News18 Odia Digital
Gold Price Today: ଆଜି ଦେଶରେ (India) ୨୪ ଓ ୨୨ କ୍ୟାରେଟ୍ ସୁନାର (Gold Price) ୧୦ ଗ୍ରାମ ହାର ଗତ ୨୪ ଘଣ୍ଟା ମଧ୍ୟରେ ସମାନ ରହିଛି। ବୁଧବାର ସୁଦ୍ଧା ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୬୦,୪୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୫,୩୪୦ ଟଙ୍କା ଅଛି।
ଭାରତର ପ୍ରମୁଖ ସହରଗୁଡିକ ମଧ୍ୟ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଚେନ୍ନାଇରେ ଆଜି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୨,୨୮୫ ଟଙ୍କା ହୋଇଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୯୨୭ ଟଙ୍କା ରହିଛି।
ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ହାର ୬୦,୯୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ହାର ୫୫,୮୫୦ ଟଙ୍କା ରହିଛି।
କୋଲକାତାରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ହାର ୬୦,୭୬୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୫,୭୦୦ ଟଙ୍କା ରହିଛି। ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୬୦,୭୬୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୫,୭୦୦ ଟଙ୍କା ରହିଛି।
ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ୬୦,୭୬୦ ଟଙ୍କା ହୋଇଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୫,୭୦୦ ଟଙ୍କା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଓ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ସମାନ ରହିଛି।
କିଭଳି ସୁନାର ସୁଦ୍ଧତା ପରଖିବେସରକାରଙ୍କ ଦ୍ୱାରା ସୁନାର ସୁଦ୍ଧତା ଜାଣିବା ପାଇଁ ଏକ ଆପ୍ କରାଯାଇଛି । ଯେଉଁଥିରେ ଆପଣ ସୁନାର ସୁଦ୍ଧତା ଛଡା ସୁନା ସହ ଜଡିତ କିଛି ଅଭିଯୋଗ ମଧ୍ୟ କରିପାରିବେ ।
୨୪ କ୍ୟାରେଟ୍ ସୁନାକୁ ଶୁଦ୍ଧ ଭାବରେ ବିବେଚନା କରାଯାଏ, କିନ୍ତୁ ଏହି ସୁନାରୁ ଅଳଙ୍କାର ତିଆରି ହୋଇପାରିବ ନାହିଁ କାରଣ ଏହା ଅତ୍ୟନ୍ତ ନରମ। ସେଥିପାଇଁ ଅଳଙ୍କାର ତିଆରି ସମୟରେ ପ୍ରାୟତଃ ୨୨ କ୍ୟାରେଟ୍ ସୁନା ବ୍ୟବହୃତ ହୁଏ।୨୪ କ୍ୟାରେଟ୍ ସୁନା ୯୯.୯ ପ୍ରତିଶତ ଶୁଦ୍ଧ ଏବଂ ୨୨ କ୍ୟାରେଟ୍ ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ।
୨୨ କ୍ୟାରେଟ୍ ସୁନାରେ ତମ୍ବା, ରୂପା, ଜିଙ୍କ ପରି ୯% ଅନ୍ୟ ଧାତୁ ମିଶ୍ରଣ କରି ଅଳଙ୍କାର ତିଆରି ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା ଉଜ୍ଜ୍ୱଳ, କିନ୍ତୁ ଏହାର ଅଳଙ୍କାର ତିଆରି ହୋଇପାରିବ ନାହିଁ। ସେଥିପାଇଁ ଅଧିକାଂଶ ଦୋକାନୀମାନେ ୨୨ କ୍ୟାରେଟରେ ସୁନା ବିକ୍ରି କରିଥାନ୍ତି।
ସୁନା କିଣିବାବେଳେ ଗ୍ରାହକମାନେ ଏହାର ଗୁଣର ଯତ୍ନ ନେବା ଆବଶ୍ୟକ। ହଲମାର୍କ ଚିହ୍ନ ଦେଖିବା ପରେ ହିଁ ସୁନା ଅଳଙ୍କାର କିଣିବା ଉଚିତ୍। ହଲମାର୍କ ହେଉଛି ସୁନା ପାଇଁ ଏକ ସରକାରୀ ଗ୍ୟାରେଣ୍ଟି ଏବଂ ବ୍ୟୁରୋ ଏଫ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ) ହେଉଛି ଭାରତର ଏକମାତ୍ର ଏଜେନ୍ସି ଯାହା ହଲମାର୍କ ଚିହ୍ନଟ କରିଥାଏ। ବିଆଇଏସ ଆକ୍ଟ ଅନୁଯାୟୀ ନିୟମ ଏବଂ ନିୟମାବଳୀ ଗୁଡିକ ପରିଚାଳିତ ହୋଇଥାଏ।
ପଢ଼ନ୍ତୁ ଏହି ଖବର: EPFO ପେନସନ୍କୁ ନେଇ ସରକାରଙ୍କ ବଡ଼ ଅପଡେଟ୍; ଜୁନ୍ ୨୬ରେ ମିଳିବ ଅଧିକ ଟଙ୍କାସୁନାର ଶୁଦ୍ଧତା ଚିହ୍ନିବା ପାଇଁ ISO ଦ୍ୱାରା ହଲ୍ ମାର୍କ ଦିଆଯାଏ। ୨୪ କ୍ୟାରେଟ୍ ସୁନା ଅଳଙ୍କାରରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୫୮, ୨୨ କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖା ଯାଇଥାଏ। ପ୍ରାୟତ ସୁନା ୨୨ କ୍ୟାରେଟରେ ବିକ୍ରି ହେଉଥିବାବେଳେ କିଛି ଲୋକ ୧୮ କ୍ୟାରେଟ୍ ମଧ୍ୟ ବ୍ୟବହାର କରନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।