ଗଞ୍ଜାମ ବିକାଶ ଠାରୁ ବହୁ ଦୁରରେ କଇଠଗୁଡି ଗ୍ରାମ; ଆଜି ବି ଏହି ଗ୍ରାମ ଅବହେଳିତ

ଏମିତି ଏକ ଗ୍ରାମ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅଞ୍ଚଳରେ। ରାସ୍ତା ଅଛି ହେଲେ ନଥିବା ସହ ସମାନ, ବିଦ୍ୟାଳୟ ଅଛି ନଥିବା ସହ ସମାନ। ଆଉ ସ୍ଵାସ୍ଥ୍ୟ ପାନୀୟ ଜଳ କଥା ନ କହିବା ଭଲ। ସତରେ ଏହି ଗ୍ରାମ ଆଜି ବି ଅବହେଳିତ।

ଗଞ୍ଜାମ ବିକାଶ ଠାରୁ ବହୁ ଦୁରରେ କଇଠଗୁଡି ଗ୍ରାମ

ଗଞ୍ଜାମ ବିକାଶ ଠାରୁ ବହୁ ଦୁରରେ କଇଠଗୁଡି ଗ୍ରାମ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଗଞ୍ଜାମ: ଆଦିବାସୀ ଗାଁ ଗୁଡିକର ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ଭଳି କି ଭଳି ଯୋଜନା ମାଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତଥାପି ଉପାନ୍ତ ଇଲାକା ଗୁଡିକରେ ବିକାଶ ଆଜି ବି ସାତ ସପନ।

ଏମିତି ଏକ ଗ୍ରାମ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅଞ୍ଚଳରେ। ରାସ୍ତା ଅଛି ହେଲେ ନଥିବା ସହ ସମାନ, ବିଦ୍ୟାଳୟ ଅଛି ନଥିବା ସହ ସମାନ। ଆଉ ସ୍ଵାସ୍ଥ୍ୟ ପାନୀୟ ଜଳ କଥା ନ କହିବା ଭଲ। ସତରେ ଏହି ଗ୍ରାମ ଆଜି ବି ଅବହେଳିତ।

ସୋରଡା ବ୍ଳକ ତଥା ମେରିକୋଟ ଗ୍ରାମ ପଞ୍ଚାୟତର କଇଠଗୁଡି ଗ୍ରାମ। ଏହି କଇଠଗୁଡି ଗ୍ରାମ ନିକଟରେ ଆହୁରି ରହିଛି ଦୁଇଟି ଗ୍ରାମ। ହେଲେ ସମସ୍ୟା କହିଲେ ନ ସରେ ଏହି ଗ୍ରାମ ଗୁଡିକର।

ଗ୍ରାମକୁ ବଡଗଡ ବାରଖମଣିଆ ଠାରୁ ଘାଟି ଉପର ଦେଇ ରାସ୍ତା ନିର୍ମାଣ ହୋଇଛି ସତ। ହେଲେ ରାସ୍ତାର ବାସ୍ତବ ଚିତ୍ର କିଛି ଭିନ୍ନ କାହାଣୀ କହୁଛି। ଗ୍ରାମରେ ବିଦ୍ୟାଳୟ ଅଛି ସତ। ୮୦ ପିଲା ପାଠ ପଢ଼ନ୍ତି ହେଲେ କିନ୍ତୁ ମାତ୍ର ୨୦ ଜଣ ଆସନ୍ତି ବିଦ୍ୟାଳୟକୁ। ଏହି ଅବହେଳିତ ଗ୍ରାମ ଗୁଡିକର ଦୃଶ୍ୟ ସବୁରି ଘର ଏବେ ବି ଟିଣ ଚାଳଛପର ମଧ୍ୟରେ ରହିଛି ସମିତି। ସତରେ ଶିକ୍ଷା ଗମନାଗମନ ଥାଇ ଆଜି ନଥିବା ସହ ସମାନ ହୋଇଥିବା ବେଳେ ଏଠାକାର ଲୋକଙ୍କ ସମସ୍ୟା ସମାଧାନ ଦିଗରେ କିଏ ପଦକ୍ଷେପ ନିଅନ୍ତି ନାହିଁ।

ଆଜି ବି ଏହି ଗ୍ରାମ ଅବହେଳିତ


ତଥାପି ବହୁବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା ବେଳେ ଗ୍ରାମର ଉନ୍ନତି ପାଇଁ ପ୍ରଶାସନ ଟିକିଏ ନଜର ଦେବାର ଆବଶ୍ୟକତା ଥିବା କୁହନ୍ତି ଗ୍ରାମର ଦୁର୍ଲଭା ଭୂୟାଁ।

ଏମିତି କି ଅନେକ ସମୟରେ ସ୍ଵାସ୍ଥ୍ୟ ସେବା ପାଇଁ ଏଠାକାର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ପାଣି ସମସ୍ୟା ନକହିବା ଭଲ। ସୋଲାର ପାଣି ଟାଙ୍କି ଥାଇ ମଧ୍ୟ ସଠିକ ଭାବେ ପାଣି ପାଅ।ନ୍ତି ନାହିଁ ଏଠକାର ଲୋକେ। ଏମିତି ସମସ୍ୟା ଏହି ଗ୍ରାମରେ ଗଲା ଅନେକ ବର୍ଷ ଧରି ଲାଗି ରହିଥିବା ବେଳେ ମାସ ମାସ ଧରି ଏଠାକାର ଅସହାୟମାନଙ୍କୁ ମଧ୍ୟ ଭତ୍ତା ମିଳିନଥାଏ। ତଥାପି ଏମିତି ଅନେକ ସମସ୍ୟା ମଧ୍ୟରେ ରହୁଛନ୍ତି ଏଠାକର ଲୋକେ।

ତେବେ ଘଟଣାରେ ଭଞ୍ଜନଗର ଉପ-ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାଏଙ୍କ ନଜରକୁ ଆଣିବା ପରେ ସେ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦେଇଛନ୍ତି ପ୍ରତିଶୃତି।

ତେବେ ଦେଖାଯାଉ ଏହି ଅବହେଳିତ ଗ୍ରାମର ସମସ୍ୟା କେବେ ସମାଧାନ ହେଉଛି ତାକୁ ଏବେ ଅନାଇ ବସିଛନ୍ତି ଏଠାକାର ଲୋକେ।
Published by:Lipina Das
First published: