- News18 Odia
- Last Updated :
- Other, India
News18 Odia Digital
କୋରାପୁଟ: ବିଧାୟକ ହେବ ତ ଏମିତି । ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ଏହି ଲୋକ ପ୍ରତିନିଧି ଜଣଙ୍କ । ଓଡ୍ରାଫ ଟିମ ସହ ମିଶି ଉଦ୍ଧାର କାର୍ଯ୍ଯରେ ସାମିଲ ହେଲେ କୋରାପୁଟ ବିଧାୟକ (Koraput MLA) ରଘୁରାମ ପଡାଲ । ଉଦ୍ଧାରକାରୀ ଟିମ (Rescue Team) ସହ ମିଶି ପାଣି ଭିତରେ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲେ ବିଧାୟକ ।
ଗତକାଲି ପଡେଇ ପଡ଼ା ଘାଟରେ ଦେଶୀ ଡଙ୍ଗା ବୁଡ଼ି ୪ ଜଣ ନିଖୋଜ ହୋଇଯାଇଥିଲେ । କୋରାପୁଟ ଓଏସଏସି ଓଡ୍ରାଫ ଉଦ୍ଧାର କାର୍ଯ୍ଯ ଜାରି ରଖିଥିବା ବେଳେ ବିଧାୟକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେହି ସମୟରେ ସେ ମଧ୍ଯ ଲାଇଫ ଜ୍ଯାକେଟ ପିନ୍ଧି ସେମାନଙ୍କ ସହ ପାଣି ଭିତରକୁ ଯାଇଥିଲେ। ଯାହାକୁ ନେଇ ସ୍ଥାନୀୟରେ ବେଶ ଚର୍ଚ୍ଚା ହୋଇଥିଲା ।
ସୂଚନାଯୋଗ୍ୟ, ଗତକାଲି ଡଙ୍ଗା ବୁଡ଼ିରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣେ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।