ମକର ସଂକ୍ରାନ୍ତି: ରାହୁ ଓ ଶନି ଦୋଷରୁ ରକ୍ଷା ପାଇବାକୁ କ’ଣ ଦାନ କରିବା ଉଚିତ ଜାଣନ୍ତୁ
ବିଶ୍ୱାସ କରାଯାଏ ଯେ ମକର ସଂକ୍ରାନ୍ତିରେ ଦିଆଯାଉଥିବା ଦାନ ଅନ୍ୟ ଦିନ ତୁଳନାରେ ଦାତାଙ୍କୁ ଅନେକ ଗୁଣ ଅଧିକ ଶୁଭ ଫଳ ଦେଇଥାଏ । କେବଳ ମନେରଖିବା ଉଚିତ ଯେ ଦାନ ସେବା ଭାବ ସହିତ କରାଯିବା ଉଚିତ ।

ମକର ସଂକ୍ରାନ୍ତି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ ।
- News18 Odia
- Last Updated: January 13, 2021, 11:05 PM IST
ନୂଆ ଦିଲ୍ଲୀ: ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କର ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବାକୁ ମକର ସଂକ୍ରାନ୍ତି କହନ୍ତି । ଏ ବର୍ଷ ୧୪ ଜାନୁଆରୀରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଉଛି । ଏହି ଦିନ ଗାଧୋଇବା ଓ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି ।
ମକର ସଂକ୍ରାନ୍ତିରେ କଳା ତିଳ, ହରଡ଼ ଡାଲି, ଘିଅ, ଗୁଡ଼, ଚାଉଳ, ଖିଚଡ଼ି ଓ କମ୍ବଳ ଭଳି ଜିନିଷ ମୁଖ୍ୟତଃ ଦାନ କରାଯାଇଥାଏ । ବିଶ୍ୱାସ କରାଯାଏ ଯେ ମକର ସଂକ୍ରାନ୍ତିରେ ଦିଆଯାଇଥିବା ଦାନ ଅନ୍ୟ ଦିନ ତୁଳନାରେ ଦାତାଙ୍କୁ ଅନେକ ଗୁଣ ଅଧିକ ଶୁଭ ଫଳ ଦେଇଥାଏ । ଦାନ ଆମ ଜୀବନରେ ସୁଖ ଓ ସମୃଦ୍ଧି ଆଣିଥାଏ । କେବଳ ଏହି କଥା ମନେରଖିବା ଉଚିତ ଯେ ଦାନ ସେବା ଭାବ ସହିତ କରାଯିବା ଉଚିତ । ଦେଖାଇବା ପାଇଁ ଦିଆଯାଇଥିବା ଦାନରୁ କୌଣସି ପୁଣ୍ୟ ମିଳେ ନାହିଁ ।
ଦେଖନ୍ତୁ ଫଟୋ | ଅଭିନେତ୍ରୀ ଏଶା ଗୁପ୍ତାଙ୍କ ତାଜା ଫଟୋ ସବୁ ଦେଖି ତାଙ୍କ ପ୍ରଶଂସକମାନେ କହିଲେ, ‘‘Oh, oh!’’
