+୨ ବିଜ୍ଞାନ ପରୀକ୍ଷାରେ କେଏମ୍ବିବି କଲେଜର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଛନ୍ତି ୧୩ ଜଣ ଛାତ୍ରଛାତ୍ରୀ ।
- News18 Odia
- Last Updated :
- Cuttack
News 18 Odia Digital
ଭୁବନେଶ୍ୱର : ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ବିଜ୍ଞାନରେ ୯୪% ଓ ବାଣିଜ୍ୟରେ ୮୯% ପାସ୍ ହାର ରହିଛି ରାଜ୍ୟରେ । କିନ୍ତୁ କେଏମ୍ବିବି ଜୁନିଅର ସାଇନ୍ସ କଲେଜର ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷାରେ ଶତପ୍ରତିଶତ ପାସ ହାର ସହ ଏକ ରେକର୍ଡ଼ ସୃଷ୍ଟି କରିଛି । ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧୩ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ଛାତ୍ର ରୁଧିନନ୍ଦନ ପଣ୍ଡା ୫୭୧ ନମ୍ବର ରଖି କଲେଜରେ ପ୍ରଥମ ହୋଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ସୌରଭ ସବ୍ୟସାଚୀ ଜେଠୀ ୫୬୭, ଶୋଭନ ସାଥୁଆ ୫୬୪, ରୁକ୍ମିଣୀ ନାୟକ ୫୫୬, ସୁନୀଲ ସାହୁ ୫୫୫, ସୂର୍ଯ୍ୟନାରାୟଣ ସାହୁ ୫୫୨, ଶୁଭ୍ରାଂଶୁ ଶେଖର ସ୍ବାଇଁ ୫୪୯, ଗାୟତ୍ରୀ ସାହୁ ଓ ସତ୍ୟବ୍ରତ ମହାକୁଡ଼ ଯୁଗ୍ମ ଭାବେ ୫୪୭ ନମ୍ବର ରଖିଛନ୍ତି। ସେହିପରି ଅଭିଜିତ୍ ପରିଜା ୫୪୫, ମୃତ୍ୟୁଞ୍ଜୟ ପଟ୍ଟନାୟକ ୫୪୪, ପ୍ରଦ୍ୟୁମ୍ନ ସାହୁ ୫୪୩ ଏବଂ ଶୁଭ୍ରାଂଶୁ ସ୍ବୟଂପ୍ରଭା ଦାଶ ୫୪୧ ନମ୍ବର ରଖିଛନ୍ତି। ୫୫ ଜଣ ଛାତ୍ରଛାତ୍ରୀ ୮୦ରୁ ୯୦ ପ୍ରତିଶତ ମଧ୍ୟରେ ମାର୍କ ରଖିଥିବା ବେଳେ ୪୪ ଜଣ ୭୦ରୁ ୮୦% ମଧ୍ୟରେ ମାର୍କ, ୮ ଜଣ ୬୫ରୁ ୭୦ ପ୍ରତିଶତ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସବୁଠାରୁ ବଡ଼ କଥା ହେଉଛି କି ଯେ ଚଳିତ ବର୍ଷ କଲେଜର ସମସ୍ତ ୧୨୦ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି । ଦଶମ ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୪ ଜଣ ବିଦ୍ୟାର୍ଥୀ କଲେଜରେ ନାମ ଲେଖାଇଥିଲେ। କଲେଜର ଅଧ୍ୟାପକ/ଅଧ୍ୟାପିକାଙ୍କ ସଠିକ୍ ମାର୍ଗଦର୍ଶନ ଏବଂ ବିଦ୍ୟାର୍ଥୀଙ୍କ କଠିନ ପରିଶ୍ରମ ଯୋଗୁଁ ୪ ଜଣରୁ ଏହା ୧୩ ଜଣକୁ ବୃଦ୍ଧି ପାଇଛି ବୋଲି କଲେଜର ଅଧ୍ୟକ୍ଷ ଡ. ବିଜୁନି ଚରଣ ସୂତାର କହିଛନ୍ତି।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।