ଭାରତ ଓ ସମଗ୍ର ଦକ୍ଷିଣ ଏସିଆ ସ୍କୁଲ ସ୍ତରରେ ଫୁଟବଲର ବିକାଶ କରିବ କିସ୍‍

ସୁଇଜରଲାଣ୍ଡର ଜୁରିକ୍‍ଠାରେ ଉଭୟ ଅନୁଷ୍ଠାନ ମଧ୍ୟରେ ହୋଇଥିବା ଏହି ବୁଝାମଣା ପତ୍ରରେ ଫିଫା ଫାଉଣ୍ଡେସନ୍‍ ପକ୍ଷରୁ ଏହାର ସିଇଓ ୟୁରି ଜୋର୍‍କେଫ୍‍ ସ୍ୱାକ୍ଷର କରିଥିବା ବେଳେ କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ଭାରତ ଓ ସମଗ୍ର ଦକ୍ଷିଣ ଏସିଆ ସ୍କୁଲ ସ୍ତରରେ ଫୁଟବଲର ବିକାଶ କରିବ କିସ୍‍

ଭାରତ ଓ ସମଗ୍ର ଦକ୍ଷିଣ ଏସିଆ ସ୍କୁଲ ସ୍ତରରେ ଫୁଟବଲର ବିକାଶ କରିବ କିସ୍‍

  • Share this:
News18 Odia Digital

ଭୁବନେଶ୍ବର: ଫିଫା ଫୁଟବଲ୍ ଫର ସ୍କୁଲ୍ସ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ସମେତ ଭାରତ ଓ ସମଗ୍ର ଦକ୍ଷିଣ ଏସିଆରେ ସ୍କୁଲ ସ୍ତରରେ ଫୁଟବଲର ବିକାଶ କରିବ କିସ୍‍। ଏଥି ପାଇଁ ବୁଧବାର ଫିଫା ଫାଉଣ୍ଡେସନ୍‍ ଓ କିସ୍‍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ସୁଇଜରଲାଣ୍ଡର ଜୁରିକ୍‍ଠାରେ ଉଭୟ ଅନୁଷ୍ଠାନ ମଧ୍ୟରେ ହୋଇଥିବା ଏହି ବୁଝାମଣା ପତ୍ରରେ ଫିଫା ଫାଉଣ୍ଡେସନ୍‍ ପକ୍ଷରୁ ଏହାର ସିଇଓ ୟୁରି ଜୋର୍‍କେଫ୍‍ ସ୍ୱାକ୍ଷର କରିଥିବା ବେଳେ କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ଫିଫା ଫୁଟବଲ ଫର ସ୍କୁଲ୍ସ କାର୍ଯ୍ୟକ୍ରମରେ ଫିଫା ଫାଉଣ୍ଡେସନ୍‍ କୌଣସି ଶିକ୍ଷାନୁଷ୍ଠାନ ସହ ବୁଝାମଣା କରିବାରେ ଏହା ହେଉଛି ବିଶ୍ୱରେ ପ୍ରଥମ ଓ ଅନନ୍ୟ। ସମଗ୍ର ବିଶ୍ୱରେ ଏଭଳି ବୁଝାମଣା ପ୍ରଥମ ଥର ଲାଗି ସ୍ୱାକ୍ଷରିତ ହୋଇଛି।

ଫିଫା ଫୁଟବଲ ଫର ସ୍କୁଲ୍‍ କାର୍ଯ୍ୟକ୍ରମରେ ଫୁଟବଲର ପ୍ରସାର ଓ ପ୍ରଚାର ଦିଗରେ ଓଡ଼ିଶା, ଭାରତ ତଥା ଦକ୍ଷିଣ ଏସିଆ ପାଇଁ କିସ୍‍ ଜୋନାଲ୍‍ ଏଜେନ୍ସି ଭାବେ କାମ କରିବ।

ଏଥିରେ ସନ୍ତୋଷ ବ୍ୟକ୍ତ କରି ଫିଫା ଫାଉଣ୍ଡେସନ୍‍ର ସିଇଓ ୟୁରି କହିଛନ୍ତି, "ଏହା ଦ୍ୱାରା ଭାରତ ସମେତ ଦକ୍ଷିଣ ଏସିଆର ପ୍ରାୟ ୭୦ କୋଟି ସ୍କୁଲ ପିଲା ଉପକୃତ ହେବେ। ଏହି କାର୍ଯ୍ୟକ୍ରମ ଏବେ ଦକ୍ଷିଣ ଆମେରିକା, ଆଫ୍ରିକା, ପୂର୍ବ ଏସିଆ, କାରିବେନ୍‍ ଓ ଆରବ ରାଷ୍ଟ୍ରଗୁଡ଼ିକରେ ଚାଲୁ ରହିଛି। ଫୁଟବଲର ପ୍ରସାର ଦିଗରେ ଏହି ବୁଝାମଣା ନିଶ୍ଚିତ ଭାବେ ସକାରାତ୍ମକ ପ୍ରଭାବ ପକାଇବ।’’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାର ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ଓଡ଼ିଶାରେ ଫୁଟବଲ ଅଧିକ ପ୍ରୋତ୍ସାହନ ଦେବା ପାଇଁ କିସକୁ ନୋଡାଲ୍‍ ଏଜେନ୍ସି ଭାବେ ଚୟନ କରାଯାଇଛି ବୋଲି ୟୁରି କହିଛନ୍ତି।

ନିଜ ପ୍ରତିକ୍ରିୟାରେ ଅଚ୍ୟୁତ ସାମନ୍ତ କହିଛନ୍ତି, "ବିଶ୍ୱରେ ଅଧିକ ଲୋକପ୍ରିୟ କ୍ରୀଡ଼ା ହେଉଛି ଫୁଟବଲ ଫିଫା ସହ ସହବନ୍ଧିତ ହେବା ଫଳରେ ଓଡ଼ିଶା, ଭାରତ ତଥା ଦକ୍ଷିଣ ଏସିଆରେ ଫୁଟବଲର ପ୍ରସାର ଓ ପ୍ରଚାର ପାଇଁ କିସକୁ ଏକ ସୁଯୋଗ ମିଳିଲା। ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦେଇ ଆସୁଛନ୍ତି ବୋଲି ଏଭଳି ବୁଝାମଣା ସମ୍ଭବ ହୋଇ ପାରିଲା।’’

ଏଥି ପାଇଁ ସାମନ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ସ୍କୁଲ ସ୍ତରରୁ ନୂଆ ନୂଆ ପ୍ରତିଭା ବାହାରି ପାରିବେ। ଖେଳିବାର ସୁଯୋଗ ପାଇବେ।

ଫିଫା ଫାଉଣ୍ଡେସନ୍‍ ସହଯୋଗରେ ଗତ ବର୍ଷ ଅକ୍ଟୋବର ମାସରେ ଫିଫା ଫୁଟବଲ ଫର୍‍ ସ୍କୁଲ୍‍ କାର୍ଯ୍ୟକ୍ରମ କିସ୍‍ ଆରମ୍ଭ କରିଥିଲା। ପରେ ଉଭୟ ଅନୁଷ୍ଠାନ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହେବା ପରେ ଏହି କାର୍ଯ୍ୟକ୍ରମ ଆହୁରି ଆଗକୁ ଯିବ ବୋଲି ଆଶା କରାଯାଉଛି।
Published by:Lipina Das
First published: