News18 Odia Digital
ଭୁବନେଶ୍ୱର: ପୁରୀ-ହାୱଡା ପାଇଁ ଆରମ୍ଭ ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସ । ଦୀର୍ଘ ଦିନର ଅପେକ୍ଷା ଆଜି ସପଳ ହୋଇଛି ଏବଂ ପ୍ରଥମ ଥର ପାଇଁ ଓଡିଶାରେ ଉପଲବ୍ଧ ହୋଇଛି ବନ୍ଦେ ଭାରତ ମେଟ୍ରୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି ।
ଏହି ୧୬ ଟି କୋଚ୍ ବିଶିଷ୍ଟ ସେମି ହାଇ ସ୍ପିଡ୍ ଟ୍ରେନ ନିୟମିତ ଭାବେ ମେ ୨୦ ତାରିଖରୁ ଚାଲିବା ଆରମ୍ଭ କରିବ । ଏହି ସେବା ଗୁରୁବାର ବ୍ୟତୀତ ସପ୍ତାହରେ ଛଅ ଦିନ ଉପଲବ୍ଧ ହେବ । ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଯାଜପୁର ରୋଡ୍, ଭଦ୍ରକ, ବାଲେଶ୍ବର, ଖଡ଼ଗପୁର ଷ୍ଟେସନରେ ୨ ମିନିଟ ଲେଖାଏଁ ଏହି ଟ୍ରେନ୍ ରହିବ।
ବନ୍ଦେ ଭାରତ ଏକ୍ସପ୍ରେସର ସମୟ ସାରଣୀ- ପୂର୍ବତଟ ରେଳପଥ ପକ୍ଷରୁ ରେଳ ବୋର୍ଡକୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ, ପ୍ରତିଦିନ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ଟା ୧୦ରେ ହାୱଡା ଷ୍ଟେସନରୁ ବାହାରି ୧୨ଟା ୨୫ରେ ପୁରୀରେ ପହଞ୍ଚିବ। ସେହିପରି ଅପରାହ୍ନ ଗୋଟାଏ ୫୦ ମିନିଟରେ ପୁରୀ ଷ୍ଟେସନ ଛାଡ଼ିବ ଓ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ।
ତେବେ ରେଳ ବିଭାଗର ସୂଚନା ଅନୁଯାୟୀ, 22895 ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଯାତ୍ରୀଙ୍କ ବୁକିଂ ମେ ୧୭ ରୁ ଅନଲାଇନ୍ ଏବଂ ଅଫଲାଇନ୍ ମୋଡରେ କରିପାରିବେ । ଯାତ୍ରୀମାନେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ଅଫିସିଆଲ୍ ୱେବସାଇଟ୍ କିମ୍ବା ଆପକୁ ଯାଇ ଟିକେଟ୍ ବୁକିଂ କରି ପାରିବେ । ଟ୍ରେନ୍ ଚାଲୁଥିବା ଯାଏଁ ଡୋର୍ ଖୋଲିବ ନାହିଁ କିମ୍ବା ବନ୍ଦ ନ ହେବା ଯାଏଁ ଚାଲିବ ନାହିଁ। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ ଲାଗିଛି ଅଟୋମେଟେଡ୍ କ୍ଲୋଜିଂ ଡୋର୍ । ପ୍ରତି କୋଚରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ଡୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି । ସବୁ ଶ୍ରେଣୀର ଯାତ୍ରୀଙ୍କ ପାଇଁ ରିକ୍ଲାଇନର ସିଟ୍ ବ୍ୟବସ୍ଥା ଥିବା ବେଳେ ଏକ୍ଜିକ୍ୟୁଟିଭ୍ ଶ୍ରେଣୀ ପାଇଁ ୧୮୦ ଡିଗ୍ରୀ ବୁଲିପାରୁଥିବା ସିଟ୍ ରହିଛି । ତାସହିତ ଟ୍ରେନରେ ବାୟୋ ଭାକ୍ୟୁମ୍ ଟଏଲେଟ୍ ରହିଛି ।
କେତେ ରହିଛି ଟିକେଟ୍ ମୂଲ୍ୟ ?ଏସି ଚେୟାର କାର (CC)ହାୱଡାରୁ ପୁରୀ- 1,265 ଟଙ୍କା, କ୍ୟାଟରିଂ ଚାର୍ଜ 162 ଟଙ୍କା
ହାୱଡାରୁ ଖୋର୍ଦ୍ଦା ରୋଡ୍ ଜଙ୍କସନ- 1,155 ଟଙ୍କା
ହାୱଡାରୁ ଭୁବନେଶ୍ୱର - 1,125 ଟଙ୍କା
ହାୱଡାରୁ କଟକ - 1,095 ଟଙ୍କା
ହାୱଡାରୁ ଯାଜପୁର ରୋଡ୍ - 975 ଟଙ୍କା
ହାୱଡାରୁ ଭଦ୍ରକ - 910 ଟଙ୍କା
ହାୱଡାରୁ ବାଲେଶ୍ୱର - 805 ଟଙ୍କା
ହାୱଡାରୁ ଖଡଗପୁର - 605 ଟଙ୍କା
ଏକଜକ୍ୟୁଟିଭ୍ ଚେୟାର କାର (EC)ହାୱଡାରୁ ପୁରୀ - 195 ଟଙ୍କା କ୍ୟାଟରିଂ ଚାର୍ଜ ସହିତ 2,420 ଟଙ୍କା
ହାୱଡାରୁ ଖୋର୍ଦ୍ଦା ରୋଡ୍ ଜଙ୍କସନ - 2,190 ଟଙ୍କା
ହାୱଡାରୁ ଭୁବନେଶ୍ୱର- 2,130 ଟଙ୍କା
ହାୱଡାରୁ କଟକ - 2,065 ଟଙ୍କା
ହାୱଡାରୁ ଯାଜପୁର ରୋଡ୍ - 1,810 ଟଙ୍କା
ହାୱଡାରୁ ଭଦ୍ରକ - 1,690 ଟଙ୍କା
ହାୱଡାରୁ ବାଲେଶ୍ୱର - 1,480 ଟଙ୍କା
ହାୱଡାରୁ ଖଡଗପୁର- 1,075 ଟଙ୍କା
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।