ଜାଣନ୍ତୁ କ'ଣ ପାଇଁ ବଢୁଛି Petrol-Diesel ଦାମ୍; ଟିକସ ହ୍ରାସ କରିବେ କି ସରକାର....?
ରାଜ୍ୟସଭାରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ହ୍ରାସ କରିବାକୁ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ । ଅର୍ଥନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିକସ କଟାଯିବ ଓ ଯାହାକି ବଜାର ଉପରେ ନିର୍ଭର କରିବ ।

ଜାଣନ୍ତୁ କ'ଣ ପାଇଁ ବଢୁଛି Petrol-Diesel ଦାମ୍
- News18 Odia
- Last Updated: February 10, 2021, 4:15 PM IST
ନୂଆ ଦିଲ୍ଲୀ: ଦେଶରେ ପେଟ୍ରୋଲ ଡିଜେଲ ଦାମ୍ କ୍ରମାଗତ ଭାବେ ବୃଦ୍ଧି ପାଉଛି । ପେଟ୍ରୋଲ ଡିଜେଲ (Petrol-Desiel Price) ଦାମ୍ ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ଇନ୍ଧନ ମୂଲ୍ୟରେ ହ୍ରାସକୁ ଅପେକ୍ଷା କରିଛନ୍ତି । କିନ୍ତୁ ବୁଧବାର ଦିନ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ (Ministry of Petroleum and Natural Gas) ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ କୌଣସି ଟିକସ ହ୍ରାସ କରିବେ ନାହିଁ ।
ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ହ୍ରାସ କରିବାକୁ ସରକାରଙ୍କ ପାଖେ କୌଣସି ପ୍ରସ୍ତାବ ନାହିଁ । ସେ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବୃଦ୍ଧି କିମ୍ବା ହ୍ରାସ କରିବା ସରକାରଙ୍କ ଆବଶ୍ୟକତା ଓ ବଜାର ସ୍ଥିତି ଭଳି ଅନେକ ଦିଗ ଉପରେ ନିର୍ଭର କରେ ।
ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାଖାପାଖି ପହଞ୍ଚି ସାରିଛି
କ୍ରମାଗତ ଦାମ୍ ବୃଦ୍ଧି ଯୋଗୁଁ ପେଟ୍ରୋଲ ଡିଜେଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ରାଜସ୍ଥାନର ଗଙ୍ଗନଗର ସହରରେ ପେଟ୍ରୋଲର ମୂଲ୍ୟ ଭାରତରେ ସର୍ବାଧିକ ଥିଲା ବୁଧବାର ଦିନ ଲିଟର ପିଛା ୯୮.୧୦ ଟଙ୍କା ଥିଲା । ଏଥି ସହିତ ଡିଜେଲର ଦାମ୍ ଲିଟର ପିଛା ୮୯.୭୩ ଟଙ୍କା ଯାହା ସମଗ୍ର ଦେଶରେ ସର୍ବାଧିକ ରହିଥିଲା ।
କେନ୍ଦ୍ର ସରକାର ଆଦାୟ କରୁଛନ୍ତି ଏତିକି ଟିକସ
ଗତ ସପ୍ତାହରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାରେ କହିଥିଲେ ଯେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପିଛା ୩୨.୯୮ ଟଙ୍କା ଆଦାୟ କରୁଥିବାବେଳେ ଡିଜେଲରେ ଲିଟର ପିଛା ୩୧.୮୩ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ନେଉଛି ।
ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ଟ୍ୟାକ୍ସ
ପେଟ୍ରୋଲ ଉପରେ ଭାଟ୍ ହିସାବରେ ରାଜ୍ୟ ସରକାର ୧୯.୫୫ ଟଙ୍କା ଆଦାୟ କରୁଛନ୍ତି । ଏଥି ସହିତ ଡିଜେଲ ଉପରେ ଭାଟ୍ ଉପରେ ରାଜ୍ୟ ସରକାର ୧୦.୯୯ ଟଙ୍କା ଟିକସ ଲାଗୁ କରିଛନ୍ତି । ଏହା ବ୍ୟତୀତ ପେଟ୍ରୋଲ ଉପରେ ଡିଲରଙ୍କ କମିଶନ ଲିଟର ପିଛା ୨.୬ ଟଙ୍କା ଓ ଡିଜେଲ ଉପରେ ଲିଟର ପିଛା ୨ ଟଙ୍କା ଡିଲରଙ୍କ କମିଶନ ରହିଛି ।
ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦାମ୍ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଯାହା ଖୁଚୁରା ଇନ୍ଧନ ବିକ୍ରୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ସୋମବାର ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳର ଦାମ୍ ବ୍ୟାରେଲ ପିଛା ୬୦ ଡଲାର ଅତିକ୍ରମ କରିଛି । ଏହାର କାରଣରୁ ଗତ ତିନି ଦିନ ପରେ ଘରୋଇ ବଜାରରେ ପେଟ୍ରୋଲ ଡିଜେଲର ଦାମ୍ (Petrol Diesel Rate) ମହଙ୍ଗା ହୋଇଛି ।