ମନକାମେଶ୍ୱର ମନ୍ଦିରର ମହନ୍ତ ଦେବ୍ୟାଗିରିଙ୍କ କହବିବା ଅନୁସାରେ ଶନି ଦେବ ମକର ସଂକ୍ରାନ୍ତି ଦିନ ନିଜ ପିତା ସୂର୍ଯ୍ୟ ଭଗବାନଙ୍କୁ ଖୁସି କରିବା ପାଇଁ କଳା ତିଳରେ ପୂଜା କରିଥିଲେ । ଯଦି ବାପା ଓ ପୁଅଙ୍କ ମଧ୍ୟରେ ଝଗଡ଼ା ଚାଲିଛି ତେବେ ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଭଗବାନଙ୍କୁ ତିଳ ଅର୍ପଣ କରିବା ଦ୍ୱାରା ପିତା-ପୁତ୍ର ସମ୍ପର୍କ ମଧୁର ହୋଇଥାଏ ବୋଲି ବିଶ୍ୱାସ ରହିଛି । କଳା ତିଳ, ହରଡ଼ ଡାଲି ଓ ଚମଡ଼ା ଜୋତା ଦାନ କରିବା ଦ୍ୱାରା ଶନି ଦୋଷ ଦୂର ହୋଇଥାଏ ।

ମକର ସଂକ୍ରାନ୍ତିରେ ପାଣିରେ ତିଳ ପକେଇ ଗାଧୋଇବାର ବି ପରମ୍ପରା ଅଛି ।
ଏହା ବି ପଢ଼ନ୍ତୁ | IND vs AUS: ପତ୍ନୀ କହିଲେ, ‘କାଲି ରାତି ଯାଏଁ କେତେ କଷ୍ଟ ପାଉଥିଲେ ଅଶ୍ୱୀନ୍… ନଇଁ ପାରୁ ନ ଥିଲେ’
ଗୁଡ଼ ଓ ଘିଅ ଦାନ କଲେ ଗୁରୁ ଦୋଷ କଟେ
ଏ ଥର ମକର ସଂକ୍ରାନ୍ତି ପର୍ବ ଗୁରୁବାର ଦିନ ଆସିଛି । ତେଣୁ ଗୁଡ଼ ଓ ଘିଅ ଦାନ କରିବାର ମହତ୍ୱ ଅଧିକ ରହିଛି । ଗୁଡ଼ ଓ ଘିଅ ଦାନ ବୃହସ୍ପତି ଗ୍ରହର ତ୍ରୁଟି ଦୂର କରେ । ଏହି ଦିନ ଚାଉଳ ଦାନର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ଚାଉଳ ଦାନ କଲେ ପୁଣ୍ୟ ପ୍ରାପ୍ତି ହୁଏ । ତେଣୁ ଏହି ଦ୍ରବ୍ୟଗୁଡ଼ିକୁ ଦାନ କରାଯିବା ଉଚିତ୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିରାଟ ଓ ଅନୁଷ୍କାଙ୍କ ଝିଅ ଭଲ ଅଛି; ତା’ ଜନ୍ମ ଦିନ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମ ଦିନ ସହ ମେଳ ଖାଉଛି
ରାହୁ-କେତୁଙ୍କ କ୍ରୋଧରୁ ବଞ୍ଚାଏ କମ୍ବଳ ଦାନ
ମକର ସଂକ୍ରାନ୍ତିରେ କମ୍ବଳ ଦାନ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । କୌଣସି ଅଭାବୀ ଲୋକକୁ ଦାନ ରୂପେ ଦିଆଯାଇଥିବା କଳା ଓ ଧଳା କମ୍ବଳ ଦାତାଙ୍କୁ ରାହୁ-କେତୁଙ୍କ ପ୍ରକୋପରୁ ରକ୍ଷା କରେ । ଏହି ଦିନ ଅଧିକରୁ ଅଧିକ ଲୋକ କମ୍ବଳ ଦାନ କରିବା ଉଚିତ୍ ।
ଏହା ବି ପଢ଼ନ୍ତୁ | ଦୀପିକା ପାଦୁକୋନଙ୍କୁ ଜନ୍ମ ଦିନରେ ଫଟୋଗ୍ରାଫରମାନେ ସରପ୍ରାଇଜ୍ ଦେଲେ; କେକ୍ ଖୁଆଇଲେ
ପୁରୁଣା ଜିନିଷ ଦାନ କରନ୍ତୁ ନାହିଁ
ମନକାମେଶ୍ୱର ମନ୍ଦିରର ମହନ୍ତ ଦେବ୍ୟାଗିରି କହିଛନ୍ତି ଯେ ମକର ସଂକ୍ରାନ୍ତି ଦିନ ପୁରୁଣା ପୋଷାକ, ଇସ୍ପାତ ବାସନ, ଲୁହା ଓ ପ୍ଲାଷ୍ଟିକ ଦାନ କରିବା ଉଚିତ୍ ନୁହେଁ । ସେମାନେ ଖରାପ ଗ୍ରହର ସୂଚକ ବୋଲି ସେ କହିଛନ୍ତି । କୌଣସି ଅଭାବୀ ଲୋକକୁ ନୂଆ ପୋଷାକ ଦେବା ଶୁଭ ବୋଲି ବିବେଚନା କରାଯାଏ । ପୋଷାକ ଦାନରେ କେବଳ ନୂଆ ପୋଷାକ ହିଁ ଦାନ କରାଯିବା ଉଚିତ୍, ପୁରୁଣା ନୁହେଁ ।