ଭୁବନେଶ୍ୱରରେ ମାଞ୍ଜା ସୂତା ଲାଗି ୩ ଯୁବକଙ୍କ ବେକ କଟିଲା, ଅଳ୍ପକେ ବଞ୍ଚିଲା ଜୀବନ; ପୋଲିସ ତଦନ୍ତ ଜାରି

Illegal Chinese thread used in flying kites cuts necks of 3 youths in Bhubaneswar | ଗୁଡ଼ି ଉଡ଼େଇବାରେ ବ୍ୟବହୃତ ବେଆଇନ୍ ମାଞ୍ଜା ସୂତା କଟକ ପରେ ଭୁବନେଶ୍ୱରରେ ବି ଜନ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଏହି ସୂତା ବିକ୍ରି ହେଉଥିବା ସ୍ଥାନରେ ରେଡ୍ କରି ମାମଲା ରୁଜୁ କରିବାକୁ ସବୁ ଥାନାକୁ କମିସନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ମାଞ୍ଜା ସୂତା ଲାଗି ତିନି ଜଣ ଯୁବକଙ୍କ ବେକ କଟିଯାଇଥିଲା ।

ମାଞ୍ଜା ସୂତା ଲାଗି ତିନି ଜଣ ଯୁବକଙ୍କ ବେକ କଟିଯାଇଥିଲା ।

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ବେଆଇନ୍‌ ମାଞ୍ଜା ସୂତା ଲାଗି ତିନି ଜଣ ଯୁବକ ଆହତ ହୋଇଛନ୍ତି । ଖଣ୍ଡଗିରି ଥାନା ଡୁମୁଡୁମା ପାଲାମଣ୍ଡପ ଅଞ୍ଚଳରେ ଏହି ଅଘଟଣ ଘଟିଛି । ସ୍ଥାନୀୟ ଲୋକେ ତିନି ଯୁବକଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି କିଏ ଗୁଡି଼ ଉଡ଼ାଉଥିଲା ତାହା ଜଣା ପଡି଼ନି ।

ମଙ୍ଗଳବାର ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଏହି ଅଘଟଣ ଘଟିଥିଲା। ଗୁଡ଼ି ଉଡ଼େବା ପାଇଁ ବ୍ୟବହାର ହେଉଥିବା ମାଞ୍ଜା ସୂତା ଦେହରେ ଲାଗି ରାସ୍ତାରେ ଯାଉଥିବା ତିନି ଜଣ ଯୁବକ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲ୍‌ ପକ୍ଷରୁ ଟ୍ୱିଟ କରାଯିବା ପରେ କମିସନରେଟ୍‌ ପୋଲିସ କାର୍ଯ୍ୟାଳୟରୁ ଏକ ଟ୍ୱିଟ୍‌ କରି କୁହା ଯାଇଥିଲା, ‘‘ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇଛି । ଯେଉଁମାନେ ଏଭଳି କାମ କରିଛନ୍ତି ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’

ଏହା ବି ପଢ଼ନ୍ତୁ | Omicron: ‘ଆସନ୍ତା ସପ୍ତାହରେ ଦେଶରେ ଭୟାବହ ସ୍ଥିତି ଆଣିପାରେ କରୋନା’, କହିଲେ ବିଶେଷଜ୍ଞ

‘‘ମୁଁ ସ୍କୁଟିରେ ଯାଉଥିଲି । ହଠାତ ଲାଗିଲା ମୋ’ ବେକରେ କିଛି ଗୁଡ଼େଇ ହୋଇଗଲା । ପରେ ହେଲମେଟ୍‌ ଖୋଲି ଦେଖିଲା ବେଳକୁ ମୋ’ ବେକରେ ଏକ ସୂତା ଗୁଡ଼େଇ ହୋଇଛି ଓ ମୋ’ ବେକ କଟି ଯାଇଛି,’’ କହିଛନ୍ତି ଡୁମୁଡୁମା ଅଞ୍ଚଳର ଯୁବକ ସ୍ବୟଂରାୟ ଚୌଧୁରୀ । ଠିକ୍‌ ସେହି ଢଙ୍ଗରେ ଆଖପାଖ ଅଞ୍ଚଳରେ ଆଉ ଦୁଇ ଜଣ ଯୁବକ ମଧ୍ୟ ମାଞ୍ଜା ସୂତାରେ ଆଘାତ ପାଇଛନ୍ତି । ସମସ୍ତଙ୍କ ବେକ କଟି ଯାଇଛି ବୋଲି କହିଛନ୍ତି ସ୍ୱୟଂରାୟ।

