲଟି ନିଶ୍ବାସ ନେବା ପାଇଁ ସମୟ ପାଏ ନାହିଁ । ତେଣୁ ଆମେ ସମସ୍ତଙ୍କୁ ସେହି ଫୁଲଟିର ଯତ୍ନ ନେବା ଆଉ ତା’ର ଆଦର କରିବା ଦରକାର,’’ ନମିତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ବିଶିଷ୍ଟ ଗୀତିକାର ବିଜୟ ମଲ୍ଲ ।

ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେ; କଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା

ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

ନମିତା ପିଲା ବେଳୁ ଗୀତ ଗାଇଆସୁଥିବା ବେଳେ ଗତ ୬ ତାରିଖ ଦିନ ତାଙ୍କର ପ୍ରଥମ ଗୀତ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ତାଙ୍କର ଜଣେ ସମ୍ପର୍କୀୟ । ବାସ୍‌, ସେହି ଦିନ ଠାରୁ ତାଙ୍କ କଣ୍ଠର ଯାଦୁରେ ମନ୍ତ୍ର ମୁଗ୍ଧ ହୋଇଥିଲା ପୂରା ଓଡ଼ିଶା । ନମିତାଙ୍କ ପ୍ରତିଭାକୁ ଏକ ଉପଯୁକ୍ତ ପ୍ଲାଟଫର୍ମ ଦେବା ପାଇଁ ଆଗେଇ ଆସିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ରବିବାର ଦିନ ରେକର୍ଡିଂ ଷ୍ଟୁଡିଓରେ ବି ଉପସ୍ଥିତ ଥିଲେ ବର୍ଷା ।



ବହୁ ବିଶିଷ୍ଟ ବ୍ୟକ୍ତି ନମିତାଙ୍କୁ ସହଯୋଗର ହାତ ବଢାଇଥିବା ବେଳେ ତାଙ୍କର ଉଦ୍ୟମ ଓ ସଙ୍ଗୀତ ପ୍ରତି ଥିବା ନିଷ୍ଠା ତାଙ୍କୁ ବହୁତ ଆଗକୁ ନେବ ବୋଲି ଆଶା ରଖିଛନ୍ତି ସମସ୍ତେ ।
Published by: Anand Shankar Thankur Das
First published: September 21, 2020, 11:59 PM IST
corona virus btn
corona virus btn
Loading