ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Koo: ଏହି ସ୍ୱଦେଶୀ ସୋସିଆଲ୍ ମିଡ଼ିଆ ଆପ୍‌କୁ ମିଳିଲା ୨୧୮ କୋଟି ଟଙ୍କା; ଦେଲେ ବିଶ୍ୱର ବଡ଼ ନିବେଶକ

Koo: ଏହି ସ୍ୱଦେଶୀ ସୋସିଆଲ୍ ମିଡ଼ିଆ ଆପ୍‌କୁ ମିଳିଲା ୨୧୮ କୋଟି ଟଙ୍କା; ଦେଲେ ବିଶ୍ୱର ବଡ଼ ନିବେଶକ

ଦେଶରେ ଟ୍ୱିଟର୍ ଓ ଫେସବୁକ୍ ପରି ବଡ଼ ସୋସିଆଲ୍ ମିଡି଼ଆ କମ୍ପାନୀଗୁଡି଼କଠାରୁ ଅଧିକ ଉତ୍ତରଦାୟିତ୍ୱ ଓ ଯାଞ୍ଚ ଲୋଡ଼ୁଥିବା ନୂଆ ଆଇ.ଟି. ଆଇନ୍ କାର୍ଯ୍ୟକାରୀ ହେଉଥିବା ବେଳେ କୂ ଏହି ପାଣ୍ଠି ସଂଗ୍ରହ କରିଛି । ଏବେ କୂ’ର ୬୦ ଲକ୍ଷ ଉପଭୋକ୍ତା ଅଛନ୍ତି ।

Koo: ଏହି ସ୍ୱଦେଶୀ ସୋସିଆଲ୍ ମିଡ଼ିଆ ଆପ୍‌କୁ ମିଳିଲା ୨୧୮ କୋଟି ଟଙ୍କା; ଦେଲେ ବିଶ୍ୱର ବଡ଼ ନିବେଶକ
ଏବେ କୂ’ର ପାଖାପାଖି ୬୦ ଲକ୍ଷ ଉପଭୋକ୍ତା ଅଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଟ୍ୱିଟରର ପ୍ରତିଦ୍ୱନ୍ଦ୍ୱୀ ଭାବେ ସାମନାକୁ ଆସିଥିବା ଭାରତୀୟ ସୋସିଆଲ୍‌ ମିଡ଼ିଆ ଆପ୍‌ କୂ (Koo) ଆଗକୁ ବଢ଼ିବା ପାଇଁ ଏବେ ଦ୍ୱିତୀୟ ସିରିଜରେ ୩୦ ମିଲିୟନ୍ ଡଲାର୍ (ପ୍ରାୟ ୨୧୮ କୋଟି ଟଙ୍କା) ପାଣ୍ଠି ସଂଗ୍ରହ କରିଛି ।ଏହି ପାଣ୍ଠି ପ୍ରଦାନରେ ବଡ଼ ଭୂମିକା ନିଭାଇଛି ଟାଇଗର ଗ୍ଲୋବାଲ୍‌ (Tiger Global) । କୂରେ ପୂର୍ବରୁ ନିବେଶ କରିଥିବା ସଂସ୍ଥାମାନେ ମଧ୍ୟ ଏହି ସଦ୍ୟ ସିରିଜରେ ଅଂଶ ଗ୍ରହଣ କରିଛନ୍ତି ।

“ଭାରତର ନିଜସ୍ୱ ମାଇକ୍ରୋବ୍ଲଗିଂ ଆପ୍ କୂ ସିରିଜ୍ ବି ଫଣ୍ଡିଂରେ ୩୦ ମିଲିୟନ୍ ଡଲାର ସଂଗ୍ରହ କରିଛି,’’ କୂ (Koo app) ବୁଧବାର ଦିନ ଏକ ବିବୃତ୍ତିରେ କହିଛି । କମ୍ପାନୀ କହିଛି ଯେ ଏହାର ଦ୍ୱିତୀୟ ସିରିଜ୍‌ ପାଣ୍ଠି ସଂଗ୍ରହରେ ଆକ୍ସେଲ ପାର୍ଟନର୍ସ, କାଲାରି କ୍ୟାପିଟାଲ୍, ବ୍ଲୁମ୍ ଭେଞ୍ଚର୍ସ ଓ ଡ୍ରିମ୍ ଇନକ୍ୟୁବେଟର ପରି ଏହାର ପୂର୍ବ ନିବେଶକମାନେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ଏଥିରେ ଯୋଗ ଦେଇଥିବା ଦୁଇଟି ନୂଆ ନିବେଶକ ହେଉଛନ୍ତି ଆଇ.ଆଇ.ଏଫ୍.ଏଲ୍. ଓ ମୀରା ଆସେଟ୍ସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସାମ୍ନାରେ ଜଗନ୍ନାଥଙ୍କ ବିଗ୍ରହ, ପରଦାରେ ବାତ୍ୟାର ଗତି ପଥ: ‘ୟାସ୍ବିଷୟରେ ଖବର ରଖୁଥିଲେ CM ନବୀନ ପଟ୍ଟନାୟକ

ଉଲ୍ଲେଖନୀୟ କଥା ହେଉଛି ଦେଶରେ ଟ୍ୱିଟର୍‌ (Twitter) ଓ ଫେସବୁକ୍‌ (Facebook) ପରି ବଡ଼ ସୋସିଆଲ୍‌ ମିଡି଼ଆ କମ୍ପାନୀଗୁଡି଼କଠାରୁ ଅଧିକ ଉତ୍ତରଦାୟିତ୍ୱ ଓ ଯାଞ୍ଚ ଲୋଡ଼ୁଥିବା ନୂଆ ଆଇ.ଟି. ଆଇନ୍‌ କାର୍ଯ୍ୟକାରୀ ହେଉଥିବା ବେଳେ କୂ (Koo app) ଏହି ପାଣ୍ଠି ସଂଗ୍ରହ କରିଛି । ଏବେ କୂ’ର ପାଖାପାଖି ୬୦ ଲକ୍ଷ ଉପଭୋକ୍ତା ଅଛନ୍ତି, ଯାହା ଯୋଗୁଁ ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହାର ଗଣତି ଏକ ପ୍ରମୁଖ ସୋସିଆଲ୍ ମିଡି଼ଆ କମ୍ପାନୀ ହିସାବରେ ହେଉଛି । ଗତ ସପ୍ତାହରେ କୂ କହିଛି ଯେ ଏହା ନୂଆ ନିୟମର ଆବଶ୍ୟକତା ଓ ଏହାର ଗୋପନୀୟତା ନୀତି (privacy policy), ବ୍ୟବହାର ସର୍ତ୍ତାବଳୀ ଓ କମ୍ୟୁନିଟି ପଲିସି ଆଦିର ଅନୁପାଳନ କରିଛି ।

ଏହା ବି ପଢ଼ନ୍ତୁ | ଆଉ ନାହାଁନ୍ତି ପ୍ରବଚକ ପଣ୍ଡିତ ଚାରଣ ରାମ ଦାସ; କରୋନା ସଂକ୍ରମଣରେ ତାଙ୍କର ପରଲୋକ ହେଲା

ସବୁ ଭାରତୀୟ ଭାଷାରେ କୂ ଆପର ଇଞ୍ଜିନିୟରିଂ, ପ୍ରଡକ୍ଟ ଓ କମ୍ୟୁନିଟି ପ୍ରୟାସକୁ ମଜବୁତ କରିବା ପାଇଁ ଏହି ତାଜା ନିବେଶରୁ ମିଳିଥିବା ପୁଞ୍ଜି ବ୍ୟବହୃତ ହେବ ।କୂ’ର ସହ-ପ୍ରତିଷ୍ଠାତା ତଥା ସିଇଓ ଅପ୍ରମେୟ ରାଧାକୃଷ୍ଣ କହିଛନ୍ତି, ‘‘ଆସନ୍ତା କିଛି ବର୍ଷ ମଧ୍ୟରେ ବିଶ୍ୱର ସର୍ବବୃହତ ସୋସିଆଲ୍ ମିଡି଼ଆ ପ୍ଲାଟଫର୍ମରେ ପରିଣତ ହେବାକୁ ଆମର ଏକ ଆକ୍ରମଣାତ୍ମକ ଯୋଜନା ରହିଛି । ପ୍ରତ୍ୟେକ ଭାରତୀୟ ଆମେ ଶୀଘ୍ର ସେଠାରେ ପହଞ୍ଚୁ ବୋଲି ଆମକୁ ଉତ୍ସାହିତ କରୁଛନ୍ତି ।ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଟାଇଗର୍‌ ଗ୍ଲୋବାଲ୍‌ ଏକ ଉପଯୁକ୍ତ ପାର୍ଟନର୍‌ ।’’

ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ନାଚିଲେ ନାଗୁଣୀ ନାଚ; ପୋଲିସ୍ମାମଲା ରୁଜୁ କଲା

କୂ ଆପ୍‌ ଓ କମ୍ପାନୀ କ୍ରମିକ ଉଦ୍ୟୋଗୀ ତଥା ଟ୍ୟାକ୍ସି ଫର୍‌ ସ୍ୟୋରର (TaxiForSure) ପ୍ରତିଷ୍ଠାତା ଅପ୍ରମେୟ ରାଧାକୃଷ୍ଣ (Aprameya Radhakrishna) ଓମୟଙ୍କ ବିଦାୱକ୍ତାଙ୍କ ଦ୍ୱାରା ପ୍ରତିଷ୍ଠିତ କରାଯାଇଛି । ସେମାନେ ପୂର୍ବରୁ ମିଡିଆ-ଆଣ୍ଟ (MediaAnt) ଓ ଗୁଡବକ୍ସ (Goodbox) ପରି କମ୍ପାନୀ ପ୍ରତିଷ୍ଠା କରିଥିଲେ । ଦେଶରେ ସ୍ୱଦେଶୀ ଡିଜିଟାଲ୍‌ ପ୍ଲାଟଫର୍ମର ବ୍ୟବସ୍ଥାକୁ ବିସ୍ତାର କରିବାକୁ ଦେଶରେ ଲୋକେ ଇଚ୍ଛା ଓ ଦାବି ପ୍ରକାଶ କରୁଥିବାରୁ କୂ’ର ଲୋକପ୍ରିୟତା ବୃଦ୍ଧି ପାଇଛି ।



ଗତ କିଛି ମାସ ମଧ୍ୟରେ କେତେକ କେନ୍ଦ୍ର ମନ୍ତ୍ରୀ ତଥା ସରକାରୀ ବିଭାଗ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମକୁ ସମର୍ଥନ କରିବା ପରେ କୋ ଏହାର ଉପଭୋକ୍ତା ଆଧାରରେ ବ୍ୟାପକ ଅଭିବୃଦ୍ଧି ଘଟିଛି ।
Published by: Anand ST Das
First published: May 26, 2021, 11:20 PM IST