ବେଆଇନ୍ ଘୋଷିତ ହୋଇଥିବା ମାଞ୍ଜା ସୂତାକୁ ଦେଖାଉଛନ୍ତି ଭୁବନେଶ୍ୱରର କିଛି ଯୁବକ ।


ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା

ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି କମିସନରେଟ୍‌ ପୋଲିସ । ଅତିରିକ୍ତ ଡି.ସି.ପି. ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି, ‘‘ଏହି ଘଟଣା ସାମନାକୁ ଆସିବା ପରେ ଆମେ ସଜାଗ ହୋଇଛୁ । ଆହତ ହୋଇଥିବା ତିନି ଜଣ ଯୁବକ ଥାନାରେ ଅଭିଯୋଗ କରିବା ପରେ ଆମେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବୁ । କିନ୍ତୁ ଏବେ ସହରରେ ଯେଉଁଠି ମାଞ୍ଜା ସୂତା ବିକ୍ରି ହେଉଛି ସେଠି ରେଡ୍‌ କରି ମାମଲା ରୁଜୁ କରିବା ପାଇଁ ସବୁ ଥାନାକୁ କମିସନରେଟ୍‌ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।’’

ଏହା ବି ପଢ଼ନ୍ତୁ | ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେ

ଆଗକୁ ମକର ସଂକ୍ରାନ୍ତି ଆସୁଛି । ଏହି ପର୍ବରେ ଗୁଡି଼ ଉଡାଇବାର ପରମ୍ପରା ରହିଥିବାରୁ ସେଥିରେ ମାଞ୍ଜା ସୂତାର ବ୍ୟବହାରକୁ ରୋକିବା ପାଇଁ ପାଟ୍ରୋଲିଂକୁ କଡ଼ାକଡିଟ କରିବା ଉପରେ ପୋଲିସ ଗୁରୁତ୍ୱ ଦେଇଛି । ଲୋକଙ୍କୁ ସଚେତନ କରିବାକୁ ସବୁ ଥାନାଙ୍କୁ ନିର୍ଦ୍ଦେଶ ବି ଦିଆଯାଇଛି । ଯେଉଁମାନେ ମାଞ୍ଜା ସୂତା କିମ୍ବା ଚାଇନିଜ୍‌ ସୂତା ବିକ୍ରି କରୁଛନ୍ତି ବା ନିଜ ଦୋକାନରେ ରଖିଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | Bipin Rawatଙ୍କ ହେଲିକପ୍ଟର୍ ‘‘ଆକାଶରେ ହଠାତ ଗାୟବ୍ ହୋଇଯାଇଥିଲା…’’; ଦେଖନ୍ତୁ ଶେଷ ମୁହୂର୍ତ୍ତର VIDEO

ଗତ ମାସ କଟକରେ ମାଞ୍ଜା ସୂତା ଲାଗି ରାସ୍ତାରେ ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ହୋଇଥିଲା । ନିଜ ପତ୍ନୀଙ୍କ ସହ ବାଇକ୍‌ ଯୋଗେ ଶ୍ସଶୁର ଘରକୁ ଯାଉଥିବା ବେଳେ ଗୁଡି ସୂତା ଲାଗିବାରୁ ଘଟଣା ସ୍ଥଳରେ ହିଁ ଯୁବକଙ୍କ ପ୍ରାଣ ଯାଇଥିଲା । ପରେ ଏହି ଘଟଣାକୁ ନେଇ କଟକରେ ପୋଲିସ ପକ୍ଷରୁ ଜୋରଦାର୍‌ ଧରପଗଡ଼ ହୋଇଥିଲା । ଏହି ଘଟଣାର ଦିନକ ପରେ ପୁରୀରେ ମଧ୍ୟ ମାଞ୍ଜା ସୂତା ଲାଗି ଜଣେ ଯୁବକ ଆହତ ହୋଇଥିଲେ ।
Published by:Anand S.T. Das
First published:
)}